Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସହିପାରିଲେନି ରାଗିଙ୍ଗ, ଜୀବନ ହାରିଲେ ଯୁବକ

National

ସହିପାରିଲେନି ରାଗିଙ୍ଗ, ଜୀବନ ହାରିଲେ ଯୁବକ

Banajyotshna Ray
Browse all articles by Banajyotshna Ray
·2 years ago
ସହିପାରିଲେନି ରାଗିଙ୍ଗ, ଜୀବନ ହାରିଲେ ଯୁବକ

ଅର୍ଗସ ବ୍ୟୁରୋ:  ଘଣ୍ଟେ କି ଦୁଇ ଘଣ୍ଟା ନୁହେଁ। ୨୯ ଘଣ୍ଟାର ନିର୍ଯାତନା । ପ୍ରାଣୀ ଚିକିତ୍ସା ପାଠ ପଢୁଥିବା ସିଦ୍ଧାର୍ଥନଙ୍କ ମୃତଦେହ କଲେଜର ବାଥରମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ୨୦ ବର୍ଷର ଯୁବକ ନିଜ ଜୀବନ ହାରିଦେଲେ।  ଏପରି ଘଟଣା ଦେଖିବାକୁ ମିଳିଛି କେରଳର ୱାୟନାଡାରେ। ଏବେବି ଥମିନି ସିନିୟରଙ୍କ ରାଗିଙ୍ଗର ବର୍ବରତା। ରାଗିଙ୍ଗରେ ଚାଲିଗଲା ୨୦ ବର୍ଷ ଯୁବକଙ୍କ ଜୀବନ। ସିନିୟର ଓ କ୍ଲାସମେଣ୍ଟମାନେ ମିଶି ଲଗାତର ୨୯ ଘଣ୍ଟା ଧରି ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ପରେ ସିଦ୍ଧାର୍ଥନ ଏହି ଚରମ ପଦକ୍ଷେପ ନେଇଥିଲେ ବୋଲି ଜଣାପଡ଼ିଛି।

ଗତମାସ ୧୮ ତାରିଖରେ ପ୍ରାଣୀ ଚିକିତ୍ସା ପାଠ ପଢୁଥିବା ସିଦ୍ଧାର୍ଥନଙ୍କ ମୃତଦେହ କଲେଜର ବାଥରମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହି ଘଟଣାର ପୋଲିସ ଯାଞ୍ଚ କରି ଏକ ଆତ୍ମହତ୍ୟା ମାମଲା ରୁଜୁ କରିଥିଲା।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kerala Student Tortured For 29 Hours By Seniors, Classmates Before Death | Argus News