Landslide / କେଦାରନାଥ ଯାତ୍ରାରେ ଟଳିଲା ବଡ଼ ବିପଦ…ଗୌରୀକୁଣ୍ଡ ନିକଟରେ ଭୂସ୍ଖଳନ, ପାଦଚଲା ରାସ୍ତା ସମ୍ପୂର୍ଣ୍ଣ ବନ୍ଦ
·1 hour ago·2 min read

Key Points
ଗୁରୁବାର କେଦାରନାଥ ଯାତ୍ରା ମାର୍ଗରେ ଏକ ବଡ଼ଧରଣର ଦୁର୍ଘଟଣା ଅଳ୍ପକେ ଟଳିଯାଇଛି
ଉତ୍ତରାଖଣ୍ଡରେ କ୍ରମାଗତ ଭାବେ ଜାରି ରହିଥିବା ମୂଷଳଧାରା ବର୍ଷା ଯାତ୍ରାକୁ ଅଧିକ ପ୍ରଭାବିତ କରିଛି । ଗୁରୁବାର କେଦାରନାଥ ଯାତ୍ରା ମାର୍ଗରେ ଏକ ବଡ଼ଧରଣର ଦୁର୍ଘଟଣା ଅଳ୍ପକେ ଟଳିଯାଇଛି । ଆଜି ସକାଳେ ଗୌରୀକୁଣ୍ଡ ଗେଟ୍ରୁ ପ୍ରାୟ ୨୦୦ ମିଟର ଦୂରରେ ହଠାତ୍ ପାହାଡ଼ର ଏକ ବିଶାଳ ଅଂଶ ଭୁଶୁଡ଼ି ପଡ଼ି ପଦଯାତ୍ରା ମାର୍ଗ ସମ୍ପୂର୍ଣ୍ଣ ଅବରୋଧ ହୋଇଯାଇଛି । ରାସ୍ତା ଉପରେ ପ୍ରଚୁର ପରିମାଣର ମାଟି, ପଥର ଓ ବିଶାଳ ବୋଲ୍ଡର ପଡ଼ିଥିବାରୁ କେଦାରନାଥ ପାଦଚଲା ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ତତ୍ତରତା ପ୍ରକାଶ କରି ଶ୍ରଦ୍ଧାଳୁଙ୍କ ଯାତାୟାତ ଉପରେ କଟକଣା ଜାରି କରିଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଗୁରୁବାର ସକାଳେ ହଠାତ୍ ଏକ ଭୟଙ୍କର ଶବ୍ଦ ସହିତ ପାହାଡ଼ରୁ ମାଟି ଓ ବଡ଼ ବଡ଼ ପଥର ଖସିବାକୁ ଲାଗିଥିଲା । ତେବେ ଆଶ୍ୱସ୍ତିର କଥା ଏହା ଯେ, ଘଟଣା ସମୟରେ ଏହି ରାସ୍ତାରେ ଅଧିକ ଶ୍ରଦ୍ଧାଳୁ ଉପସ୍ଥିତ ନଥିଲେ, ନଚେତ୍ ଏକ ବଡ଼ଧରଣର ଅଘଟଣ ଘଟିଥା'ନ୍ତା । ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେଠାରେ ଉପସ୍ଥିତ ଥିବା ଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛି । ଭୂସ୍ଖଳନର ଖବର ପାଇବା ମାତ୍ରେ ଜିଲ୍ଲା ପ୍ରଶାସନ, ଡି.ଡି.ଆର୍.ଏଫ୍. ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ତୁରନ୍ତ ମାଟି ଓ ପଥର ହଟାଇବା କାମ ଆରମ୍ଭ କରାଯାଇଛି, କିନ୍ତୁ ଲଗାଣ ବର୍ଷା ଏବଂ ଉପରୁ କ୍ରମାଗତ ଭାବେ ପଥର ଖସୁଥିବାରୁ ଉଦ୍ଧାର ଓ ମରାମତି କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ।
ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ନନ୍ଦ ସିଂହ ରଜୱାର କହିଛନ୍ତି ଯେ, ଗୌରୀକୁଣ୍ଡ ଆଗକୁ ହୋଇଥିବା ଏହି ଭୟଙ୍କର ଭୂସ୍ଖଳନ ଯୋଗୁଁ କେଦାରନାଥ ପଦଯାତ୍ରା ମାର୍ଗ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ଡି.ଡି.ଆର୍.ଏଫ୍. ଟିମ୍ ଘଟଣାସ୍ଥଳରେ ମୁତୟନ ଅଛନ୍ତି ଏବଂ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ରାସ୍ତା ସମ୍ପୂର୍ଣ୍ଣ ସୁରକ୍ଷିତ ହେବା ଏବଂ ପାଗ ଅନୁକୂଳ ହେବା ପରେ ହିଁ କେଦାରନାଥ ଯାତ୍ରା ପୁନର୍ବାର ଆରମ୍ଭ କରାଯିବ । କୌଣସି ପ୍ରକାରର ଗୁଜବ ଉପରେ ବିଶ୍ୱାସ ନ କରିବାକୁ ଶ୍ରଦ୍ଧାଳୁମାନଙ୍କୁ ଅନୁରୋଧ କରାଯାଇଛି । ପ୍ରଶାସନର ଅନୁମତି ବିନା ଆଗକୁ ବଢ଼ିବାକୁ ଚେଷ୍ଟା କରନ୍ତୁ ନାହିଁ । କେବଳ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ସରକାରୀ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ । ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କେଦାରନାଥ ପାଦଚଲା ଯାତ୍ରାକୁ ସମ୍ପୂର୍ଣ୍ଣ ଭାବେ ସ୍ଥଗିତ ରଖାଯାଇଛି । ଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କୁହାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories