Anti Terror Operation / ଆତଙ୍କବାଦ ମୁକ୍ତ ହେବ କଶ୍ମୀର…! ପାକିସ୍ତାନୀ ଆତଙ୍କୀଙ୍କ ବିରୋଧରେ ସେନାର ମେଗା ଅପରେସନ୍
·20 mins ago·2 min read

Key Points
ଜମ୍ମୁ-କାଶ୍ମୀରରୁ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସୁରକ୍ଷାବାହିନୀର ବଡ଼ ଅଭିଯାନ
ଖୁବଶୀଘ୍ର କଶ୍ମୀରରୁ ସଫା ହେବେ ପାକ ଆତଙ୍କବାଦୀ

ଜମ୍ମୁ-କାଶ୍ମୀରରୁ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସୁରକ୍ଷାବାହିନୀର ବଡ଼ ଅଭିଯାନ। କାଶ୍ମୀର ଉପତ୍ୟକାରେ ଶେଷ ସକ୍ରିୟ ସ୍ଥାନୀୟ ଆତଙ୍କବାଦୀ ନିପାତ ହେବାର କିଛି ଦିନ ପରେ ଏବେ ବିଦେଶୀ ଆତଙ୍କୀଙ୍କ ବିରୋଧରେ ଆରମ୍ଭ ହୋଇଛି ମେଗା ସର୍ଚ୍ଚ ଅପରେସନ୍। ଜମ୍ମୁ-କାଶ୍ମୀରରେ ସକ୍ରିୟ ଥିବା ପ୍ରାୟ ୬୫ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଖୋଜି ନିପାତ କରିବା ପାଇଁ ଭାରତୀୟ ସେନା ଓ ସୁରକ୍ଷାବାହିନୀ ପକ୍ଷରୁ ଜୋରଦାର ଅଭିଯାନ ଆରମ୍ଭ ହୋଇଛି।
ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜମ୍ମୁ-କାଶ୍ମୀରରେ ଏବେ ଜଣେ ବି ସ୍ଥାନୀୟ ଆତଙ୍କୀ ସକ୍ରିୟ ନାହାନ୍ତି। ନଭେମ୍ବର ୧୮ରେ କୁଲଗାମରେ ଶେଷ ସ୍ଥାନୀୟ ଆତଙ୍କୀ ନିହତ ହୋଇଥିଲା। ଏହାର ୩ ଦିନ ପରେରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ଯ କହିଥିଲେ ଯେ, ଉପତ୍ୟକାରେ ଜଣେ ବି ସ୍ଥାନୀୟ ଆତଙ୍କୀ ସକ୍ରିୟ ନାହାନ୍ତି।
ଏଲ୍ଇଟି ଏବଂ ଜେଇଏମ୍ ଭାରତରେ ୨୦୦୧ ସଂସଦ ଆକ୍ରମଣ, ୨୦୧୬ରେ ଉରି ଆତଙ୍କବାଦୀ ଆକ୍ରମଣ, ୨୦୧୯ରେ ପୁଲଓ୍ବାମା ଆକ୍ରମଣରେ ସହ ଜଡ଼ିତ। ଏହି ଆତଙ୍କୀ ସଙ୍ଗଠନ ଏଲଓସି ଦେଇ ଆତଙ୍କୀଙ୍କୁ ଅନୁପ୍ରବେଶ କରାଉଛନ୍ତି। ୨୦୨୪ରୁ ଏପର୍ଯ୍ୟନ୍ତ ୫୪୮ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୪୫ ଯବାନ ସହିଦ ହୋଇଛନ୍ତି ଏବଂ ୧୩୮ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି।
ଗୁଇନ୍ଦା ସୂଚନା ଅନୁଯାୟୀ, ବର୍ତ୍ତମାନ ଜମ୍ମୁ-କାଶ୍ମୀରରେ ପ୍ରାୟ ୬୫ ଜଣ ପାକିସ୍ତାନୀ ଆତଙ୍କବାଦୀ ଲୁଚି ରହିଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୩୫ ଜଣ ଲସ୍କର-ଇ-ତୋଇବା ଏବଂ ୨୫ ଜଣ ଜୈଶ-ଇ-ମହମ୍ମଦ ସଙ୍ଗଠନର ସଦସ୍ୟ ବୋଲି ଜଣାପଡ଼ିଛି। ନଭେମ୍ବର ୧୮ ତାରିଖରେ କୁଲଗାମ ଏନକାଉଣ୍ଟରରେ ଶେଷ ସକ୍ରିୟ ସ୍ଥାନୀୟ ଆତଙ୍କବାଦୀ ଲତିଫ୍ ଭଟ୍ଟ ନିହତ ହେବା ପରେ ଏବେ ସୁରକ୍ଷାବାହିନୀର ସମ୍ପୂର୍ଣ୍ଣ ନଜର ବିଦେଶୀ ଆତଙ୍କୀଙ୍କ ଉପରେ ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଶେଷ କରି ଜମ୍ମୁ ଅଞ୍ଚଳର ପୁଞ୍ଚ, ରାଜୌରୀ, କିସ୍ତୱାଡ଼ ଏବଂ ଡୋଡା ଭଳି ଘଞ୍ଚ ଜଙ୍ଗଲ ଓ ପାହାଡ଼ିଆ ଜିଲ୍ଲାଗୁଡ଼ିକରେ ଏହି ଆତଙ୍କବାଦୀମାନେ ସକ୍ରିୟ ଅଛନ୍ତି। ସେମାନଙ୍କ ଗତିବିଧି ଉପରେ ରୋକ୍ ଲଗାଇବା ପାଇଁ ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ୮୦ରୁ ଅଧିକ ଅସ୍ଥାୟୀ ଅପରେଟିଂ ବେସ୍ ସ୍ଥାପନ କରାଯାଇଛି। ଭାରତୀୟ ସେନା, ସିଆରପିଏଫ୍ ଏବଂ ଜମ୍ମୁ-କାଶ୍ମୀର ପୋଲିସ ମିଳିତ ଭାବେ ଏହି ଆତଙ୍କବାଦୀଙ୍କ ସହାୟକ ନେଟୱର୍କକୁ ଧ୍ୱଂସ କରିବା ସହ ସର୍ଚ୍ଚ ଅପରେସନ୍କୁ ଆହୁରି ତୀବ୍ର କରିଛନ୍ତି।
Related Topics
Explore more stories