Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ କେଜ୍ରିୱାଲଙ୍କ ଘୋଷଣା

Manini Pattanayak
Browse all articles by Manini Pattanayak
·1 year ago·2 min read
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ କେଜ୍ରିୱାଲଙ୍କ ଘୋଷଣା

 ନୂଆଦିଲ୍ଲୀ :  ସରଗରମ ଦିଲ୍ଲୀ ରାଜନୀତି, ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ କେଜ୍ରିୱାଲଙ୍କ ଘୋଷଣା। ନିଷ୍ପତି ପୂର୍ବରୁ ଆପ୍ ମୁଖ୍ୟ କଲେ ଦଳୀୟ ନେତାଙ୍କ ସହ ମନ୍ତ୍ରଣା। ବିଜେପି କହିଲା ଭାବମୂର୍ତ୍ତି ସୁଧାରିବାରୁ ଆପ ମୁଖିଆଙ୍କ ନୂଆ ନାଟକ। ଯଦି ସିଏମ୍ ପଦ ଛାଡ଼ିବାର ଥିଲା ଜେଲରେ ଥାଇ କାହିଁକି ଧରିଥିଲେ ଶାସନ ମଙ୍ଗ ?   କେଉଁ ଅଗ୍ନିପରୀକ୍ଷା ଦେବାକୁ ଚାହିଁନ୍ତି କେଜ୍ରିୱାଲ ? 5 ମାସରୁ ଅଧିକ ସମୟ ଧରି ଜେଲରେ ରହି ସର୍ତ୍ତମୂଳକ ଜାମିନରେ ମୁକୁଳିବା ପରେ କେଜ୍ରିୱାଲଙ୍କ ଇସ୍ତଫା ଚର୍ଚ୍ଚାକୁ ନେଇ ସରଗରମ ହୋଇଛି ଦିଲ୍ଲୀ ରାଜନୀତି । ମାର୍ଚ୍ଚ 21 ରେ ଇଡି ଓ ଜୁନ୍ 26ରେ ସିବିଆଇ ଦ୍ବାରା ଗିରଫ ହେବା ପରେ ବି ପଦ ଛାଡ଼ିନଥିଲେ । ଜେଲରେ ରହି ଦିଲ୍ଲା ଶାସନର ମଙ୍ଗ ଧରିଥିଲେ କେଜ୍ରିୱାଲ ।

 କିନ୍ତୁ ତିହାର ଜେଲରୁ  ମୁକୁଳିବା ପରେ ମାତ୍ର 48 ଘଣ୍ଟା ମଧ୍ୟରେ କିପରି ବଦଳିଗଲା ନିଷ୍ପତ୍ତି ? ଏହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି।  ଦିଲ୍ଲୀବାସୀ ଏହି 48 ଘଣ୍ଟାର ରାଜ୍ ଜାଣିବାକୁ ଚାହାନ୍ତି ବୋଲି କହିଛନ୍ତି ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ। 2025ରେ ଦିଲ୍ଲୀ ନିର୍ବାଚନ ହେବାକୁ ଯାଉଥିବାରୁ କେଜ୍ରିୱାଲ ନିଜ ମଳିନ ଭାବମୂର୍ତ୍ତି ଉପରେ ଛଳନାର ଧଳା ଚାଦର ବିଛାଉଛନ୍ତି । ଦୁର୍ନୀତି ଜାଲରେ ଛନ୍ଦି ହୋଇ ଉଭୟ ଇଡି ଓ ସିବିଆଇ ଦ୍ବାରା ଗିରଫ ହୋଇଥିବା କେଜ୍ରିୱାଲ ନିଜକୁ ନିର୍ଦ୍ଦୋଶ ପ୍ରମାଣିତ କରିବାକୁ ନୂଆ ନାଟକ ଆରମ୍ଭ କରିଥିବା ଅଭିଯୋଗ କରିଛି ବିଜେପି ।


 ଆସନ୍ତା 2 ଦିନ ମଧ୍ୟରେ ଦିଲ୍ଲୀ ସିଂହାସହ ଛାଡ଼ିବା ସହ 15 ଦିନ ମଧ୍ୟରେ ବହୁଚର୍ଚ୍ଚିତ ଶିଶା ମହଲ ବା ବିଳାସପୂର୍ଣ୍ଣ ମୁଖ୍ୟମନ୍ତ୍ରୀ ଭବନ ଛାଡ଼ିବାକୁ କେଜ୍ରିୱାଲ ନିଷ୍ପତ୍ତି ନେଇଥିବା କହିଛନ୍ତି ଆପ୍ ନେତା।   କୋର୍ଟରେ ବାରମ୍ବାର ଜାମିନ ଆବେଦନ ଖାରଜ ପରେ ଶେଷରେ 2 ଦିନ ପୂର୍ବରୁ ଦିଲ୍ଲୀ ସିଏମଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ ସୁପ୍ରିମକୋର୍ଟ । ଜାମିନ ସମୟରେ କୌଣସି ସରକାରୀ ନିର୍ଦେଶମାନାରେ ରହିପାରିବନି କେଜ୍ରିୱାଲଙ୍କ ସ୍ବାକ୍ଷର । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ମଧ୍ୟ ଯାଇ ପାରିବେ ନାହିଁ କେଜ୍ରିୱାଲ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦିଲ୍ଲୀ ମଦ ନୀତି ଦୁର୍ନୀତି ଜାଲରୁ ବର୍ତ୍ତିବାକୁ  କୌଣସି ଉପାୟ ନପାଇ ରାଜନୀତିରେ ପରବର୍ତ୍ତୀ ଇନିଂସ ଖେଳିବାକୁ କେଜ୍ରିୱାଲ ଓ ଆପ୍ ନେତା ନୂଆ ଯୋଜନାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା କହି ଆକ୍ଷେପ କରିଛନ୍ତି ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବ । ମାଗଣା ପାଣି ଓ ବିଜୁଳି ଦେଇ ଦିଲ୍ଲୀବାସୀଙ୍କୁ ଭୁଆଁ ବୁଲାଉଥିବା ଆପ୍ ସରକାର ଭୋଟବ୍ୟାଙ୍କ ଲୋଭରେ ମିଛ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛି କଂଗ୍ରେସ ।  କେଜ୍ରିୱାଲଙ୍କ ପରେ କେଉଁ ଆପ୍ ନେତା ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଆସନ୍ତା ନଭେମ୍ବରରେ ମହାରାଷ୍ଟ୍ର ସହ ଦିଲ୍ଲୀ ନିର୍ବାଚନ କରିବାକୁ ଦାବି କରି କେଜ୍ରିୱାଲ। ନିଜକୁ ନିଜେ ଧରାପକାଇଛନ୍ତି ।  

ଅଧିକ ପଢନ୍ତୁ ଭାରତ ଖବର 

Sponsored
Kejriwal's announcement to quit the post of Delhi Chief Minister | Argus News