Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କେଜ୍ରିୱାଲଙ୍କୁ ପୁଣି କଟାକ୍ଷ କଲେ ବିଜେପି ଓ କଂଗ୍ରେସ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
କେଜ୍ରିୱାଲଙ୍କୁ ପୁଣି କଟାକ୍ଷ କଲେ ବିଜେପି ଓ କଂଗ୍ରେସ

ଯମୁନା ନଦୀ ପ୍ରସଙ୍ଗରେ ଦିଲ୍ଲୀରେ ଜୋର ଧରିଲା ରାଜନୀତି
କେଜ୍ରିୱାଲଙ୍କୁ ପୁଣି କଟାକ୍ଷ କଲେ ବିଜେପି ଓ କଂଗ୍ରେସ
ଯମୁନା ପ୍ରସଙ୍ଗରେ ଆପକୁ ଉଚିତ୍ ଜବାବ ଦେବେ ଦିଲ୍ଲୀବାସୀ


 ଅର୍ଗସ ବ୍ୟୁରୋ : ଜମୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ମତଦାନ ତାରିଖ ଯେତିକି ପାଖେଇ ଆସୁଛିୁ ଯମୁନା ନଦୀ ପ୍ରସଙ୍ଗରେ ରାଜନୀତି ସେତିକି ସରଗରମ ହେଉଛି। ଯମୁନାକୁ ସଫା କରିବାକୁ କେଜ୍ରିୱାଲ ପୁଣି ୫ ବର୍ଷ ମାଗିବା ପରେ ହରିଆଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନୀ କହିଛନ୍ତି, ସେମାନେ ଯେତେ ଚେଷ୍ଟା କଲେ ଏହାକୁ ସଫା କରିପାରିବେ ନାହିଁ। କାରଣ କେଜ୍ରିୱାଲଙ୍କ ତିହାର ଜେଲରୁ ବାହାରକୁ ଦେଖିବା ଲାଗି ପ୍ରୟାସ କରୁନାହାନ୍ତି। ସେପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗୋଲପୁରୀରେ ଏକ ନିର୍ବାଚନୀ ସଭାରେ କହିଛନ୍ତି, ଯମୁନାକୁ ନର୍ଦ୍ଦମାରେ ପରିଣତ କରିଥିବା ଆପକୁ ଏଥର ଦିଲ୍ଲୀବାସୀ ଉଚିତ ଯବାବ ଦେବେ।

ସେପଟେ ଯମୁନା ପ୍ରସଙ୍ଗରେ ହରିଆଣା ସରକାରଙ୍କ ଉପରେ ଦୋଷ ଲଦିଥିବା କେଜ୍ରିୱାଲଙ୍କୁ କଂଗ୍ରେସ ଆଇନା ଦେଖାଇଛି। ଦିଲ୍ଲୀ କଂଗ୍ରେସ ସଭାପତି ଦେବେନ୍ଦ୍ର ଯାଦବ କହିଛନ୍ତି, ଯମୁନା ନଦୀର ଏପରି ଅବସ୍ଥା ଲାଗି କେବଳ ହିଁ କେବଳ ଆପ୍ ସରକାର ଦାୟୀ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲାଜପତ ନଗରରେ ଏକ ବିଶାଳ ରୋଡ କରି ଦଳୀୟ ପ୍ରାର୍ଥୀଙ୍କ ଲାଗି କ୍ୟାମ୍ପେନ କରିଥିଲେ। ସେହିପରି ଲୋକସଭାରେ ବିରୋଧୀ ଦଳର ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଦିଲ୍ଲୀର ବାଲ୍ମିକୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସେ ପଟପଡ଼ଗଞ୍ଜ ଏବଂ ଓଖଲା ବିଧାନସଭା ଅଞ୍ଚଳରେ ରୋଡ଼ କରି ପ୍ରଚାର କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kejriwal was again attacked by BJP and Congress | Argus News