Videos
|
National

ମାଟି କାଦୁଅ ଭିତରୁ ଚାଲିଛି ଜୀବନ ଖୋଜା

Smruti Parija
Browse all articles by Smruti Parija
·2 years ago·2 min read
ମାଟି କାଦୁଅ ଭିତରୁ ଚାଲିଛି ଜୀବନ ଖୋଜା

ଅର୍ଗସ ବ୍ୟୁରୋ: କେରଳରେ ତାଣ୍ଡବ ରଚିଛି ପ୍ରକୃତି। ଓ୍ୱାୟନାଡରେ ସବୁ କିଛି ଉଜାଡି ଦେଇଛି ଭୂସ୍ଖଳନ । ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ । ଏବେବି ୨୦୦ ଲୋକ ଅଛନ୍ତି ନିଖୋଜ। ମାଟି ତଳେ ଅନେକ ଜୀବନ ରହିଛି। ସେମାନଙ୍କୁ ଖୋଜିବା ପାଇଁ ରାଡାର୍‌ ଡ୍ରୋନ୍‌ର ସହାୟତା ନେଇଛନ୍ତି ଉଦ୍ଧାରକାରୀ ଦଳ । ମାଲାପୁରମର ପୋଥୁକଲୁରୁ 100 ମୃତ ଦେହ ମିଳିଛି। ଭୂସ୍ଖଳନ ହୋଇଥିବା ସ୍ଥାନରୁ ଏଠାକୁ ଶବ ସହୁ ଭାସି ଆଶିଥିବା ସୂଚନା ମିଳିଛି ।

ୱାୟନାଡରେ ଭୂସ୍ଖଳନ ପରେ ପଞ୍ଚମ ଦିନରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଏମାନଙ୍କୁ ଖୋଜିବା ପାଇଁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଏଜେନ୍ସିଗୁଡ଼ିକ ସାହସ ହରାଇ ନାହାଁନ୍ତି । ଶୁକ୍ରବାର ଦିନ ଅନେକ ଜୀବନ୍ତ ଲୋକଙ୍କୁ ମାଟି ତଳୁ ଉଦ୍ଧାର କରାଯାଇଛି। ଏଭଳି ପରିସ୍ଥିତିରେ ଆକାଶମାର୍ଗରୁ ସ୍ଥିତି ପରିକ୍ଖିବା ସହ ସ୍ୱତନ୍ତ୍ର ଟେକ୍ନୋଲୋଜି ସାହାଯ୍ୟରେ ସର୍ଚ୍ଚ ଅପରେସନକୁ ତୀବ୍ର କରାଯାଇଛି।

ଭୂସ୍ଖଳନ ପରେ ରାଡାରା ଡ୍ରୋନ୍‌ ସହାୟତାରେ ମାଟି ତଳେ ଫଶି ରହିଥିବା ଲୋକଙ୍କୁ ଖୋଜାଖୋଜି ଚାଲିଛି। କେବଳ ସେତିକି ନୁହେଁ ସନ୍ଧାନୀ କୁକୁର ସହାୟତା ମଧ୍ୟ ନିଆଯାଇଛି। ୫ ଦିନ ପରେ ମାଟି ତଳୁ ଉଦ୍ଧାର ହେଲେ 3 ଶିଶୁ। କେରଳ ସରକାରଙ୍କ ତଥ୍ୟ କହୁଛି ଏ ପର୍ଯ୍ୟନ୍ତ 215 ମୃତ ଦେହ ଉଦ୍ଧାର କରାଯାଇଛି। ଯେଉଁଥିରୁ 87 ମହିଳା, 98 ପୁରୁଷ ଓ 30 ଶିଶୁ ରହିଛନ୍ତି। 206 ଜଣଙ୍କୁ ମେଡିକାଲରୁ ଡ଼ିସଚାର୍ଜ କାରି ରିଲିଫ କେନ୍ଦ୍ରରେ ରଖାଯାଇଛି। ବିଭିନ୍ନ ସ୍ଥାନରେ 93 ରିଲିଫ କ୍ୟାମ୍ପରେ 10,042 ଲୋକଙ୍କୁ ରଖାଯାଇଛି। ସେପଟେ ମୋଟ 40 ଟି ଟିମ ଚଳାଇଛନ୍ତି ସର୍ଚ୍ଚ ଅପରେସନ। ଯେଉଁଥିରୁ 460 ସେନା ବାହିନୀର, 120 ଜଣ NDRF ର, 56 ଜଙ୍ଗଲ ବିଭାଗ କର୍ମଚାରୀ, 64 ପୋଲିସ ସ୍ପେଶାଲ ଫୋର୍ସ ଓ 44 ଜଣ ତାମିଲ ଫିୟାର ଫୋର୍ସର କର୍ମଚାରୀ ଅଛନ୍ତି।

ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ଏନଡିଆରଏଫ୍ ଟିମର ବଡ ଅପରେସନ୍। ଦୁଇ ଦିନ ତଳେ ହୋଇଥିବା ବାଦଲ ଫଟା ବର୍ଷା ପରଠାରୁ ଚାଲିଛି ଉଦ୍ଧାର କାର୍ଯ୍ୟ। ପ୍ରକିକୂଳ ପରିସ୍ଥିତି ଓ ପାହାଡିଆ ରାସ୍ତା ସତ୍ତ୍ବେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। ସୋନପ୍ରୟାଗରେ ସ୍ଥିତିରେ କିଛିଟା ସୁଧାର ଆସିଛି।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଭାରତ ଖବର...
 

kerala-flood-update | Argus News