Spa Case / ଛାତିଥରା ଘଟଣା!, SPAରେ ଶୋଷଣ ଅଭିଯୋଗରେ ୨ ଗିରଫ
·1 hour ago·1 min read

Key Points
କେରଳରେ ନାବାଳିକାଙ୍କୁ ଶୋଷଣ ଅଭିଯୋଗ
ସ୍ପାରେ ଯୌନ ଶୋଷଣ ଅଭିଯୋଗ
ଶୋଷଣ ଅଭିଯୋଗରେ ୨ ଗିରଫ
ସ୍ପାରେ ଯୌନ ଶୋଷଣ ଅଭିଯୋଗ
ଶୋଷଣ ଅଭିଯୋଗରେ ୨ ଗିରଫ
ତିରୁବନନ୍ତପୁରମ୧୮/୧୦: କେରଳରେ ନାବାଳିକାଙ୍କୁ ଶୋଷଣ ନେଇ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ତାଙ୍କ ମାଉସୀ ଓ ମାମୁଁ କୋଭାଲମର ଏକ ସ୍ପାକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଏହାପରେ ନାବାଳିକାଙ୍କୁ ପ୍ରାୟ ୧୦ଟି ଭିନ୍ନ ଭିନ୍ନ ସ୍ପାରେ ଶୋଷଣ କରାଯାଇଥିବା ଜଣାପଡ଼ିଛି। ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବାବେଳେ, ଏହା ପଛରେ ଏକ ବଡ଼ ରାକେଟ୍ କାମ କରୁଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।
ପୋଲିସ ସୂଚନା ଅନୁସାରେ, ଗିରଫ ଦୁଇ ଅଭିଯୁକ୍ତ ହେଲେ ଆଲପୁଝାର ସାଜିତ ଏବଂ ପୁଭରର ନିଶାନ୍ତ। ଆନ୍ଧ୍ରପ୍ରଦେଶର ମୂଳ ବାସିନ୍ଦା ନାବାଳିକାଙ୍କ ବାପାମାଆଙ୍କ ମୃତ୍ୟୁ ହୋଇଯାଇଥିଲା। ଫଳରେ ସେ ତାଙ୍କ ମାଉସୀ ଓ ମାମୁଁଙ୍କ ତତ୍ତ୍ୱାବଧାନରେ ରହୁଥିଲେ। ଅଭିଯୋଗ ଅନୁଯାୟୀ, ଗତ ଜୁଲାଇ ମାସରେ ସେମାନେ ନାବାଳିକାଙ୍କୁ କୋଭାଲମକୁ ଆଣିଥିଲେ। ପରେ ତାଙ୍କୁ ସେଠାରେ ଛାଡ଼ି ଆନ୍ଧ୍ରପ୍ରଦେଶ ଫେରିଯାଇଥିଲେ। ଏହାପରଠାରୁ ନାବାଳିକା ଜଣକ ବିଭିନ୍ନ ସ୍ପାରେ କାମ କରୁଥିବା ସମୟରେ ଶୋଷଣର ଶିକାର ହୋଇଥିବା ଅଭିଯୋଗ ହୋଇଛି।
ପଢନ୍ତୁ ଏହି ଖବର: ରାକ୍ଷୀଙ୍କ ବଢ଼ିଲା ଅଡ଼ୁଆ, ଜାରି ହେଲା ଜାମିନବିହୀନ ୱାରେଣ୍ଟ
ପ୍ରେମରେ ପଡ଼ି ଖସିଯିବାକୁ ଉଦ୍ୟମ, ସାମ୍ନାକୁ ଆସିଲା ଘଟଣା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରିପୋର୍ଟ ଅନୁସାରେ, ଏକ ସ୍ପାରେ କାମ କରୁଥିବା ସମୟରେ ନାବାଳିକା ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କରେ ଆସିଥିଲେ। ପରେ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିବା କୁହାଯାଉଛି। ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ଜାଣିବାକୁ ପୋଲିସ ତଦନ୍ତ ଚଳାଇଛି। ନାବାଳିକାଙ୍କୁ ବିଭିନ୍ନ ସ୍ପାକୁ ନେବା ପଛରେ ଏଜେଣ୍ଟଙ୍କ ଭୂମିକା ରହିଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯାଉଛି। ଏଥିସହ ଘଟଣା ପଛରେ ସଂଗଠିତ ଯୌନ ଶୋଷଣ ଚକ୍ର କାର୍ଯ୍ୟ କରୁଥିବା ସମ୍ଭାବନାକୁ ନେଇ ମଧ୍ୟ ତଦନ୍ତ ଜାରି ରହିଛି।
Related Topics
Explore more stories