Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଟିଏମସି ସାଂସଦ ମହୁଆ ମୈତ୍ର ଲାଞ୍ଚ ମାମଲା, ଲୋକସଭାର ଏଥିକ୍ସ କମିଟି ରିପୋର୍ଟ ଆଜି ଆଗତ ହେବ !

National

ଟିଏମସି ସାଂସଦ ମହୁଆ ମୈତ୍ର ଲାଞ୍ଚ ମାମଲା, ଲୋକସଭାର ଏଥିକ୍ସ କମିଟି ରିପୋର୍ଟ ଆଜି ଆଗତ ହେବ !

Banajyotshna Ray
Browse all articles by Banajyotshna Ray
·2 years ago
ଟିଏମସି ସାଂସଦ ମହୁଆ ମୈତ୍ର ଲାଞ୍ଚ ମାମଲା,  ଲୋକସଭାର ଏଥିକ୍ସ କମିଟି ରିପୋର୍ଟ ଆଜି ଆଗତ ହେବ !

ଅର୍ଗସ ବ୍ୟୁରୋ:  ଟିଏମସି ସାଂସଦ ମହୁଆ ମୈତ୍ର ଲାଞ୍ଚ ମାମଲାରେ ଲୋକସଭାର ସଦାଚାର ବା ଏଥିକ୍ସ କମିଟି ରିପୋର୍ଟ ଆଜି  ଆଗତ ହେବାର ସମ୍ଭାବନା ରହିଛି। ରିପୋର୍ଟ ଉପସ୍ଥାପନ ହେବା ପରେ କମିଟିର ସୁପାରିସ ଆଧାରରେ ମହୁଆ ମୈତ୍ରଙ୍କ ସଂସଦ ସଦସ୍ୟତା ରଦ୍ଦ ପାଇଁ ପ୍ରସ୍ତାବ ଅଣାଯିବ। ବିରୋଧୀ ଏହି ରିପୋର୍ଟ ଉପରେ ବିଭାଜନ ଦାବି କରିପାରନ୍ତି, ତେଣୁ ଆଜି ଗୃହରେ ରହିବାକୁ ବିଜେପି ନିଜ ସାଂସଦମାନଙ୍କୁ ହ୍ୱିପ୍ ଜାରି କରିଛି। ମହୁଆ ମୈତ୍ରଙ୍କ ବହିଷ୍କାର ସମ୍ପର୍କିତ ଏଥିକ୍ସ କମିଟିର ରିପୋର୍ଟ ଡିସେମ୍ବର ୫ରେ ଲୋକସଭାରେ ଉପସ୍ଥାପିତ ହେବାର ଥିଲା। ମହୁଆ ପ୍ରସଙ୍ଗରେ ଗୃହକାର୍ଯ୍ୟ ଚାଲିଥିବା ବେଳେ ପ୍ରବଳ ହଙ୍ଗାମା ହୋଇଥିଲା। ମହୁଆ ମୈତ୍ର ପ୍ରସଙ୍ଗରେ ଗତକାଲି ମଧ୍ୟ ଲୋକସଭାରେ ଜୋରଦାର ହଙ୍ଗାମା ହୋଇଥିଲା।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Key Lok Sabha Ethics Committee meeting on Mahua Moitra case today | Argus News