Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅଭିଷପ୍ତ ୨୦୨୫ ! ପୁଣି ଭୟଙ୍କର ହେଲିକପ୍ଟର ଦୁର୍ଘଟଣା, ଚାଲିଗଲା ୭ ଜୀବନ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ଅଭିଷପ୍ତ ୨୦୨୫ ! ପୁଣି ଭୟଙ୍କର ହେଲିକପ୍ଟର ଦୁର୍ଘଟଣା, ଚାଲିଗଲା ୭ ଜୀବନ

Key Points

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ୬ ଜଣ ଯାତ୍ରୀ ଥିଲେ ।

ସକାଳ ୫:୧୭ରେ, ଆର୍ୟନ କମ୍ପାନୀର ହେଲିକପ୍ଟର ୬ ଜଣ ଭକ୍ତଙ୍କୁ ନେଇ କେଦାରନାଥ ହେଲିପ୍ୟାଡ୍‌ରୁ ଗୁପ୍ତକାଶୀ ଯାଉଥିଲା ।

ପୁଣି କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା । ଗୌରୀକୁଣ୍ଡ ଜଙ୍ଗଲରେ ଆରୟନ୍‌ ଏଭିଏସନ୍‌ର ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣାସ୍ଥଳରେ ରେସ୍‌କ୍ୟୁ ଟିମ୍‌ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ହେଲିକପ୍ଟର୍‌ରେ ପାଇଲଟ୍‌ ସମେତ ମୋଟ ୬ ଜଣ ଥିଲେ । ଯାନ୍ତ୍ରିକ ସମସ୍ୟା କିମ୍ବା ଖରାପ ପାଗ ଯୋଗୁଁ ଦୁର୍ଘଟଣା ଘଟିଥିବା ଅନୁମାନ । ଗୌରୀକୁଣ୍ଡ ଉପରେ ଘାସ କାଟୁଥିବା ନେପାଳୀ ବଂଶୋଦ୍ଭବ ମହିଳାମାନେ ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ୬ ଜଣ ଯାତ୍ରୀ ଥିଲେ । ଅଧିକ ସୂଚନା ଅପେକ୍ଷା କରାଯାଇଛି । ସୂଚନା ଅନୁଯାୟୀ, ସକାଳ ୫:୧୭ରେ, ଆର୍ୟନ କମ୍ପାନୀର ହେଲିକପ୍ଟର ୬ ଜଣ ଭକ୍ତଙ୍କୁ ନେଇ କେଦାରନାଥ ହେଲିପ୍ୟାଡ୍‌ରୁ ଗୁପ୍ତକାଶୀ ହେଲିପ୍ୟାଡ୍‌କୁ ଉଡ଼ାଣ କରିଥିଲା । ମୃତ ଯାତ୍ରୀ ମାନେ ଉତ୍ତରାଖଣ୍ଡ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶର ହୋଇଥିବା ପରିଚୟ ମିଳିଛି । ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ରାଜକୁମାର ଜୟସୱାଲ, ଶ୍ରଦ୍ଧା ଜୟସୱାଲ, କାଶୀ ଜୟସୱାଲ, ଟୁଷ୍ଟି ସିଂହ, ବିନୋଦ, ବିକ୍ରମ ସିଂହ ଏବଂ କ୍ୟାପ୍ଟେନ ରାଜୀବ ଅଛନ୍ତି। ଜଣେ ଦମ୍ପତି ଏବଂ ସେମାନଙ୍କର ୨୩ ମାସର ଶିଶୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ, ସେମାନ ଜୟସୱାଲ ପରିବାର ମହାରାଷ୍ଟ୍ରର ବୋଲି ଜଣାପଡିଛି।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ରୁଦ୍ରପ୍ରୟାଗ ଜିଲ୍ଲାରେ ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ ଅତ୍ୟନ୍ତ ଦୁଃଖଦ ଖବର ମିଳିଛି। ଏସଡିଆରଏଫ, ସ୍ଥାନୀୟ ପ୍ରଶାସନ ଏବଂ ଅନ୍ୟାନ୍ୟ ଉଦ୍ଧାର ଦଳ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kedarnath helicopter crash: 7 dead after chopper crash near shrine | Argus News