Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭିଡିଓ ଜାରି କରି ରାମ ମନ୍ଦିରକୁ ଉଡ଼ାଇ ଦେବାକୁ ଖଲିସ୍ତାନୀ ଆତଙ୍କବାଦୀଙ୍କ ଧମକ

Banajyotshna Ray
Browse all articles by Banajyotshna Ray
·1 year ago
ଭିଡିଓ ଜାରି କରି ରାମ ମନ୍ଦିରକୁ ଉଡ଼ାଇ ଦେବାକୁ ଖଲିସ୍ତାନୀ ଆତଙ୍କବାଦୀଙ୍କ ଧମକ

ଅର୍ଗସ ବ୍ୟୁରୋ:  ଭିଡିଓ ଜାରି କରି ରାମ ମନ୍ଦିରକୁ ଉଡ଼ାଇ ଦେବାକୁ ଖଲିସ୍ତାନୀ ଆତଙ୍କବାଦୀଙ୍କ ଧମକ । କାନାଡ଼ାରୁ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ଏପରି ଧମକ୍ ଦେଇଛି । ଭିଡିଓରେ ପନ୍ନୁ କାନାଡାର ହିନ୍ଦୁ ସାଂସଦ ଚନ୍ଦ୍ର ଆର୍ଯ୍ୟଙ୍କୁ ମଧ୍ୟ ଧମକ ଦେଇଛି । ଶିଖ୍ ଫର ଜଷ୍ଟିସ୍ ନାମକ ଆତଙ୍କବାଦୀ ସଂଗଠନର ମୁଖ୍ୟ ପନ୍ନୁ ଭିଡିଓ ଜାରି କରିଛି । ନଭେମ୍ବର ୧୬ ଏବଂ ୧୭ରେ ଅଯୋଧ୍ୟା ରାମ ମନ୍ଦିରରେ ହିଂସା କରିବାକୁ ଭିଡିଓରେ କହିଛି ପନ୍ନୁ । ଏହି ଭିଡିଓକୁ କାନାଡାର ବ୍ରମ୍ପଟନରେ ରେକର୍ଡ କରାଯାଇଥିବା ସନ୍ଦେହ କରାଯାଇଛି । ରାମ ମନ୍ଦିର ତଥା ଅନ୍ୟାନ୍ୟ ହିନ୍ଦୁ ମନ୍ଦିରରେ ହିଂସା ସୃଷ୍ଟି କରିବାକୁ ମଧ୍ଯ ଧମକ ଦିଆଯାଇଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Khalistani terrorist Pannu threatens to blow up Ram temple | Argus News