CBI ଗିରଫଦାରୀକୁ ଚାଲେଞ୍ଜ କରି ହାଇକୋର୍ଟରେ ଆବେଦନ କଲେ କେଜ୍ରିୱାଲ
·2 years ago

ନୂଆଦିଲ୍ଲୀ: ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ତ କେଜ୍ରିୱାଲ । CBI ଗିରଫଦାରୀକୁ ଚାଲେଞ୍ଜ କରି ହାଇକୋର୍ଟରେ ଆବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜୁନ୍ ୨୬ରେ କେଜ୍ରିୱାଲଙ୍କୁ ସିବିଆଇ ଗିରଫ କରିଥିଲା। ଇଡି ଅଭିଯୋଗରେ ଗିରଫ ହୋଇ କେଜ୍ରିୱାଲ ତିହାର ଜେଲରେ ଥିବାବେଳେ ସିବିଆଇ ତାଙ୍କୁ ସେଠାରୁ ଗିରଫ କରି ନେଇଥିଲା। ଏହାପରେ 3 ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବା ପରେ ଜୁନ୍ ୨୯ରେ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା।
ରାଉଜ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ୧୪ ଦିନ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ଦେଇଥିଲେ। ଏବେ କେଜ୍ରିୱାଲ ସିବିଆଇ ହେପାଜତରେ ଥିବାବେଳେ ଗିରଫଦାରୀ ବିରୁଦ୍ଧରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ରିମାଣ୍ଡ ଅବଧି ସରିବା ପରେ ଜୁଲାଇ ୧୨ରେ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହେବେ କେଜ୍ରିୱାଲ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: