Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ନିୟମ ହେଲା ଆହୁରି କଡାକଡି 

Manini Pattanayak
Browse all articles by Manini Pattanayak
·2 years ago·2 min read
ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ନିୟମ ହେଲା ଆହୁରି କଡାକଡି 

 ନୂଆଦିଲ୍ଲୀ: କେରଳରେ ଡ୍ରାଇଭିଙ୍ଗ ଲାଇସେନ୍ସ  ପ୍ରାପ୍ତ କରିବା ଆହୁରି ହେଲ ମୁସ୍କିଲ।  କାରଣ କେରଳ ମୋଟର ବାହାନ ବିଭାଗ ଡ୍ରାଇଭିଙ୍ଗ ଟେଷ୍ଟ ନିୟମରେ ଅନେକ ପରିବତ୍ତନ କରିଛନ୍ତି।  ଏମିତି କି  ଆବେଦନକାରୀ ଏବେ ରିୟଏ ଲାଇଫ୍  ଡ୍ରାଇଭିଙ୍ଗ  ଟେଷ୍ଟ ଦେବାକୁ ପଡିବ। ଅର୍ଥାତ ବ୍ୟସ୍ତ ଟ୍ରାଫିକ୍‌ ମଧ୍ୟରେ ଗାଡି ଚଳାଇ   ନିଜ ଡ୍ରାଇଭିଙ୍ଗ  ସ୍କିଲ କୁ ପ୍ରାମଣିତ  କରିବାକୁ ପଡିବ।  ଏହାବ୍ୟତିତ  ଟେଷ୍ଟ ନିୟମରେ ଆଉ କିଛି ପରିବର୍ତ୍ତନ କରାଯାଇଛି। 
 

କଣ ଅଛି ନୂଆ ଡ୍ରାଇଭିଙ୍ଗ ଟେଷ୍ଟର ନିୟମ?
 

କେରଳରେ  ମୋଟର ବାହାନ ବିଭାଗ  ଦ୍ୱାରା ଆଦେଶ ଜାରି କରାଯାଇଛି। ଯେୁଁଥିରେ ଡ୍ରାଇଭିଙ୍ଗ ଲାଇସେନ୍ସ  ଆବେଦନକାରୀଙ୍କୁ ବର୍ତ୍ତମାନ  ବାସ୍ତବିକ ମାଧ୍ୟମରେ  ବ୍ୟସ୍ତ ରାସ୍ତାରେ ଡ୍ରାିଭିଙ୍ଗ ଟେଷ୍ଟ ଦେବା ବାଦ୍ଧ୍ୟତାମୂଳକ॥  ଏହା ବ୍ୟତୀତ ବିଭାଗ ଏଙ୍ଗୁଲାର ପାର୍କିଂ, ସମାନ୍ତରାଳ ପାର୍କିଂ, ଜିଗ୍-ଜୈଗ୍  ଡ୍ରାଇଭିଂ  ପରି ଅନେକ ଟେଷ୍ଟ ବାଧ୍ୟତାମୂଳକ କରି ଦିଆଯାଇଛି।  
 ଏହା ଛଡା ଏହି ସର୍କୁଲାର ରେ 'H' ଟେଷ୍ଟ କରିବା ପୂର୍ବରୁ  ଆବେଦନକାରୀଙ୍କୁ ଗ୍ରେଡିଏଣ୍ଟ ଟେଷ୍ଟ ଦେବାକୁ ହେବ।  ଏଠି କହିଦେଉଛୁ ଯେ,  ଏହି  ନିୟମ ନୂଆ ଡ୍ରାଇଭିଙ୍ଗ ଲାଇସେନ୍ସ ଆବେଦନକାରୀ ଏବଂ ରେନ୍ୟୁ କରାଉଥିବା  ଦୁଇ ଜଣଙ୍କ ପାଇଁ ଲାଗୁ ହେବ। ନୂଆ ନିୟମରେ ଯୋଡା ଯାଇଛି ଯେ, ୧୫ ବର୍ଷରୁ ଅଧକ ପୂରୁଣା କାରର ବ୍ୟବହାର   ଡ୍ରାଇଭିଂ ପରୀକ୍ଷା ପାଇଁ  ବ୍ୟବହାର କରାଯିବ ନାହିଁ |

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଇଲେକ୍ଟ୍ରିକ ଏବଂ ଅଟୋମେଟିକ  କାର ହେବା ନାହିଁ ସାମିଲ

ଏହି ନିୟମ ଅନୁସାରେ  ଟେଷ୍ଟ ସମୟରେ ଦୁଇଚକିଆ ବାହାନ ସେଗମେଣ୍ଟରେ କେବଳ ସେହି ବାହାନ ସାମିଲ କରାଯିବ  ଯାହର ଇଞ୍ଜିନ୍‌ କ୍ଷମତା ୯୫ ସିସି  କିମ୍ବା ଏହାଠାରୁ ଅଧିକ ଥିବ।   ଏହା ଛଡା ଚାରିଚକିଆ  ଡ୍ରାଇଭିଙ୍ଗ ଟେଷ୍ଟ  ଇଲେକ୍ଟ୍ରିକ  ଏବଂ ଅଟୋମେଟିକ କାର ଗୁଡିକୁ ସାମିଲ କରାଯିବ ନାହିଁ ।  ଏହି ନୂଆ ନିୟମ ଅନୁସାରେ ଟେଷ୍ଟିଙ୍ଗ ବାହାନରେ  ଡ୍ୟାଶବୋର୍ଡ  କ୍ୟାମେରା ଏବଂ ହ୍ୱିକର  ଲୋକେଶନ ଟ୍ରାକିଙ୍ଗ  ଡିଭାଇସ୍‌ କୁ ଇନଷ୍ଟଲ  କରିବା ବାଦ୍ଧ୍ୟତାମୂଳକ।    

ଅଧିକ ପଢନ୍ତୁ ଭାରତ ଖବର 

Sponsored
kerala motor vehicle department introduces stricter driving test regulations for driving licence | Argus News