Videos
|
National

Nipah Virus Outbreak / କେରଳମ୍‌ରେ ନିପା ଭାଇରସର ପ୍ରଥମ ମାମଲା, ଭେଣ୍ଟିଲେଟରରେ ସଂକ୍ରମିତ ରୋଗୀ

Bikash Mohanty
Browse all articles by Bikash Mohanty
·3 months ago·2 min read
କେରଳମ୍‌ରେ ନିପା ଭାଇରସର ପ୍ରଥମ ମାମଲା, ଭେଣ୍ଟିଲେଟରରେ ସଂକ୍ରମିତ ରୋଗୀ
Nipah Virus

Key Points

ଭାରତରେ ନିପା ଭାଇରସ
କେରଳମ୍‌ରେ ନିପା ଭାଇରସର ପ୍ରଥମ ମାମଲା
ରୋଗୀ ଜଣକ ୪୩ ବର୍ଷ ବୟସ୍କ ଓ କୋଜିକୋଡର ବାସିନ୍ଦା
ରିପୋର୍ଟ ପଜିଟିଭ୍ ଆସିବା ପରେ ସମଗ୍ର ରାଜ୍ୟରେ ହାଇଆଲର୍ଟ
ଭୁବନେଶ୍ବର,୧୨/୦୬:ଚଳିତ ବର୍ଷ କେରଳମ୍‌ରେ ନିପା ଭାଇରସର ପ୍ରଥମ ମାମଲା ଦେଖିବାକୁ ମିଳିଛି। ଗୁରୁବାର ଏହି ସୂଚନା ପ୍ରକାଶ ପାଇଛି। ରୋଗୀ ଜଣକ ୪୩ ବର୍ଷ ବୟସ୍କ ଓ କୋଜିକୋଡର ବାସିନ୍ଦା। ରିପୋର୍ଟ ପଜିଟିଭ୍ ଆସିବା ପରେ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ହାଇଆଲର୍ଟ ଜାରି କରିଛନ୍ତି। ସାମାନ୍ୟ ଜ୍ୱର ହେବା ପରେ ରୋଗୀଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କୋଝିକୋଡ ମେଡିକାଲ କଲେଜକୁ ପଠାଯାଇଥିଲା। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ସେ ଭେଣ୍ଟିଲେଟରରେ ଅଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ କେ ମୁରଲୀଧରନ୍ କହିଛନ୍ତି, ରୋଗୀ ଜଣକ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ଡାକ୍ତରଖାନା କର୍ମଚାରୀ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ସମ୍ଭାବ୍ୟ ଲୋକଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଛି। ବର୍ତ୍ତମାନ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ୨୦୧୮ ପରଠାରୁ ଷଷ୍ଠ ଥର ପାଇଁ କେରଳମ୍‌ରେ ସଂକ୍ରମଣ ହୋଇଛି। ଶେଷ ଥର ପାଇଁ ଦୁଇ ବର୍ଷ ପୂର୍ବେ, ୨୦୨୪ରେ ଦୁଇଟି ମାମଲା ମିଳିଥିଲା। ଜଣେ ରୋଗୀ ପ୍ରାଣ ହରାଇଥିଲା। ଅଧିକାରୀଙ୍କ କହିବାନୁସାରେ, ରୋଗୀ ନିକଟରେ ଏକ ଗୋଦାମ ଭଡ଼ାରେ ନେଇ ନିଜେ ସଫା କରିଥିଲେ। ଏହି ସମୟରେ ସେ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି। ନିପା ଭୂତାଣୁ ମୁଖ୍ୟତଃ ଫଳଖିଆ ବାଦୁଡ଼ି ଦ୍ୱାରା ବ୍ୟାପିଥାଏ।

