ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା କେଦାରନାଥ କବାଟ

ଭକ୍ତମାନଙ୍କ ପାଇଁ ଶୁକ୍ରବାରଠାରୁ କେଦାରନାଥ ଧାମର ଦ୍ୱାର ଖୋଲାଯାଇଛି। ପ୍ରଥମ ଦିନରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ କେଦାରନାଥ ଧାମରେ ପହଞ୍ଚିଥିଲେ। ଏଠାରେ ସେ ଭଗବାନ ଭୋଲେନାଥଙ୍କ ଦର୍ଶନ କରିଥିଲେ ଏବଂ ପ୍ରଥମ ଦିନରେ ଏଠାରେ ପହଞ୍ଚିଥିବା ଭକ୍ତମାନଙ୍କୁ ମଧ୍ୟ ଭେଟିଥିଲେ। ଧାମର ଦ୍ୱାର ଖୋଲିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ କେଦାରନାଥ ଧାମରେ ପହଞ୍ଚିଥିଲେ। ସେ ପ୍ରଥମ ଦିନରେ ଦର୍ଶନ ପାଇଁ ଏଠାରେ ଉପସ୍ଥିତ ଭକ୍ତମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ।
ପ୍ରତିବର୍ଷ ଶୀତ ଋତୁରେ ତୁଷାରପାତ ଯୋଗୁ କେଦାରନାଥ ଧାମର ଦ୍ୱାର ବନ୍ଦ ହୋଇଯାଏ ଏବଂ ଗ୍ରୀଷ୍ମ ଋତୁରେ ପୁଣି ଥରେ ଦ୍ୱାର ଖୋଲାଯାଏ। ଶୀତଦିନେ ଛଅ ମାସ ବନ୍ଦ ରହିବା ପରେ, ଶୁକ୍ରବାର ସକାଳେ କେଦାରନାଥ ଧାମର ଦ୍ୱାର ଭକ୍ତମାନଙ୍କ ପାଇଁ ଖୋଲାଯାଇଥିଲା ଏବଂ ଏହି ଅବସରରେ, ଏହି ହିମାଳୟ ମନ୍ଦିରକୁ ଭାରତ ଏବଂ ବିଦେଶରୁ ଅଣାଯାଇଥିବା ୧୦୮ କ୍ୱିଣ୍ଟାଲ ବିଭିନ୍ନ ପ୍ରକାରର ଫୁଲରେ ସଜାଯାଇଥିଲା।
କେଦାରନାଥ ବାବାଙ୍କ ମନ୍ଦିରର ମୁଖ୍ୟ ଫାଟକ ଭକ୍ତଙ୍କ ପାଇଁ ଖୋଲା ଯାଇଛି। ପୁରା ମନ୍ଦିରକୁ ଫୁଲରେ ସଜାଯାଇଛି। ଆକର୍ଷଣୀୟ ଭାବେ ଫୁଲରେ ମନ୍ଦିରକୁ ସଜା ଯାଇଛି । ଏହା ସହିତ ଚାରି ଧାମ ଯାତ୍ରା ପାଇଁ ଭକ୍ତଙ୍କ ଲାଗି ପୋର୍ଟାଲ ବି ଖୋଲା ଯାଇଛି। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହି ପୋର୍ଟାଲ ଉନ୍ମୋଚନ କରିଛନ୍ତି।
ସୂଚନା ଅନୁଯାୟୀ, କେଦାରନାଥ ଧାମର ଦ୍ୱାର ଆଜି ସକାଳ ୭ଟାରେ ରୀତିନୀତି ସହିତ ଭକ୍ତମାନଙ୍କ ପାଇଁ ଖୋଲାଯାଇଥିଲା। ଏହି ସମୟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ଉପସ୍ଥିତ ଥିଲେ । ପୁରୋହିତଙ୍କ ଦ୍ୱାରା ବୈଦିକ ସ୍ତୁତିଗାନ ଏବଂ ଭକ୍ତଙ୍କ ଜୟଧ୍ୱନି ମଧ୍ୟରେ ଦ୍ୱାର ଖୋଲାଯାଇଥିଲା । ଏବଂ ଏହି ସମୟରେ, ହେଲିକପ୍ଟରରୁ ଭକ୍ତମାନଙ୍କ ଉପରେ ଫୁଲ ବର୍ଷା କରାଯାଇଥିଲା।
ଚାରିଧାମ ଓ କେଦାରନାଥ ଯାତ୍ରା ପାଇଁ ଏହି ପୋର୍ଟାଲରେ ପଂଜୀକରଣ କରିବାକୁ ପଡ଼ିବ। ସେହିପରି ବଦ୍ରିନାଥ ଧାମ ଖୋଲିବ ଆସନ୍ତା ୪ ତାରିଖରେ।