Chikungunya / କେରଳମରେ ବଢୁଛି ଚିକୁନଗୁନିଆ…୧୦୫ ପଜିଟିଭ୍, ଜାଣନ୍ତୁ ଲକ୍ଷଣ ଓ ପ୍ରତିରୋଧ ଉପାୟ
·2 weeks ago·2 min read

Key Points
କେରଳମରେ ବର୍ଷା ଏବଂ ବନ୍ୟା ଯୋଗୁ ଆତଙ୍କ ଖେଳିଯାଇଛି
ପାଣି ସିନା କମିଛି କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି
ପାଣି ସିନା କମିଛି କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି
କେରଳମରେ ବର୍ଷା ଏବଂ ବନ୍ୟା ଯୋଗୁ ଆତଙ୍କ ଖେଳିଯାଇଛି। ପାଣି ସିନା କମିଛି କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। କେଳରେ ଚିକୁନଗୁନିଆ ଭଳି ଭାଇରସ୍ (CHIKV) ମାମଲା ବୃଦ୍ଧି ପାଇଛି। ଅଗଷ୍ଟ ୪ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ୧୦୫ଟି ପଜିଟିଭ ଏବଂ ୬୨ଟି ସମ୍ଭାବ୍ୟ ଚିକୁନଗୁନିଆ ମାମଲା ରିପୋର୍ଟ ହୋଇଛି, ଯେଉଁଥିରେ ଅଧିକାଂଶ ଥିରୁବନନ୍ତପୁରମରେ ରହିଛି। ସ୍ୱାସ୍ଥ୍ୟ ଅଧିକାରୀମାନେ ମୌସୁମୀ ସମୟରେ ମଶାଙ୍କ ପ୍ରଜନନ ପାଇଁ ପାଇଁ ଏହି ରୋଗ ବଢ଼ିବାରେ ଲାଗିଛି। ଦି ହିନ୍ଦୁରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କେରଳ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଜନସ୍ୱାସ୍ଥ୍ୟ ବିଦ୍ୟାଳୟର କମ୍ୟୁନିଟି ମେଡିସିନ୍ ପ୍ରଫେସର ଟିଏସ୍ ଅନିଶ କହିଛନ୍ତି, "ମୌସୁମୀ ପରିସ୍ଥିତି ଏଡିସ୍ ଏଜିପ୍ଟି ଏବଂ ଏଡିସ୍ ଆଲବୋପିକ୍ଟସ୍ ପ୍ରଜନନକୁ ବୃଦ୍ଧି କରିବାକୁ ସହାୟକ ହୁଏ। ଉଚ୍ଚ ଭେକ୍ଟର ଇଣ୍ଡେକ୍ସ CHIKV ର ନିରନ୍ତର ଏବଂ ଦକ୍ଷ ପ୍ରସାରଣ ହୋଇପାରେ। ଏହି ଭାଇରସ୍ ସାଧାରଣତଃ ମୃତ୍ୟୁହାର କରେ ନାହିଁ କିନ୍ତୁ ରୋଗୀମାନେ ଗଣ୍ଠି ଯନ୍ତ୍ରଣା ଏବଂ ଦୀର୍ଘଦିନ ଧରି ଦୁର୍ବଳ ଅନୁଭବ କରନ୍ତି। ଅସୁସ୍ଥତା ଅଧିକ ଥାଏ।"
ଏହି ରୋଗ ବୃଦ୍ଧି ଯୋଗୁ କର୍ତ୍ତୃପକ୍ଷଙ୍କୁ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ନିରୀକ୍ଷଣ, ମଶା ନିୟନ୍ତ୍ରଣ ପଦକ୍ଷେପ ଏବଂ ଜନସଚେତନତା ଅଭିଯାନକୁ ଦୃଢ଼ କରିବାକୁ ପ୍ରେରଣା ଦେଇଛି। ଏହି ସଂକ୍ରମଣ ବୃଦ୍ଧି ପୁଣି ଥରେ ଏଡିସ୍ ମଶାଙ୍କ ଯୋଗୁ ଡେଙ୍ଗୁ ବ୍ୟାପୁଥିବା ହାରକୁ ମଧ୍ୟ ବଢ଼ାଇବାର ସମ୍ଭାବନା ରହିଛି। କେରଳ ପୂର୍ବରୁ ମଧ୍ୟ ଚିକୁନଗୁନିଆର ପ୍ରକୋପ ଅନୁଭବ କରିଛି, ବିଶେଷକରି ବର୍ଷା ଋତୁରେ ନିରନ୍ତର ସତର୍କତା ଜରୁରୀ। ଚିକୁନଗୁନିଆ ବହୁତ କମ୍ ମାରାତ୍ମକ ହେଲେ ମଧ୍ୟ, ଏହି ରୋଗ ହେଲେ ଗଣ୍ଠି ଯନ୍ତ୍ରଣା ଅଧିକ ହୋଇଥାଏ। ଯାହା ସପ୍ତାହ କିମ୍ବା ମାସ ପର୍ଯ୍ୟନ୍ତ ରୁହେ। ଯାହା ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଥାଏ। ଏହି ମଶା ବାହିତ ରୋଗ ବିଷୟରେ ଅଧିକ ଜାଣନ୍ତୁ…
ଚିକୁନଗୁନିଆ ଏକ ମଶାଜନିତ ଭାଇରାଲ୍ ରୋଗ। ଏହା ଚିକୁନଗୁନିଆ ଭାଇରସ ଦ୍ୱାରା ହୁଏ ଏବଂ ସଂକ୍ରମିତ Aedes ମଶା, ବିଶେଷକରି Aedes aegypti ଓ Aedes albopictus, କାମୁଡ଼ିବା ଦ୍ୱାରା ମଣିଷକୁ ସଂକ୍ରମିତ କରେ।
ଚିକୁନଗୁନିଆର ଲକ୍ଷଣ
ସଂକ୍ରମଣ ପରେ ସାଧାରଣତଃ କିଛି ଦିନ ମଧ୍ୟରେ ଲକ୍ଷଣ ଦେଖାଦେଇପାରେ। ପ୍ରମୁଖ ଲକ୍ଷଣଗୁଡ଼ିକ ହେଲା:
• ହଠାତ୍ ଅଧିକ ଜ୍ୱର
• ଗଣ୍ଠିରେ ତୀବ୍ର ଯନ୍ତ୍ରଣା
• ମୁଣ୍ଡବିନ୍ଧା
• ମାଂସପେଶୀରେ ଯନ୍ତ୍ରଣା
• ଶରୀରରେ ଲାଲ ଦାଗ ବା ରାଶ୍
• ଥକାପଣ
ଗଣ୍ଠି ଯନ୍ତ୍ରଣା ଚିକୁନଗୁନିଆର ଏକ ବିଶେଷ ଲକ୍ଷଣ ଏବଂ କେତେକ ଲୋକଙ୍କଠାରେ ଏହା ଦୀର୍ଘ ସମୟ ରହିପାରେ।
ଚିକୁନଗୁନିଆ କିପରି ବ୍ୟାପେ?
ସଂକ୍ରମିତ ବ୍ୟକ୍ତିଙ୍କୁ କାମୁଡ଼ିଥିବା ମଶା ପୁଣି ଅନ୍ୟ ଜଣଙ୍କୁ କାମୁଡ଼ିଲେ ଭାଇରସ୍ ବ୍ୟାପିପାରେ। ତେଣୁ ଘର ଓ ଆଖପାଖରେ ଜମା ପାଣି ନ ରଖିବା ଏବଂ ମଶା କାମୁଡ଼ାରୁ ସୁରକ୍ଷିତ ରହିବା ଗୁରୁତ୍ୱପୂର୍ଣ୍ଣ।

- ଚିକୁନଗୁନିଆ (Chikungunya) କ’ଣ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଚିକୁନଗୁନିଆର ଚିକିତ୍ସା
ଚିକୁନଗୁନିଆ ପାଇଁ ନିର୍ଦ୍ଦିଷ୍ଟ ଆଣ୍ଟିଭାଇରାଲ୍ ଚିକିତ୍ସା ସାଧାରଣତଃ ନାହିଁ। ବିଶ୍ରାମ, ପର୍ଯ୍ୟାପ୍ତ ପାଣି ପିଇବା ଏବଂ ଡାକ୍ତରଙ୍କ ପରାମର୍ଶରେ ଜ୍ୱର/ଯନ୍ତ୍ରଣାର ଚିକିତ୍ସା କରାଯାଏ। ଡେଙ୍ଗୁ ସମ୍ଭାବନା ଥିଲେ ନିଜେ ନିଜେ aspirin କିମ୍ବା ibuprofen ଭଳି ଔଷଧ ନେବା ଉଚିତ୍ ନୁହେଁ—ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
Related Topics
Explore more stories