କାଶୀ ତାମିଲ ସଙ୍ଗମମ ୩.୦ ଜରିଆରେ ତାମିଲନାଡୁ ଓ କାଶୀ ମଧ୍ୟରେ ସୃଷ୍ଟି ହେବ ଅତୁଟ ସମ୍ପର୍କ: ଧର୍ମେନ୍ଦ୍ର
·1 year ago

ଆଜି ଠାରୁ ଆରମ୍ଭ ହେବ କାଶୀ- ତାମିଲ ସଙ୍ଗମମ ୩.୦ । ଉତ୍ତରପ୍ରଦେଶର ବାରଣାସୀରେ ଏହା ଆଜିଠୁ ଆରମ୍ଭ ହୋଇ ଫେବୃଆରୀ ୨୪ ପର୍ଯ୍ୟନ୍ତ ଅର୍ଥାତ୍ ୧୦ ଦିନ ଧରି ଚାଲିବ। ଏଥିରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ମହାକୁମ୍ଭ ମେଳାକୁ ଅନୁଭବ କରିବା ସହ ଅଯୋଧ୍ୟା ରାମ ମନ୍ଦିର ପରିଦର୍ଶନ କରିବେ। କାଶୀ ତାମିଲ ସଙ୍ଗମମ ୩.୦ ଜରିଆରେ ତାମିଲନାଡୁ ଓ କାଶୀ ମଧ୍ୟରେ ଅତୁଟ ସମ୍ପର୍କ ସୃଷ୍ଟି ହେବ ବୋଲି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ କହିଛନ୍ତି।
ଚଳିତ ବର୍ଷ କାଶୀ ତାମିଲ ସଙ୍ଗମମ ମହାକୁମ୍ଭ ସହ ପଡ଼ୁଥିବାରୁ ଏହାର ବିଶେଷ ମହତ୍ବ ରହିଛି । ଏନେଇ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମରେ ଏକ video share କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: