IPL Auction / ଧୋନୀଙ୍କ ଟିମ୍ରେ ସାମିଲ ହେଲେ ବୋଲି ଭୋ ଭୋ ହୋଇ କାନ୍ଦିଲେ କାର୍ତ୍ତିକ

Key Points
ଧୋନୀଙ୍କ ଟିମ୍ରେ ସାମିଲ ହେଲେ ବୋଲି କାନ୍ଦିଲେ ଯୁବ ତାରକା କାର୍ତ୍ତିକ ଶର୍ମା । ଆଉ ସେଇ କାର୍ତ୍ତିକ ଶର୍ମା ଏବେ ଖୁବ୍ ଚର୍ଚ୍ଚାରେ । ବୟସ କମ୍ ହେଲେ ତାଙ୍କ ମେର୍କେଟ୍ ଦର ଖୁବ୍ ଅଧିକା । ତାଙ୍କୁ ୧୪.୨ କୋଟି ଟଙ୍କା ଦେଖି କିଣିଛି CSK । ତେବେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL 2026)ର ୧୯ତମ ସିଜିନ୍ ପାଇଁ ଆବୁଧାବିରେ ମିନି ନିଲାମ ହୋଇଛି। ଆଇପିଏଲ୍ ଖେଳାଳି ନିଲାମରେ ମଙ୍ଗଳବାର ପ୍ଲେୟାରଙ୍କ ଉପରେ ଟଙ୍କା ବର୍ଷା କରିଛନ୍ତି ବିଭିନ୍ନ ଫ୍ରାଞ୍ଚାଇଜ୍ ।
ଆଇପିଏଲ ଇତିହାସରେ ବିଦେଶୀ ଖେଳାଳୀଙ୍କ ମଧ୍ୟରୁ କ୍ୟାମରନ ଗ୍ରୀନ୍ ସବୁଠୁ ଅଧିକ ଟଙ୍କାରେ କିଣା ହୋଇଛନ୍ତି । କ୍ୟାମରନ ଗ୍ରୀନ୍ଙ୍କୁ କିଣିବା ପାଇଁ ଅନେକ ଦଳ ମଧ୍ୟରେ ନିଲାମ ଟେବୁଲରେ ଲଢେଇ ଦେଖିବାକୁ ମିଳିଥିଲା । ରାଜସ୍ଥାନ ରୟାଲ୍ସ ଏବଂ କେକେଆର ମଧ୍ୟରେ ଗ୍ରୀନ୍ଙ୍କ ପାଇଁ ଦୀର୍ଘ ସମୟ ଧରି ଲଢେଇ ଚାଲିଥିଲା । ଶେଷରେ ଗ୍ରୀନ୍ଙ୍କୁ କେକେଆର ୨୫ କୋଟି ୨୦ ଲକ୍ଷ ଟଙ୍କାରେ କିଣିଛି । ସେହିପରି ଶ୍ରୀଲଙ୍କାର ଦ୍ରୁତ ବୋଲର ମଥୀଶା ପଥିରାନାଙ୍କୁ ୧୮ କୋଟି ଟଙ୍କା ଦେଇ ନିଜ ଟିମରେ ସାମିଲ କରିଛି କୋଲକାତା ନାଇଟ୍ ରାଇଡର୍ସ ।
ତେବେ ଏହାରି ଭିତରେ ସବୁଠାରୁ ଚର୍ଚ୍ଚାରେ ଅଛନ୍ତି କାର୍ତ୍ତିକ ଶର୍ମା । ଆକିବ ନବି ଦାର ଏବଂ ପ୍ରଶାନ୍ତ ବୀରଙ୍କ ପରେ, କାର୍ତ୍ତିକ ଶର୍ମା ଏକ ନୂଆ ନାଁ ଯାହା ଉଭା ହୋଇଛି । ତାଙ୍କୁ ଚେନ୍ନାଇ ସୁପର କିଙ୍ଗସ୍ ୧୪.୨୦ କୋଟିରେ ଆଇପିଏଲ ୨୦୨୬ ନିଲାମରେ କିଣିଥିଲା। କାର୍ତ୍ତିକ ଶର୍ମାଙ୍କ ମୂଳ ମୂଲ୍ୟ ମାତ୍ର ୩୦ ଲକ୍ଷ ଟଙ୍କା ଥିଲା ଏବଂ ୧୪.୨୦ କୋଟିର ନିଲାମ ତାଙ୍କୁ IPL ଇତିହାସର ସବୁଠାରୁ ମହଙ୍ଗା ଅନକ୍ୟାପ୍ଡ ଖେଳାଳି କରିଦେଇଛି।
ଏବେ କଥା ଉଠୁଛି, ଏତେ ଟଙ୍କା ବିକ୍ରି ହେବା ପରେ କାହିଁକି କାନ୍ଦିଲେ କାର୍ତ୍ତିକ ? CSK ଭଳି ଦଳରେ ସାମିଲ ହେବା ପରେ ମଧ୍ୟ ସେ କାହିଁକି କାନ୍ଦିଲେ ? ଏହାର ଉତ୍ତର ହେଲା, ମହେନ୍ଦ୍ର ସିଂହ ଧୋନୀ । କାର୍ତ୍ତିକ ଶର୍ମା ହେଉଛନ୍ତି ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ । ଏହି ଅଣ-କ୍ୟାପଡ୍ ଖେଳାଳିଙ୍କୁ କିଣିବା ପାଇଁ ବଡ଼ ଧରଣର ନିଲାମି ଯୁଦ୍ଧ ଦେଖିବାକୁ ମିଳିଥିଲା । ନିଜର ଏହି ନିଲାମି ପ୍ରକ୍ରିୟାକୁ ଲାଇଭ୍ ଦେଖିବା ପରେ କାର୍ତ୍ତିକ ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ। ସେ କହିଛନ୍ତି, 'ମୁଁ ଏତେ ଖୁସି ହେଲି ଯେ ଶେଷରେ କାନ୍ଦି ପକାଇଲି। ମୋର ନିଲାମି ଆରମ୍ଭ ହେବା ବେଳକୁ ମୁଁ ଡରି ଯାଇଥିଲି, ଭାବୁଥିଲି ବୋଧେ ମୁଁ କିଣା ହେବି ନାହିଁ। କିନ୍ତୁ ଯେତେବେଳେ ନିଲାମି ଆଗକୁ ବଢ଼ିଲା, ମୁଁ ଲୁହ ରୋକି ପାରିଲି ନାହିଁ। ନିଲାମି ସରିବା ପରେ ମଧ୍ୟ ମୁଁ କାନ୍ଦୁଥିଲି।'
କାର୍ତ୍ତିକଙ୍କ ପାଇଁ ପ୍ରଥମେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (LSG) ଏବଂ ମୁମ୍ବାଇ ଇଣ୍ଡିଆନ୍ସ (MI) ନିଲାମି ଆରମ୍ଭ କରିଥିଲେ। ପରେ କୋଲକାତା ନାଇଟ୍ ରାଇଡର୍ସ (KKR) ଜୋରଦାର୍ ପ୍ରତିଦ୍ୱନ୍ଦ୍ୱିତା କରି ୧୦ କୋଟି ଟଙ୍କା ପାଖାପାଖି ପହଞ୍ଚିଥିଲା। ଶେଷରେ, ପାଞ୍ଚ ଥରର ଆଇପିଏଲ୍ ଚାମ୍ପିଅନ୍ CSK ପ୍ରବେଶ କରି ୧୦ କୋଟି ଟଙ୍କା ଅତିକ୍ରମ କରିଥିଲା। ସନରାଇଜର୍ସ ହାଇଦ୍ରାବାଦ (SRH) ମଧ୍ୟ ଶେଷ ଚେଷ୍ଟା କରିଥିଲା, କିନ୍ତୁ CSK ୧୪.୨ କୋଟି ଟଙ୍କାରେ ରାଜସ୍ଥାନର ଏହି ୱିକେଟକିପର-ବ୍ୟାଟରଙ୍କୁ ନିଜ ଦଳରେ ସାମିଲ କରିଥିଲା।
ଏକ ସାକ୍ଷାତକାରରେ କାର୍ତ୍ତିକ କହିଛନ୍ତି ଯେ ସେ ‘ମାହି ଭାଇ’ଙ୍କ ସହ ଡ୍ରେସିଂ ରୁମ୍ ଶେୟାର କରିବାକୁ ଏବଂ ତାଙ୍କଠାରୁ ବହୁତ କିଛି ଶିଖିବାକୁ ଉତ୍ସାହିତ ଅଛନ୍ତି। ସେ ଧୋନୀଙ୍କର ଜଣେ ବଡ଼ ଫ୍ୟାନ୍ ।
କାର୍ତ୍ତିକ ଶର୍ମା କିଏ ?
ଭାରତୀୟ ଘରୋଇ କ୍ରିକେଟରେ କାର୍ତ୍ତିକ ଶର୍ମା ରାଜସ୍ଥାନ ରୟାଲ୍ସ ପାଇଁ ଖେଳନ୍ତି। ସେ ତାଙ୍କର ବଡ଼ ହିଟିଂ ଦକ୍ଷତା ଏବଂ ତାଙ୍କ ବିସ୍ଫୋରକ ଷ୍ଟ୍ରାଇକ୍ ରେଟ୍ ପାଇଁ ଜଣାଶୁଣା। ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୫-୨୬ ସିଜନରେ, ସେ ୧୩୩ ରନ ସ୍କୋର କରିଥିଲେ। ରାଜସ୍ଥାନ ପାଇଁ ପାଞ୍ଚଟି ମ୍ୟାଚ୍ରେ ୧୬୦ର ଏକ ଚମତ୍କାର ଷ୍ଟ୍ରାଇକ୍ ରେଟ୍ରେ ରନ୍ କରିଥିଲେ। କାର୍ତ୍ତିକ ଶର୍ମାଙ୍କ ଆଉ ଏକ ବିଶେଷତ୍ୱ ହେଉଛି ଡେଥ୍ ଓଭରରେ ବଡ଼ ସଟ୍ ମାରି ଫିନିସର ଭୂମିକା ଗ୍ରହଣ କରିବାରେ ତାଙ୍କର ଦକ୍ଷତା ରହିଛି।
📱 Get Argus News App
✨Related Topics
Explore more stories