Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦୁର୍ଘଟଣାରୁ ବଞ୍ଚାଇବ କବଚ

Banajyotshna Ray
Browse all articles by Banajyotshna Ray
·1 year ago
ଦୁର୍ଘଟଣାରୁ ବଞ୍ଚାଇବ କବଚ

ଅର୍ଗସ ବ୍ୟୁରୋ:  ଦୁର୍ଘଟଣାରୁ ବଞ୍ଚାଇବ କବଚ । ବିପଦ ସମୟରେ ଟ୍ରେନରେ ଆପେଆପେ ବ୍ରେକ୍ ଲଗାଇବ କବଚ ଟେକ୍ନୋଲୋଜି । ରାଜସ୍ଥାନର ମାଧପୁରରୁ କୋଟା ମଧ୍ୟରେ ଚାଲୁଥିବା ଟ୍ରେନରେ କବଚ 4.0ର ସଫଳ ଇନଷ୍ଟଲେସନ ପରେ ଏହି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । କବଚ ଟେକ୍ନୋଲୋଜିର ବିକାଶ କାର୍ଯ୍ୟ 2016ରୁ 2019ରେ ମଧ୍ୟରେ ହୋଇଥିଲା । କବଚର ନୂଆ ସଂସ୍କରଣ 4.0କୁ 16 ଅଗଷ୍ଟ 2024ରେ ମଞ୍ଜୁରୀ ମିଳିଥିଲା । ପରୀକ୍ଷଣ ପରେ କବଚ ଟୋକ୍ନୋଲୋଜି ରେଳ ଯାତ୍ରୀଙ୍କ ସୁରକ୍ଷାରେ ସୁଧାର ଆଣିବାରେ ସମର୍ଥ ହେବ ବୋଲି କହିଛନ୍ତି ରେଳମନ୍ତ୍ରୀ । ଟ୍ରେନ ରେଡ ସିଗନାଲର ନିକଟତର ହେବା ପୂର୍ବରୁ ଲୋକୋ ପାଇଲଟ ଧ୍ୟାନ ଦେଇନଥିଲେ ମଧ୍ୟ ଟ୍ରେନରେ ଆପେଆପେ ବ୍ରେକ ଲାଗିବ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
kavach will save you from train accidents | Argus News