Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - India-Pakistan War: ଯୁଦ୍ଧ ଭୟରେ ଥରିଲାଣି ପାକିସ୍ତାନ, ଦେଶ ଛାଡ଼ିସାରିଲେଣି ସେନା ମୁଖ୍ୟ

National

India-Pakistan War: ଯୁଦ୍ଧ ଭୟରେ ଥରିଲାଣି ପାକିସ୍ତାନ, ଦେଶ ଛାଡ଼ିସାରିଲେଣି ସେନା ମୁଖ୍ୟ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
India-Pakistan War: ଯୁଦ୍ଧ ଭୟରେ ଥରିଲାଣି ପାକିସ୍ତାନ, ଦେଶ ଛାଡ଼ିସାରିଲେଣି ସେନା ମୁଖ୍ୟ

ସମ୍ଭାବ୍ୟ ଯୁଦ୍ଧ ପୂର୍ବରୁ ପାକିସ୍ତାନର ଛତ୍ରଭଙ୍ଗ । ଭାରତ ଆକ୍ସନ ଭୟରେ ପାକ୍ ଆର୍ମି ଚିଫ୍ ମୁନୀର ଦେଶ ଛାଡ଼ି ଫେରାର । ହଜାର ହଜାର ଯବାନଙ୍କ ଇସ୍ତଫାକୁ ନେଇ ଚିନ୍ତାରେ ପାକ୍ ପିଏମ୍ ସରିଫ୍ । ରାତି ଅଧିଆ ପ୍ରେସମିଟ୍‌ରେ ଭାରତ ଆଟାକ କରୁଥିବା ନେଇ ପାକ ମନ୍ତ୍ରୀଙ୍କ ସୂଚନା । ଆତଙ୍କବାଦୀ, ପାକିସ୍ତାନ ଆର୍ମି ଓ ନେତାଙ୍କ ନିଦ ହଜାଇଛି ପିଏମ୍ ମୋଦିଙ୍କ ଘୋଷଣା ।

ଯୁଦ୍ଧ ଆଶଙ୍କାରେ ଥରହର ଇସ୍ଲାମାବାବାଦ । ଭାରତର କୁଟନୈତିକ ଆକ୍ସନରେ ପାକିସ୍ତାନର ଗଳା ଶୁଖୁଥିବା ବେଳେ ଖୁବଶୀଘ୍ର ହୋଇପାରେ ମିଲିଟାରୀ ଅପରେସନ । ଆସନ୍ତା ୨୪ରୁ ୩୬ ଘଣ୍ଟା ମଧ୍ୟରେ ଭାରତ ପାକ୍ ବିରୋଧରେ ଆରମ୍ଭ କରିବ ମିଲିଟାରୀ ଷ୍ଟ୍ରାଇକ । ଏକଥା ଆମେ କହୁନୁ, ରାତିଅଧିଆ ପ୍ରେସ କନଫରେନ୍ସ କରି ଘୋଷଣା କରିଛନ୍ତି ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅତାଉହ୍ଲା ତରାର ।

ସମ୍ମୁଖ ଯୁଦ୍ଧ ପାଇଁ ଆର୍ମି ପ୍ରସ୍ତୁତ ରହିବାକୁ ପାକିସ୍ତାନ ଜାରି କରିଛି ସତର୍କ ସୂଚନା । ଘନଘନ ବୈଠକ, ବାରମ୍ବାର ପ୍ରେସ କନଫରେନ୍ସ ପାକିସ୍ତାନର ଅସଲ ସ୍ଥିତି ବୟାନ କରୁଛି । ଏହାପୂର୍ବରୁ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ବିଶ୍ବ ନେତାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ଭୟରେ ବିଚଳିତ ପାକିସ୍ତାନ ନେତା
ଡର ଲୁଚାଇବାକୁ ଭାରତ ବିରୋଧରେ କରୁଛନ୍ତି ବୟାନବାଜି ।

ଏଥର ଆଉ କ୍ଷମା ନାହିଁ ଭାରତ ଆକ୍ସନ ନେବା ନିଶ୍ଚିତ ଜାଣି ହଜାରେରୁ ଅଧିକ ପାକିସ୍ତାନୀ ସୈନ୍ୟଙ୍କ ଇସ୍ତଫା ପିଏମ ଶାହାବାଜ୍ ସରିଫଙ୍କ ମେରୁଦଣ୍ଡ ଭାଙ୍ଗିଛି । ଭାରତକୁ ଯୁଦ୍ଧ ଆହ୍ବାନ ଦେଉଥିବା ଆର୍ମି ଚିଫ ଅସୀମ ମୁନୀର ମୁହଁ ଲୁଚାଇ ପରିବାର ସହିତ ବିଦେଶକୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ପହଲଗାମ ଆତଙ୍କୀ ହାମଲା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚେତାବନୀ ପାକିସ୍ତାନୀ ସେନା ଓ ନେତାଙ୍କ ନିଦ ହଜାଇଛି ।

ସେପଟେ ପାକିସ୍ତାନ ଉପରେ ଭରସା ତୁଟାଇ ଇସ୍ଲାମାବାଦରୁ ସ୍ବଦେଶ ଫେରିଛନ୍ତି ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ଚୀନ ରାଷ୍ଟ୍ରଦୂତ । ସେହିଭଳି ପହଲଗାମ ଆତଙ୍କୀ ହାମଲା ପରେ ଭାରତକୁ ଖୋଲା ସମର୍ଥନ କରିଛନ୍ତି ଆମେରିକା, ଇସ୍ରାଏଲ, ରୁଷିଆ ସମେତ G20 ଅନ୍ତର୍ଗତ ସମସ୍ତ ରାଷ୍ଟ୍ର । ଆତଙ୍କବାଦ ବିରୋଧରେ ଭାରତ ସହ ବିଶ୍ବର ପାୱାର ହାଉସ ହାତ ମିଳାଇବା ସହ ଏକଘରକିଆ ହୋଇଛି ଆତଙ୍କୀଙ୍କ ଆକ୍କା ପାକିସ୍ତାନ । ପୁଲୱାମା, ଉରୀ, ପଠାନକୋଟ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନଠୁ ଏଥର ଭୟାବହ ହେବ ଆକ୍ସନ । କଳ୍ପନାଠୁ ବି ସାଙ୍ଘାତିକ ପରିଣାମ ଭୋଗିବ ପାକିସ୍ତାନ । ପହଲଗାମ ହମଲା ପରେ ପ୍ରଥମ ସିସିଏସ ବୈଠକରେ ୫ ବଡ଼ କୁଟନୈତିକ ନିଷ୍ପତ୍ତି ପରେ ପାକିସ୍ତାନ ଚୀନର ଶରଣ ଲୋଡ଼ିଥିଲା । ଯୁଦ୍ଧ ଭୟରେ LoCରେ ଟ୍ୟାଙ୍କ, ଡ୍ରୋନ ମୁତୟନ ସହ ଟେରର କ୍ୟାମ୍ପରୁ ଆତଙ୍କୀଙ୍କୁ ବଙ୍କରରେ ଲୁଚାଇଥିଲା ପାକିସ୍ତାନ ।

ପାକିସ୍ତାନ ବିରୋଧରେ ଲମ୍ବି ଚାଲିଛି ଆକ୍ସନର ଲମ୍ବା ତାଲିକା । କାଶ୍ମୀର ମାଟିରେ ଆତଙ୍କରାଜ ଖେଳାଇ ଭାରତରେ ଅଶାନ୍ତି ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର ରଚୁଛି ଇସଲାମାବାଦ । ଏପଟେ ଆତଙ୍କୀସ୍ତାନକୁ ଜବାବ ଦେବାକୁ ପ୍ରସ୍ତୁତ ବ୍ଲୁ ପ୍ରିଣ୍ଟ୍ । ଭାରତୀୟ ସେନାକୁ ମିଳିସାରିଛି ପିଏମ ମୋଦିଙ୍କ ଗ୍ରୀନ ସିଗନାଲ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kashmir attack: How India might strike Pakistan – what history tells us | Argus News