                             ନିପା ଭାଇରସ୍‌ର ଇତିହାସ
୧୯୯୮ ମସିହାରେ ମାଲେସିଆରେ ନିପାର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା ୧୯୯୮-୯୯ ମସିହାରେ ମାଲେସିଆର ସୁଙ୍ଗାଇ ନିପା ଗ୍ରାମରେ ପ୍ରଥମେ ଏହି ଭାଇରସ୍ ଚିହ୍ନଟ ହୋଇଥିଲା। ଏହି ଗାଁ ନାମରେ ଏହାର ନାମ ନିପା ଭାଇରସ୍ ରଖାଗଲା। ଏହି ଭୂତାଣୁ ବାଦୁଡ଼ିଙ୍କଠାରୁ ଘୁଷୁରିକୁ ବ୍ୟାପିଥିଲା। ଘୁଷୁରି ଫାର୍ମରେ କାମ କରୁଥିବା ଲୋକମାନେ ସଂକ୍ରମିତ ହୋଇଥିଲେ। ମାଲେସିଆରେ ପ୍ରାୟ ୨୬୫ ଜଣ ସଂକ୍ରମିତ ହୋଇଥିଲେ। ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କୁ ୧୦ ଲକ୍ଷରୁ ଅଧିକ ଘୁଷୁରି ମାରିବାକୁ ପଡିଲା। ଏହା ମାଲେସିଆର ଘୁଷୁରି ଶିଳ୍ପକୁ ବିପୁଳ ଆର୍ଥିକ କ୍ଷତି ଘଟାଇଲା।

ମାଲେସିଆ ପରେ ଏହି ଭୂତାଣୁ ବାଂଲାଦେଶ, ଭାରତ, ସିଙ୍ଗାପୁର ଓ ଫିଲିପାଇନ୍ସକୁ ବ୍ୟାପିଥିଲା। କାମ୍ବୋଡିଆ ଓ ଥାଇଲ୍ୟାଣ୍ଡରେ ମଧ୍ୟ ଏହି ଭାଇରସର କିଛି ମାମଲା ଦେଖିବାକୁ ମିଳିଥିଲା। ତଥାପି, ଏହା ଅଧିକ ବ୍ୟାପି ନାହିଁ। ୨୦୦୧ରେ ପଶ୍ଚିମବଙ୍ଗର ସିଲିଗୁଡ଼ିରେ ପ୍ରଥମେ ନିପା ସଂକ୍ରମଣ ଦେଖାଯାଇଥିଲା। ତା’ପରେ ୬୬ଟି ମାମଲା ରିପୋର୍ଟ ହୋଇଥିଲା ଯେଉଁଥିରେ ୪୫ ଜଣଙ୍କର ମୃତ୍ୟୁ ଘଟିଥିଲା। ୨୦୦୭ରେ, ବଙ୍ଗଳାର ନଦିଆରେ ପାଞ୍ଚଟି ମାମଲା ରିପୋର୍ଟ ହୋଇଥିଲା, ଯେଉଁମାନଙ୍କ ମଧ୍ୟରୁ ସମସ୍ତେ ମୃତ୍ୟୁବରଣ କରିଥିଲେ। ୨୦୧୮ରେ ନିପା କେରଳମ୍‌ରେ ପ୍ରବେଶ କରିଥିଲା। ୮ ବର୍ଷ ମଧ୍ୟରେ ରାଜ୍ୟରେ ଛଅ ଥର ନିପା ମାମଲା ରିପୋର୍ଟ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କରୋନା ଅଧିକ ଦ୍ରୁତ ଗତିରେ ବ୍ୟାପିଥାଏ, ତେଣୁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି। ନିପା ଏତେ ଦ୍ରୁତ ଗତିରେ ବ୍ୟାପେ ନାହିଁ କିନ୍ତୁ ସଂକ୍ରମିତ ହେଲେ ମୃତ୍ୟୁର ଆଶଙ୍କା ବହୁତ ଅଧିକ। କରୋନା ଫୁସଫୁସ ଉପରେ ଆକ୍ରମଣ କରୁଥିବା ବେଳେ ନିପା ମସ୍ତିଷ୍କରେ ପ୍ରଦାହ (ଏନ୍‌ସେଫାଲାଇଟିସ୍) ସୃଷ୍ଟି କରିପାରେ। କରୋନାରେ ଅଧିକାଂଶ ଲୋକ ସୁସ୍ଥ ହୋଇଯାଆନ୍ତି, କିନ୍ତୁ ନିପାରେ ମୃତ୍ୟୁ ହାର ବହୁତ ଅଧିକ।
Keralam Reports First Nipah Virus Case; Patient on Ventilator Support | Argus News