ପିଓକେ ଭାରତରେ ମିଶିବା ପରେ କାଶ୍ମୀର ସମସ୍ୟାର ସମାଧାନ ହେବ: ଏସ.ଜୟଶଙ୍କର

ପିଓକେ ଭାରତରେ ମିଶିବା ପରେ ସମାଧାନ ହେବ କାଶ୍ମୀର ସମସ୍ୟା । ପିଓକେକୁ ନେଇ ଏଭଳି ବଡ଼ ବୟାନ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ଜୟଶଙ୍କର କହିଛନ୍ତି, ପିଓକେ ଭାରତରେ ମିଶିବା ମାତ୍ରେ କଶ୍ମୀରରେ ସଂପୂର୍ଣ୍ଣ ଶାନ୍ତି ପ୍ରତିଷ୍ଠା ହେବ । ଲଣ୍ଡନର ଥିମଟ୍ୟାଙ୍କ ଚାଥାମ ହାଉସରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ପିଓକେକୁ ନେଇ ଏଭଳି ଦୃଢୋକ୍ତି ଦେଖାଇଛନ୍ତି ଜୟଶଙ୍କର ।
କଶ୍ମୀର ପ୍ରସଙ୍ଗକୁ ନେଇ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଜୟଶଙ୍କର କହିଛନ୍ତି, ପାକିସ୍ତାନ ଯେଉଁ ଅଂଶ ଚୋରି କରିଛି, ତାହା ଏବେ ଫେରସ୍ତ କରିବାର ସମୟ ଆସିଛି । କଶ୍ମୀରରେ ପୂର୍ବ ଅପେକ୍ଷା ଭଲ ରହିଛି ସ୍ଥିତି । ଧାରା ୩୭୦ ଉଚ୍ଛେଦ, ଲୋକଙ୍କୁ ସାମାଜିକ ଓ ଅର୍ଥନୀତ କ୍ଷେତ୍ରରେ ଯୋଡିବା, ଲମ୍ବା ସମୟ ପରେ ସେଠି ନିର୍ବାଚନ ହେବା କାଶ୍ନୀରକୁ ନୂଆ ରୂପ ଦେଇଛି । କିନ୍ତୁ ଯେଉଁଦିନ ପିଓକେ ଭାରତରେ ମିଶିବ, ସେଦିନ କଶ୍ମୀର ସମସ୍ୟା ସାମାଧାନ ହୋଇଯିବ ବୋଲି ଜୟଶଙ୍କର କହିଛନ୍ତି । ପୂର୍ବରୁ ଅମିତ ଶାହ କହିଥିଲେ, ପାକ ଅଧିକୃତ କଶ୍ମୀରର ଗୋଟିଏ ଇଞ୍ଚ ଜାଗା ଛଡାଯିବନି ।