Videos
|
National

Kerala Flash Flood / କେରଳମରେ ତାଣ୍ଡବ… ଅଚାନକ ବନ୍ୟା-ଭୂସ୍ଖଳନରେ ୬ ମୃତ, ଅନେକ ନିଖୋଜ

Ritu Das
Browse all articles by Ritu Das
·1 hour ago·2 min read
କେରଳମରେ ତାଣ୍ଡବ… ଅଚାନକ ବନ୍ୟା-ଭୂସ୍ଖଳନରେ ୬ ମୃତ, ଅନେକ ନିଖୋଜ
India

Key Points

କେରଳର ଇଡୁକ୍କି ଜିଲ୍ଲା ଅନ୍ତର୍ଗତ କୋଟ୍ଟକାମ୍ବୁର ଅଞ୍ଚଳରେ ରବିବାର ଅଚାନକ ବନ୍ୟା ଏବଂ ଭୂସ୍ଖଳନ ଘଟି ୬ ଜଣଙ୍କ ମୃତ୍ୟୁ ଘଟିଛି
କେରଳମର ଇଡୁକ୍କି ଜିଲ୍ଲା ଅନ୍ତର୍ଗତ କୋଟ୍ଟକାମ୍ବୁର ଅଞ୍ଚଳରେ ରବିବାର ଅଚାନକ ବନ୍ୟା ଏବଂ ଭୂସ୍ଖଳନ ଘଟି ୬ ଜଣଙ୍କ ମୃତ୍ୟୁ ଘଟିଛି । ଆହୁରି ଅନେକ ଲୋକ ଫସିରହିଥିବା ଆଶଙ୍କା କରାଯାଉଛି । ସ୍ଥାନୀୟ ପ୍ରଶାସନ ତରଫରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି । ଏଥିରେ ଲୋକମାନେ ସହଯୋଗ କରୁଛନ୍ତି । ଅଚାନକ ବନ୍ୟାରେ ଅନେକ ଲୋକ ନିଖୋଜ ହୋଇଯାଇଥିବା ଅନୁମାନ କରାଯାଉଛି।


ଖବର ମୁତାବକ, ରବିବାର ସନ୍ଧ୍ୟା ପ୍ରାୟ ୫ଟାରେ କୋଟ୍ଟାପୁଝାରେ ଅଚାନକ ବନ୍ୟା ଆସିଥିଲା । ଏଥିରେ ଟିକେ କଲୋନିର ୭ ଜଣ ଭାସିଯାଇଥିଲେ । ଏମାନଙ୍କ ମଧ୍ୟରେ ଜଣେ ମହିଳା ଏବଂ ପର୍ଯ୍ୟଟକ ଥିଲେ । ଏହା ପୂର୍ବରୁ ମୁତ୍ତିକୁଣ୍ଡଠାରେ ନଦୀରୁ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ନଦୀ ଅବବାହିକା ଅଞ୍ଚଳରେ ଅନେକ ସଂଖ୍ୟକ ପର୍ଯ୍ୟଟକ ରହିଥିଲେ । ରବିବାର ଛୁଟି ଥିବାରୁ ପର୍ଯ୍ୟଟକମାନେ ସ୍ଥାନୀୟ କେଟ୍ଟୁଙ୍ଗଲ, ଆନାକୁଣ୍ଡୁ, ବଲୱାଦିପଡ଼ି ଏବଂ ଅନ୍ୟ ଅଞ୍ଚଳକୁ ବୁଲି ଆସିଥିଲେ । ହେଲେ ଅଚାନକ ପାଣିପାଗ ବଦଳି ଯାଇଥିଲା । ପର୍ଯ୍ୟଟକମାନେ ଫସିଯାଇଥିଲେ । ସ୍ଥାନୀୟ ଲୋକଙ୍କ ଦ୍ୱାରା ପ୍ରାୟ ୨୭ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଅନେକ ଭାସିଯାଇଥିଲେ । ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି।

ଭାରତୀୟ ପାଣିପାଗ ବିଭାଗ କେରଳମର ଛଅଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ଅନୁସାରେ ପତନମଥିଟା, ଅଲ୍ଲାପୁଝା, କୋଟାୟମ, ଇଡ୍ଡୁକୀ, ଏର୍ଣ୍ଣାକୁଳମ ଏବଂ ତ୍ରିଶୂର ଅଞ୍ଚଳରେ ୧୧୫.୬ ମିମି ରୁ ୨୦୪.ମିମି ବର୍ଷା ହେବ ବୋଲି ଆଲର୍ଟ ଜାରି କରାଯାଇଛି ।

ଏହାବ୍ୟତୀତ ଘଣ୍ଟାକୁ ୪୦ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଏହାସହ ବଜ୍ରପାତ ସହ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି। କୋଲମ, ପଲକ୍କଡ ଏବଂ କନ୍ନୁର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ଅନୁମାନ କରାଯାଇଛି।
ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପ୍ରଶାସନ ପ୍ରତି ଘଣ୍ଟାର ସ୍ଥିତି ଉପରେ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: