Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବାବା ବିଶ୍ୱନାଥଙ୍କ ପାଖରେ ପ୍ରସାଦ ଲାଗୁନଥିବା ବେଳେ ୭୨ କୋଟିର ପ୍ରସାଦ ବିକ୍ରି

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବାବା ବିଶ୍ୱନାଥଙ୍କ ପାଖରେ ପ୍ରସାଦ ଲାଗୁନଥିବା ବେଳେ ୭୨ କୋଟିର ପ୍ରସାଦ ବିକ୍ରି

ସରିଛି ମହାକୁମ୍ଭ ମେଳା।  ଉତ୍ତରପ୍ରଦେଶରେ ଆୟୋଜିତ ହୋଇଥିବା ମହାକୁମ୍ଭରେ ଅନେକ ରେକର୍ଡ଼ ସୃଷ୍ଟି ହୋଇଥିବା ବେଳେ କାଶୀ ବିଶ୍ବନାଥ ମନ୍ଦିରରେ ମଧ୍ୟ ସମାନ ସମୟରେ ଅନେକ ରେକର୍ଡ଼ ହୋଇଛି । ମହାକୁମ୍ଭରେ କୋଟି କୋଟି ଲୋକ ସାମିଲ ହେବା ସହ ବୁଡ଼ ପକାଇଥିଲା ବେଳେ ବାବା ବିଶ୍ବନାଥ ମନ୍ଦିରରେ ମଧ୍ୟ ମହାକୁମ୍ଭ ବେଳେ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ ସାମିଲ ହୋଇଥିଲେ। ପ୍ରତିଦିନ ବାବା ବିଶ୍ୱନାଥଙ୍କୁ ୫ ଲକ୍ଷରୁ ଅଧିକ ଲୋକ ଦର୍ଶନ କରୁଥିଲେ। ଯେଉଁଥିପାଇଁ ୪୫ ଦିନରେ 100 କୋଟି ଟଙ୍କାର କେବଳ ରୁଦ୍ରାକ୍ଷ ବିକ୍ରି ହୋଇଥିଲା।


ସେହିପରି 50 କୋଟି ଟଙ୍କାର କୁବେର ପ୍ରତିମା ଏବଂ 30 କୋଟି ଟଙ୍କାର କେବଳ ଚନ୍ଦନ ଟିକା ବିକ୍ରି ହୋଇଥିଲା। ବାବା ବିଶ୍ବନାଥଙ୍କ ପାଖରେ ପ୍ରସାଦ ଲାଗୁନଥିବା ବେଳେ ବି 72 କୋଟି ଟଙ୍କାର ପ୍ରସାଦ ବିକ୍ରି ହୋଇଥିଲା। 216 କୋଟି ଟଙ୍କାର ଫୁଲ ବିକ୍ରି କରି ଲାଭବାନ ହୋଇଛନ୍ତି ଫୁଲ ବ୍ୟବସାୟୀ । ସେହିପରି ହୋଟେଲ ବ୍ୟବସାୟୀମାନେ 1620 କୋଟି ଟଙ୍କାର ବ୍ୟବସାୟ କରିଛନ୍ତି। ଭୋଜନାଳୟମାନେ ମଧ୍ୟ 1575 କୋଟି ଟଙ୍କାର କାରବାର କରିଛନ୍ତି। ବଡ଼ ବଡ଼ ନୌକା ଏବଂ କ୍ରୁଜ ମାଲିକମାନେ 3036 କୋଟିର ବ୍ୟବସାୟ କରିଛନ୍ତି। ସେହିପରି ଛୋଟ ନୌକା ଚଲାଉଥିବା ମାଲିକମାନେ ମଧ୍ୟ 191 କୋଟି ଟଙ୍କାର ଲାଭ କମାଇଛନ୍ତି । ମହାକୁମ୍ଭ ବେଳେ କୌଣସି ସ୍ବତନ୍ତ୍ର ରୀତିନୀତି ନଥିବା ବେଳେ 45 ଦିନ ମଧ୍ୟରେ 4.32 କୋଟି ଲୋକ କାଶୀ ବିଶ୍ବନାଥ ପହଁଚିଥିଲେ । ଅନେକ ବ୍ୟବସାୟୀ ଲାଭବାନ ହୋଇଥିବା ଦେଖିବାକୁ ଜଣାପଡିଛି। 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ହୋଇଥିବା ମହାକୁମ୍ଭ ମେଳାର ୪୫ ଦିନ ପରେ ସମାପ୍ତ ହୋଇଛି । ପ୍ରତିଦିନ ଦେଶ- ବିଦେଶରୁ କୋଟି କୋଟି ଶ୍ରଦ୍ଧାଳୁଙ୍କ ଭିଡ଼ ସଙ୍ଗମ କୂଳରେ ଲାଗୁଥିଲା ।୪୫ ଦିନ ଧରି ଚାଲିଥିବା ମହାକୁମ୍ଭରେ, ୧୦୦ରୁ ଅଧିକ ଦେଶର ଭକ୍ତମାନେ ପ୍ରୟାଗରାଜରେ ପହଞ୍ଚିଥିଲେ। ଯାହା ଦ୍ବାରା ପରିବହନ କ୍ଷେତ୍ରଠାରୁ ଆରମ୍ଭ କରି ଆତିଥ୍ୟ, ପର୍ଯ୍ୟଟନ ପର୍ଯ୍ୟନ୍ତ ଶହ ଶହ କ୍ଷେତ୍ରର ବ୍ୟବସାୟରେ ବିପୁଳ ବୃଦ୍ଧି ଘଟିଛି।

ତେବେ କିଛି ବାଧା ପ୍ରତିବାଧ ପରେ ସରିଛି ଏହି ମହାକୁମ୍ଭ ମେଳା । କେବଳ ଏହି ମହାକୁମ୍ଭ ଉତ୍ତର ପ୍ରଦେଶର ଅର୍ତନୀତିକୁ ଦ୍ବିଗୁଣିତ କରିଦେଇଥିବାର ଆଲୋଚନା କରାଯାଉଛି । ଏହି ମହାକୁମ୍ଭ ଉତ୍ତର ପ୍ରଦେଶର ଅର୍ଥନୀତି ପାଇଁ ସାଜିଛି ଆଶୀର୍ବାଦ । ଏକ ରିପୋର୍ଟ ମୁତାବକ ମହାକୁମ୍ଭ ର ୪୫ ଦିନ ଭିତରେ ୬୫ କୋଟି ରୁ ଅଧିକ ଭକ୍ତ ଆସି ପ୍ରୟାଗରାଜ ରେ ପହଞ୍ଚି ବୁଡ଼ ପକାଇଥିଲେ । ଭକ୍ତଙ୍କ ସଂଖ୍ୟା ଆଶା ଠାରୁ ଦୁଥଗୁଣିତ ଥିଲା ବୋଲି ପ୍ରକାଶ ପାଇଛି ।


ଅଧିକ ପଢ଼ନ୍ତୁ ଦେଶ ଖବର:

Sponsored
Kashi Vishwanath witnesses three crore devotees in 45 days | Argus News