କେରଳର କାଳରାତି ଥରୁଛି ଛାତି,ମୃତ୍ୟୁ ବି ଆସେ ଏମିତି..

ଅର୍ଗସ ବ୍ୟୁରୋ :୨୦୨୪ ଜୁଲାଇ ୨୯, କେରଳର ସେହି ଭୟାନକ କାଳରାତି କଥା ମନେ ପଡିଲେ ଛାତିଥରିଯାଏ,ରାତିରେ ନିଘୋଡ ନିଦରେ ଶୋଇଥିବା ଶତାଧିକ ଲୋକ ସକାଳ ଦେଖିବା ବୋଧ ହୁଏ ତାଙ୍କ ଭାଗ୍ୟରେ ନଥିଲା,ଏ ମଣିଷ ନିୟତିର ନୀତି ବୁଝିବା ବଡ଼ ମୁସ୍କିଲ। ୱାୟନାଡ ଦେଖିଥିଲା ପ୍ରକୃତିର ତାଣ୍ଡବ,କିଛି ଭାବୁ ଭାବୁ ସବୁ ଶେଷ,ରାତି ଯେମିତି ସବୁଦିନ ପାଇଁ ତାଙ୍କୁ ନିଘୋଡ ନିଦରେ ଶୁଆଇଦେଲା। ମାଟି ତଳେ ପୋତି ହୋଇଯାଇଥିଲାଅନେକଙ୍କ ସ୍ବପ୍ନ ଓ ଅସୁମାରୀ ଆଶା। ଏବେବି କିଛି ଲୋକଙ୍କ ପତ୍ତା ମିଳୁନି। ଭୂସ୍ଖଳନରେ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି ୫ଟି ଗାଁ । ୩୦୦ରୁ ଅଧିକ ଘର ମାଟିରେ ମିଶିଛି। ମୃତ୍ୟୁସଂଖ୍ୟା ୩୦୦ ଟପିଛି।
ମୃତ୍ୟୁର ତାଣ୍ଡବ ସ୍ଥଳରୁ ତଥାପି ଶବ ବୁହା ସରୁନି,ସବୁଠି ଖାଲି କୁଢ଼ କୁଢ଼ ଶବ। ବନ୍ୟା ଓ ଭୂସ୍ଖଳନ ଚାଲି ଯାଇଛି ସତ, ହେଲେ ଛାଡ଼ିଯାଇଛି ପ୍ରଳୟର ଛାପ। ଯେଉଁଠି ଖୋଜିଲେ, ସେଇଠୁ ମିଳୁଛି ଖାଲି ଶବ। ୩ହଜାରରୁ ଉର୍ଦ୍ଧ ଲୋକଙ୍କୁ ଉଦ୍ଧାର କରାଯାଇ ରିଲିଫ କ୍ୟାମ୍ପରେ ରଖାଯାଇଛି। ୱାୟନାଡ଼ ବିପର୍ଯ୍ୟୟ ପାଇଁ ୪୫ଟି ରିଲିଫ୍ ଶିବିର ଖୋଲାଯାଇଛି। ୩ ସେନା ସମେତ ଅଗ୍ନିଶମ ବାହିନୀ ଏବଂ ଏନ୍ଡିଆର୍ଏଫ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସେପଟେ କେରଳରେ ବର୍ଷା ଥମିବାର ନାଁ ନେଉ ନାହିଁ। ପ୍ରବଳ ବର୍ଷା ଭିତରେ ହିଁ ଚାଲିଛି ମାଟି ତଳୁ ଜୀବନ ଖୋଜା। କେବଳ ଚେଲିୟାର ନଦୀରୁ ଏପର୍ଯ୍ୟନ୍ତ ୮୦ରୁ ଅଧକ ଶବ ମିଳିଲାଣି ।
ଭୂସ୍ପଳନ ଏକ ଭୂ-ବୈଜ୍ଞାନିକ ଘଟଣା। ଏଥିରେ ପଥର ଚଟାଣ,ମାଟି ଓ ଭଗ୍ନାବଶେଷ ଅଚାନକ ଭୁଶୁଡି ପଡି ବିପର୍ଯ୍ୟୟ ଆଣିଥାଏ,ଏ ପ୍ରକାର ହଲଚଲ୍ ବିଭିନ୍ନ ପ୍ରାକୃତିକ ତଥା ମାନବକୃତ କାରଣରୁ ମଧ୍ୟ ହୋଇପାରେ,କେରଳ ୱାୟନାଡ ଭୁସ୍ଖଳନ ପଛରେପ୍ରବଳ ବୃଷିପାତ ମୁଖ୍ୟ କାରଣ ରହିଛି। ୱାୟନାଡ ଭୁସ୍ଖଳନ ପଛରେ ଭାରୀ ବୁଷ୍ଟିପାତ,ଭୂକମ୍ପ,ଜ୍ବାଲାମୁଖୀ ବିସ୍ପୋରଣ,ଜଙ୍ଗଲ କଟାଯିବା କାରଣ ଆଦି ପ୍ରମୁଖ ଆଦି ଦାୟୀ ରହିଛି। ଭୂକମ୍ପ ଆଦି ଅଚାନକ ହୋଇଥାଏ।
ୱାୟନାଡ ଘଟଣା କିଛି ନୂଆନୁହେଁ ୨୦୧୯,ଅଗଷ୍ଟ ୮ରେ ୱାୟନାଡର ପୁଥୁମାଲାରେ ବିପର୍ଯ୍ୟୟ ଘଟିଥିଲା ସେଥିରେ ୧୭ଜଣ ପ୍ରାଣ ହରାଇଥିଲେ। ପ୍ରାୟ ୫ ବର୍ଷ ପରେ ଏହି ଘଟଣାର ପୁଣି ପୁନରାବୃତ୍ତି ଦେଖିବାକୁ ମିଳୁଛି। ଭାରୀ ବର୍ଷା ଫଳରେ ୱାୟନାଡରେ ଅନେକ ଅଞ୍ଚଳ ଭୂସ୍ପଳନ ସକ୍ରିୟ ହୋଇଥିବା ବୈଜ୍ଞାନିକମାନେ ମତ ରଖିଛନ୍ତି। ସୌନ୍ଦର୍ଯ୍ୟଭରା ଦେବଭୂମି କେରଳ,ଆଜି କିନ୍ତୁ ଧ୍ବସଂଭୂମିରେ ପରିଣତ ହୋଇଛି। ସ ବୁଠି ଗୋଟିଏ ଚର୍ଚ୍ଚା କେରଳର ସେହି କାଳରାତି।