Videos
|
National

କେଜ୍ରିଓ୍ବାଲଙ୍କ ହାରିବାରେ ଦୁଃଖୀ ନାହାନ୍ତି ଆତିଶୀ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
କେଜ୍ରିଓ୍ବାଲଙ୍କ ହାରିବାରେ ଦୁଃଖୀ ନାହାନ୍ତି ଆତିଶୀ

କେଜ୍ରିଓ୍ବାଲ ଚାହୁଁଥିଲେ ଆତିଶୀ ହାରନ୍ତୁ। କେଜ୍ରିଓ୍ବାଲଙ୍କ ହାରିବାରେ ଦୁଃଖୀ ନାହାନ୍ତି ଆତିଶୀ ମାର୍ଲେନା। ଗୋଟେ ପଟେ ଦଳ ହାରି ଯାଇଥିବା ବେଳେ ସେପଟେ ପାର୍ଟି କରି ଖୁସି ମନାଉଛନ୍ତି ଆତିଶୀ। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନାଙ୍କ ବିଜୟ ଉତ୍ସବ ପାଳନ ଭାଇରାଲ ହେଉଥିବା ଭିଡିଓକୁ ନେଇ ଏମିତି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ସାଂସଦ ଅନୁରାଗ ଠାକୁର।


ସେ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ହାରନ୍ତୁ ବୋଲି ଚାହୁଁଥିଲେ ଅରବିନ୍ଦ କେଜ୍ରିଓ୍ବାଲ। ନିର୍ବାଚନ ସମୟରେ କେଜ୍ରିୱାଲ ଆତିଶୀଙ୍କ ପୋଷ୍ଟର ମଧ୍ୟ ଲଗାଇବାକୁ ଦେଇନଥିଲେ। ସେ ଚାହୁଁଥିଲେ ଯେ ଆତିଶୀ ହାରି ଯାଆନ୍ତୁ, ହେଲେ ପାଲି ଓଲଟି ଗଲା ନିଜେ ହାରିଗଲେ କେଜ୍ରିଓ୍ବାଲ। ଆତିଶୀଙ୍କ ଉତ୍ସବର ଯେଉଁ ଭିଡିଓ ଭାଇରାଲ ହେଉଛି ସେଥିରୁ ସ୍ପଷ୍ଟ ଜଣା ପଡୁଛି ବୋଲି ଅନୁରାଗ କହିଛନ୍ତି। ବିଜୟ ପରେ ଆତିଶୀ ଯେଉଁଭଳି ନୃତ୍ୟ କରୁଥିଲେ ତାହା ଦର୍ଶାଉଛି ଯେ ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆଙ୍କ ପରାଜୟରେ ତାଙ୍କର କିଛି କ୍ଷତି ହୋଇନି। ଶ୍ରୀ ଠାକୁର ଆହୁରି ମଧ୍ୟ କହିଛନ୍ତି ଦିଲ୍ଲୀରେ ମୋଦିଙ୍କ ଗ୍ୟାରେଣ୍ଟି ବଜାୟ ରହିଛି । ଯେଉଁମାନେ ମିଛ ଗ୍ୟାରେଣ୍ଟି ଦେଇଥିଲେ ଜନତା ତାଙ୍କୁ ଜବାବ ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଶନିବାର ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇଛି। ଏଥିରେ ବାଜିମାତ କରିଛି ବିଜେପି। ଆପ୍ ୨୨ ସିଟ୍ ପାଇଥିବା ବେଳେ ବିଜେପି ୪୮ ସିଟ୍‌ରେ ବିଜୟ ହାସଲ କରିଛି । ଦଳର ଆବାହକ କେଜ୍ରିଓ୍ୱାଲ ନିଜେ ପରାଜୟର ସ୍ୱାଦ ଚାଖିଛନ୍ତି । ଖାଲି କେଜ୍ରିଓ୍ୱାଲ ନୁହଁନ୍ତି ଆପ୍‌ର ବଡ ଚେହେରା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ ମଧ୍ୟ ପରାସ୍ତ ହୋଇଛନ୍ତି । କେଜ୍ରିଓ୍ୱାଲ ୪୦୦୦ ଭୋଟ ବ୍ୟବଧାନରେ ହାରିଥିବା ବେଳେ ମନୀଷ ୬୦୦ ଭୋଟରେ ପରାଜିତ ହୋଇଛନ୍ତି ।


kejriwal-wanted-atishi-to-lose | Argus News