Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଖରାପ ପାଗ ଯୋଗୁ ଆଜି ଚାନ୍ଦ ଖେଳିବ ଲୁଚକାଳି  

Manini Pattanayak
Browse all articles by Manini Pattanayak
·2 years ago·1 min read
ଖରାପ ପାଗ ଯୋଗୁ ଆଜି ଚାନ୍ଦ ଖେଳିବ ଲୁଚକାଳି  

ନୂଆଦିଲ୍ଲୀ:  ଆଜି  ସଧବା ମହିଳାଙ୍କ କରଭାଚୌଥ ବ୍ରତ ।  କାର୍ତ୍ତିକ ମାସର କୃଷ୍ଣ ପକ୍ଷର ଚତୁର୍ଥୀ ତିଥିରେ  ଏହି ବ୍ରତ ପାଳନ କରିଥାନ୍ତି  ସଧବା ନାରୀମାନେ। କରଭା ଚୌଥର  ଉପବାସ  ସଧବା ମହିଳାଙ୍କ ପାଇଁ ବେସ୍‌  ମହତ୍ୱପୂର୍ଣ୍ଣ ହୋଇଥାଏ। ଏହି ଦିନ ମହିଳାମାନେ  ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି  ଏହି ବ୍ରତ ରଖିଥାନ୍ତି।  ବିଧି ବିଧାନର ସହ ଏହି ବ୍ରତ  ପାଳନ କରିବା ସହ କରଭା ଚୌଥବ୍ରତର ବହି ପଢିଥାନ୍ତି।  କରଭାଚୌଥର  ବ୍ରତରେ  ନିର୍ଜଳା ରହିବା ସହ  ରାତିରେ  ଚାନ୍ଦ ଦେଖିବାପରେ ହିଁ ବ୍ରତ ଭାଙ୍ଗିଥିାନ୍ତି।  ତେବେ ଏହି ସମୟରେ ଚାନ୍ଦ ମଧ୍ୟ ଲୁଚକାଳି ମଧ୍ୟ ଖେଳିଥାଏ।  

ଏହି ସମୟରେ ପାଗ  ପ୍ରାୟତଃ ଖରାପ ରହିଥାଏ।  ଯେଉଁଥିପାଇଁ  ଚାନ୍ଦ ଦୃଶ୍ୟମାନ ହୋଇନଥାଏ । ଆଉ  ଅପେକ୍ଷାରେ ଥାନ୍ତି କେତେବେଳେ ଚାନ୍ଦ ଦିଶିବ  ସଧବାନାରୀ ତାଙ୍କ ବ୍ରତ ଭାଙ୍ଗିବେ।  ପ୍ରାୟତଃ ଖରାପ ପାଗ ଯୋଗୁ ମହିଳାଙ୍କୁ ବ୍ରତ ଭାଙ୍ଗିବାରେ ବହୁ ସମସ୍ୟା  ହୋଇଥାଏ। 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored