Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବ୍ୟାପୁଛି କରୋନା, ଚାଲିଗଲା ଆଉ ଜଣଙ୍କ ଜୀବନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବ୍ୟାପୁଛି କରୋନା, ଚାଲିଗଲା ଆଉ ଜଣଙ୍କ ଜୀବନ

ଅର୍ଗସ ବ୍ୟୁରୋ:  ବ୍ୟାପୁଛି କରୋନା । ଦିନକରେ  JN.1  ଆକ୍ରାନ୍ତ ସଂଖ୍ୟା 3 ଗୁଣ ବୃଦ୍ଧି ପାଇଁ 63ରେ ପହଞ୍ଚିଛି । କେରଳରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଭୟ ବଢୁଛି । ଗୋଆରେ ସର୍ବାଧିକ 34 ଜଣ JN.1 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାବ୍ୟତୀତ ମହାରାଷ୍ଟ୍ରରେ 9, କର୍ଣ୍ଣାଟକରେ 8, କେରଳରେ 6, ତାମିଲନାଡୁରେ 4 ଓ ତେଲଙ୍ଗାନାରେ 2 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ଗତ 24 ଘଣ୍ଟା ମଧ୍ୟରେ, ଭାରତରେ କୋଭିଡ -19 ର 628ଟି ନୂଆ ମାମଲା ରିପୋର୍ଟ ହୋଇଛି। ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା 4 ହଜାର 54କୁ ବୃଦ୍ଧି ପାଇଛି।

ଗତ 24ଘଣ୍ଟା ମଧ୍ୟରେ କେରଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ କରୋନା ଜମିତ ମୋଟ ମୃତ୍ୟୁସଂଖ୍ୟା 5 ଲକ୍ଷ 33 ହଜାର 334କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 50 ଲକ୍ଷ 9 ହଜାର 248ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ ଦେଶରେ ଚିକିତ୍ସା ପରେ 4 କୋଟି 44 ଲକ୍ଷ 71 ହଜାର 860 ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ମୃତ୍ୟୁ ହାର 1.19 ପ୍ରତିଶତ ରହିଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kerala records 265 fresh Covid-19 cases with one death | Argus News