Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଇଡି ରିମାଣ୍ଡ ସରିବା ପରେ ଜେଲ ଗଲେ କେଜରିୱାଲ

National

ଇଡି ରିମାଣ୍ଡ ସରିବା ପରେ ଜେଲ ଗଲେ କେଜରିୱାଲ

Ritu Das
Browse all articles by Ritu Das
·2 years ago·1 min read
ଇଡି ରିମାଣ୍ଡ ସରିବା ପରେ ଜେଲ ଗଲେ କେଜରିୱାଲ

ଅର୍ଗସ ବ୍ୟୁରୋ: ମଦ ଦୁର୍ନୀତି ମାମଲାରେ ଜେଲ୍ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଆସନ୍ତା ୧୫ ତାରିଖ ଯାଏଁ ନ୍ୟାୟିକ ହେପାଜତରେ ରହିବେ। ଇଡି ଦ୍ୱାରା ୨୧ ମାର୍ଚ୍ଚ ରେ ଗିରଫ ହୋଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ପ୍ରଥମେ ଇଡିକୁ ୨୮ ମାର୍ଚ୍ଚ ଏବଂ ପରେ ୧ ଏପ୍ରିଲ ପର୍ଯ୍ୟନ୍ତ ରିମାଣ୍ଡ ରେ ନେଇଥିଲା ଇଡି।

କେଜରିୱାଲଙ୍କୁ ନେଇ ତିହାର ଜେଲରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ତିହାର ଜେଲରେ ମୋଟ ୯ ଜେଲ ରେ ୧୨ ହଜାର ସେଲ ରହିଛି। କେନ୍ଦ୍ରୀୟ ଏଜେନ୍ସିକୁ କେଜରିୱାଲ ତଦନ୍ତ ସହଯୋଗ କରୁ ନ ଥିବା ଅଭିଯୋଗ କରିଛନ୍ତି। ତିହାର ଜେଲରେ ପୂର୍ବରୁ ଆମ୍ ଆଦମି ନେତା ସଞ୍ଜୟ ସିଂ ୫ ନମ୍ୱର ଜେଲ , ମନିଷ ସିସୋଦିଆ ୧ ନମ୍ବର ଜେଲ, ସତ୍ୟନ୍ଦ୍ର ଜେନ ୭ ନମ୍ବର ଜେଲରେ ରହୁଛନ୍ତି। ଏହି ଜେଲରେ ଖାସ କରି ଇଡି ଏବଂ ସିବିଆଇ ଦ୍ୱାରା ସମ୍ବଦିତ କଏଦୀ ମାନଙ୍କୁ ରଖାଯାଏ।

ଅଧିକ ପଢ଼ନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Kejriwal went | Argus News