Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦାଉ ସାଧୁଛି ପ୍ରାକୃତିକ ଦୁର୍ବିପାକ

National

ଦାଉ ସାଧୁଛି ପ୍ରାକୃତିକ ଦୁର୍ବିପାକ

Smruti Parija
Browse all articles by Smruti Parija
·1 year ago·2 min read
ଦାଉ ସାଧୁଛି ପ୍ରାକୃତିକ ଦୁର୍ବିପାକ

Key Points

  • ଦାଉ ସାଧୁଛି ପ୍ରାକୃତିକ ଦୁର୍ବିପାକ
  • ଓ୍ବାୟନାଡ ପରେ  ଉତ୍ତର ଭାରତରେ ପ୍ରକୃତିର ତାଣ୍ଡବ
  • ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ଜଳ ପ୍ରଳୟ
  • ଓ୍ବାୟନାଡାରେ 250 ଟପିଲା ମୃତକଙ୍କ ସଂଖ୍ୟା  

ଅର୍ଗସ ବ୍ୟୁରୋ: କେରଳ ୱାୟନାଡ ଭୂସ୍ଖଳନ ଘଟଣାରେ ଲଗାତର ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା। ମୃତକଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୨୫୦ରୁ ଅଧିକକୁ ବୃଦ୍ଧି ପାଇଛି। କେବଳ ଚେଲିୟାର ନଦୀରୁ ଏପର୍ଯ୍ୟନ୍ତ ୮୦ରୁ ଅଧକ ଶବ ମିଳିଲାଣି। ଏବେବି 200ରୁ ଅଧିକ ଲୋକେ ନିଖୋଜ ଅଛନ୍ତି। ସର୍ଚ୍ଚ ଅପରେସନ ଜୋରାଦାର ଚାଲିଛି। ସେପଟେ କେରଳରେ ବର୍ଷା ଥମିବାର ନାଁ ନେଉ ନାହିଁ। ପ୍ରବଳ ବର୍ଷା ଭିତରେ ହିଁ ଚାଲିଛି ମାଟି ତଳୁ ଜୀବନ ଖୋଜା। ଉଦ୍ଧାର ହୋଇଥିବା ୨୭୦ ମୃତଦେହ ମଧ୍ୟରୁ ୧୦୩ ଜଣଙ୍କ ପରିଚୟ ଜଣାପଡ଼ିଛି। ଅନେକ ‌ଲୋକ ମାଟି ତଳେ ପୋତି ହୋଇଯାଇଥିବା ସନ୍ଦେହ କରାଯାଉଥିବାରୁ ସେନା, ଅଗ୍ନିଶମ ବାହିନୀ ଏବଂ ଏନ୍‌ଡିଆର୍‌ଏଫ୍‌ ଉଦ୍ଧାରରେ ଅହରହ ନିୟୋଜିତ ରହିଛନ୍ତି। ସେପଟେ ଭୂସ୍ଖଳନ ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ସାରିଥିବା ଗାଁ ଗୁଡ଼ିକରୁ ଅତିରିକ୍ତ ୧୩୮୬ ଜଣଙ୍କୁ ଉଦ୍ଧାର କରାଯାଇ ୭ଟି କ୍ୟାମ୍ପରେ ରଖାଯାଇଛି।

ଉତ୍ତର ଭାରତରେ ଦାଉ ସାଧିଛି ପ୍ରକୃତି। ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି ପ୍ରକୃତିର ତାଣ୍ଡବ। ଉଭୟ ସ୍ଥାନରେ ବାଦଲ ଫଟା ବର୍ଷା ଯୋଗୁ ଜଳ ପ୍ରଳୟ ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି। କୁଲୁ, ମଣ୍ଡି ଏବଂ ରାମପୁରରେ ବାଦଲ ଫଟା ବର୍ଷାରେ ସୃଷ୍ଟି ହୋଇଛି ପ୍ରଳୟ। ଉତ୍ତରାଖଣ୍ଡ କେଦାରନାଥରେ ହଠାତ ବନ୍ୟା ଆସିବାରୁ ଭୟାବହ ସ୍ଥିତି ଦେଖିବାକୁ ମିଳିଛି। ହଠାତ ବନ୍ୟା ଆସିବାରୁ ୨୦୦ରୁ ଅଧିକ ଶ୍ରଦ୍ଧାଳୁ ଫସି ରହିଛନ୍ତି।

ବାଦଲାଫଟା ବର୍ଷା ଯୋଗୁ ବେହାଲ ଦିଲ୍ଲୀ। ରାସ୍ତା ପାଲଟିଲା ପୋଖରୀ। ଏଠାକାର ବିଭିନ୍ନ ଅଞ୍ଚଳରେ ବର୍ଷା ପାଣି ଜମି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି ପ୍ରବଳ ବର୍ଷା ଯୋଗୁଁ ରାଜରାସ୍ତାରେ ପାଣିରେ ବୁଡ଼ିଯିବାରୁ ଟ୍ରାଫିକ ସମସ୍ୟା ଦେଖା ଦେଇଛି। ବିଶେଷ କରି ଦିଲ୍ଲୀ ଗାଜିଆବାଦ ରାସ୍ତା ଓ ଗୁରୁଗ୍ରାମରୁ ଦିଲ୍ଲୀ ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଭାରତ ଖବର...

Sponsored
Kerala Wayanad landslide death toll continues to rise | Argus News