Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଶ୍ରଦ୍ଧାଳୁଙ୍କ ପାଇଁ ୬ମାସ ଲାଗି କେଦାରନାଥ ଦ୍ବାର ବନ୍ଦ 

Sangram Tripathy
Browse all articles by Sangram Tripathy
·1 year ago·1 min read
ଶ୍ରଦ୍ଧାଳୁଙ୍କ ପାଇଁ ୬ମାସ ଲାଗି କେଦାରନାଥ ଦ୍ବାର ବନ୍ଦ 

ଅର୍ଗସ ବ୍ୟୁରୋ: ୬ ମାସ ପାଇଁ ଶ୍ରଦ୍ଧାଳୁଙ୍କ ପାଇଁ କେଦାରନାଥ ଦ୍ବାର ବନ୍ଦ । ପରମ୍ପରା ଅନୁସାରେ ଶୀତ ଋତୁ ପାଇଁ ପୂଜାର୍ଚ୍ଚନା ପରେ ରବିବାର ବାବା କେଦାରନାଥ ପୀଠ ଦ୍ବାର ବନ୍ଦ କରାଯାଇଛି। ତୁଷାରପାତ ଆରମ୍ଭରୁ ପ୍ରତିବର୍ଷ  ୬ ମାସ ପାଇଁ ଦ୍ବାର ବନ୍ଦ ରହିଥାଏ । ଚଳିତବର୍ଷ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଶେଷ ଦିନରେ କେଦାରନାଥ ପୀଠକୁ ପ୍ରାୟ ୧୦ କୁଇଣ୍ଟାଲ ଫୁଲରେ ସଜାଯାଇଥିଲା। କେଦାରନାଥ ପୀଠରେ ପୂଜା ପାଉଥିବା ପଞ୍ଚମୁଖି ମୂର୍ତ୍ତିର ଚଳନ୍ତି ପ୍ରତିମାକୁ ଦୋଳିରେ ବିରାଜମାନ କରାଯାଇ ଓଁକାରେଶ୍ବର ମନ୍ଦିର ନିଆଯାଇଛି । ନୀତି ଅନୁସାରେ ଚଳନ୍ତି ପ୍ରତିମାକୁ  ଗୌରୀକୁଣ୍ଡ, ସୋନପ୍ରୟାଗ ଓ ରାମପୁର ଦେବପୀଠକୁ ନେବା ପରେ ଆସନ୍ତା ୫ ତାରିଖରେ ଓଁକାରେଶ୍ବର ମନ୍ଦିରରେ ବିରାଜମାନ କରାଯିବ। ଶୀତ ଋତୁରେ ଭକ୍ତମାନେ ଏଠାରେ ବାବା କେଦାରନାଥଙ୍କ ଦର୍ଶନ କରିପାରିବେ। ଚଳିତ ବର୍ଷ ବାବା କେଦାରନାଥଙ୍କ ଦର୍ଶନ ନିମନ୍ତେ ୧୬ ଲକ୍ଷରୁ ଅଧିକ ଭକ୍ତ ଆସିଥିବା ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kedarnath gate is closed for devotees for 6 months | Argus News