Videos
|
National

ୟୁଏଇ ଫ୍ଲାଟ୍‌ରୁ ମିଳିଲା କେରଳ ମହିଳାଙ୍କ ମୃତଦେହ: ଯୌତୁକଜନିତ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

Ritu Das
Browse all articles by Ritu Das
·1 year ago·1 min read
ୟୁଏଇ ଫ୍ଲାଟ୍‌ରୁ ମିଳିଲା କେରଳ ମହିଳାଙ୍କ ମୃତଦେହ: ଯୌତୁକଜନିତ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

Key Points

ୟୁଏଇ ଫ୍ଲାଟ୍‌ରୁ ମିଳିଲା କେରଳ ମହିଳାଙ୍କ ମୃତଦେହ

ଯୌତୁକଜନିତ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଯୌତୁକ ପାଇଁ ତାଙ୍କ ସ୍ୱାମୀ ତାଙ୍କୁ ହଇରାଣ କରୁଥିଲେ

ମହିଳାଙ୍କ ସ୍ବାମୀ ତାଙ୍କୁ ୧୮ ରୁ ୧୯ ଜୁଲାଇ ମଧ୍ୟରେ ଗଳା କାଟି ଦେଇଥିଲେ

ୟୁଏଇ ଫ୍ଲାଟ୍‌ରେ ଶନିବାର ଜଣେ କେରଳ ମହିଳାଙ୍କ ମୃତଦେହ ମିଳିଛି। ତେବେ ମହିଳାଙ୍କ ପରିବାର ପକ୍ଷରୁ ଯୌତୁକଜନିତ ନିର୍ଯାତନା ପରେ ହତ୍ୟା ଅଭିଯୋଗ ହୋଇଛି। ଜାଣିବାକୁ ମିଳିଛି ଯେ ୨୯ ବର୍ଷୀୟା ଅଥୁଲ୍ୟ ଶେଖର ୨୦୧୪ ମସିହାରେ କେରଳ କୋଲ୍ଲମର ବାସିନ୍ଦା ସତୀଶଙ୍କ ସହ ବିବାହ କରିଥିଲେ। ହେଲେ ପୁଅ ପକ୍ଷ ଲୋକ କୁଆଡ଼େ ବାରମ୍ବାର ମହିଳା ଯୌତୁକ ନିର୍ଯାତନା ଦେଉଥିଲେ। କେରଳର କୋଲ୍ଲମର ଏହି ମହିଳା ଜଣକ ସଂଯୁକ୍ତ ଆରବ ଏମିରେଟ୍ସ (UAE) ରେ ତାଙ୍କ ଆପାର୍ଟମେଣ୍ଟରେ ଶନିବାର ଦିନ ମୃତ ଅବସ୍ଥାରେ ମିଳିଲେ।


ପୂର୍ବରୁ ତାଙ୍କ ପରିବାର ଅଭିଯୋଗ କରିଥିଲେ ଯେ ଯୌତୁକ ପାଇଁ ତାଙ୍କ ସ୍ୱାମୀ ତାଙ୍କୁ ହଇରାଣ କରୁଥିଲେ। ନିକଟାରେ ଶାରଜାହରେ ଥିବା ତାଙ୍କ ଫ୍ଲାଟରୁ ମୃତଦେହ ମିଳିଛି। ମହିଳାଙ୍କ ମାଆ ଅଭିଯୋଗ କରିଛନ୍ତି ଯେ ସତୀଶ ତାଙ୍କୁ ୧୮ ରୁ ୧୯ ଜୁଲାଇ ମଧ୍ୟରେ ଗଳା କାଟି ଦେଇଥିଲେ। ତାଙ୍କ ପେଟକୁ ଲାତ ମାରିଥିଲେ ଏବଂ ତାଙ୍କ ମୁଣ୍ଡକୁ ଏକ ପ୍ଲେଟରେ ଆଘାତ କରିଥିଲେ, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
kerala-womans-body-found-in-uae-flat-family-alleges-dowry-murder | Argus News