|
logo
Live
Argus News App
GET APP

Argus News - କେରଳରେ ପ୍ରକୃତିର କରାଳ ରୂପ; ମାଟି ତଳେ ୪ଶହରୁ ଉର୍ଦ୍ଧ୍ୱ ପରିବାର ଫସି ରହିଥିବା ସନ୍ଦେହ

National

କେରଳରେ ପ୍ରକୃତିର କରାଳ ରୂପ; ମାଟି ତଳେ ୪ଶହରୁ ଉର୍ଦ୍ଧ୍ୱ ପରିବାର ଫସି ରହିଥିବା ସନ୍ଦେହ

Smruti Parija
Browse all articles by Smruti Parija
·1 year ago·1 min read
କେରଳରେ ପ୍ରକୃତିର କରାଳ ରୂପ; ମାଟି ତଳେ ୪ଶହରୁ ଉର୍ଦ୍ଧ୍ୱ ପରିବାର ଫସି ରହିଥିବା ସନ୍ଦେହ

ଅର୍ଗସ ବ୍ୟୁରୋ: କେରଳରେ ପ୍ରକୃତିର କରାଳ ରୂପ । ଭୟଙ୍କର ଭୂସ୍ଖଳନରେ ଶତାଧିକ ଲୋକଙ୍କ ମୃତ୍ୟୁ ହେବା ସହ ପାଖାପାଖି ଶହେ ଜଣ ନିଖୋଜ ହୋଇଛନ୍ତି । ଭୂସ୍ଖଳନ ପରେ ମାଟି ତଳେ ୪ଶହରୁ ଅଧିକ ପରିବାର ଫସି ରହିଥିବା ସନ୍ଦେହ କରାଯାଉଛି। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ପ୍ରଶାସନ ପକ୍ଷରୁ ଯୁଦ୍ଧାକାଳୀନ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । 

କେରଳରେ ଭୟଙ୍କର ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୯୦କୁ ବୃଦ୍ଧି

ତିନି ସେନାର ଯବାନଙ୍କ ସହ ଏନଡିଆରଏଫ୍‍, ଏସଡିଆରଏଫ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସେପଟେ କେରଳ ୱାୟନାଡରେ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ଶହେ ପାର୍ ହୋଇଛି। ବର୍ତ୍ତମାନ ସୁଦ୍ଧା 118 ଜଣଙ୍କ ମୃତଦେହ ଉଦ୍ଧାର ହୋଇ ଥିବାବେଳେ ଏବେ ମଧ୍ୟ ଶତାଧିକ ଲୋକ ମାଟି ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ପ୍ରବଳ ବର୍ଷା ପରେ କେରଳର ୱାୟନାଡରେ ତାଣ୍ଡବ ରଚିଛି ପ୍ରକୃତି । ଗୋଟିଏ ପରେ ଗୋଟିଏ ତିନୋଟି ଭୂସ୍ଖଳନ ହେବା ପରେ ରାସ୍ତା-ଘାଟ, ଘର-ଦ୍ବାର ଧୋଇ ହୋଇଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ମୁଖ୍ୟମନ୍ତ୍ରୀ ବିଜୟନଙ୍କ ସହ କଥା ହୋଇଛନ୍ତି ଓ କେନ୍ଦ୍ର ପକ୍ଷରୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କ ପ୍ରତି ୨ ଲକ୍ଷ ଓ ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରାଯାଇଛି।

Sponsored
କେରଳରେ ପ୍ରକୃତିର କରାଳ ରୂପ; ମାଟି ତଳେ ୪ଶହରୁ ଉର୍ଦ୍ଧ୍ୱ ପରିବାର ଫସି ରହିଥିବା ସନ୍ଦେହ | Argus News