Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଗୋଲଡେନ୍ ଟେମ୍ପଲରେ ଖଲିସ୍ତାନୀଙ୍କ ଗୁଳିମାଡ଼!

Ritu Das
Browse all articles by Ritu Das
·1 year ago·2 min read
ଗୋଲଡେନ୍ ଟେମ୍ପଲରେ ଖଲିସ୍ତାନୀଙ୍କ ଗୁଳିମାଡ଼!

ଅର୍ଗସ ବ୍ୟୁରୋ: ସକାଳୁ ସକାଳୁ ସ୍ବର୍ଣ୍ଣ ମନ୍ଦିର ପରିସରରେ ଚାଲିଲା ବନ୍ଧୁକ, ଫୁଟିଲା ଗୁଳି। ଖଲିସ୍ତାନୀ ଆତଙ୍କୀଙ୍କ ମରଣାନ୍ତକ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିରୋମଣି ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲ। ଇଏ ସେହି ଫାୟାରିଂ ବେଳର ଛାତି ଥରାଇଦେଲା ଭଳି ଦୃଶ୍ୟ। ଅମ୍ରିତସରର ଗୋଲ୍ଡେନ ଟେମ୍ପଲ ପରିସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍ ସୁଖବୀରଙ୍କ ଉପରକୁ ଗୁଳିମାଡ଼ କରିଥିଲେ ଏହି ବ୍ୟକ୍ତି। ସୌଭାଗ୍ୟ ବଶତ ଏହି ଆକ୍ରମଣରୁ ବର୍ତ୍ତିଯାଇଛନ୍ତି ସୁଖବୀର ବାଦଲ। ସେଠାରେ ଉପସ୍ଥିତ କୌଣସି ଲୋକଙ୍କୁ ମଧ୍ୟ ଭାଗ୍ୟ ବଶତ ଗୁଳି ଲାଗିନି। ଏହି ଗୁଳି ଗୁରୁଦ୍ବାରାର କାନ୍ଥରେ ବାଜିଥିଲା। 

ଅକାଳୀ ଦଳ ମୁଖ୍ୟଙ୍କ ଉପରେ ହୋଇଥିବା ଆକ୍ରମଣ ପଛରେ ଖଲିସ୍ତାନୀ ଆତଙ୍କୀଙ୍କ ଲିଙ୍କ୍ ଥିବା ନେଇ ଅନୁମାନ କରୁଛି ପୋଲିସ। ଧରାପଡିଥିବା ମୁଖ୍ୟ ଅଭିଯୁକ୍ତ ନାରାୟଣ ସିଂ ଚୌଡ଼ାର ଅପରାଧିକ ଚିଠା ମଧ୍ୟ ସେହି ଦିଗକୁ ଇସାରା କରୁଛି। କଟ୍ଟର ପନ୍ଥୀ ଚିନ୍ତାଧାରାର ସମର୍ଥକ ନାରାୟଣ ସିଂ ଖଲିସ୍ତାନୀ ଆତଙ୍କୀଙ୍କ ବଡ଼ ସମର୍ଥକ। ଚଣ୍ଡିଗଡ଼ର ବୁରାଇଲ ଜେଲ୍ ଭାଙ୍ଗା ଘଟଣାରେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲା ନାରାୟଣ ସିଂହ। ବେଅନ୍ତ ସିଂହ ହତ୍ୟା ମାମଲାରେ ଜେଲରେ ଥିବା ବେଳେ ୯୪ ଫୁଟର ସୁଡ଼ଙ୍ଗ ଖୋଳି ଜେଲରୁ ଫେରାର ହୋଇଯାଇଥିଲା। ନାରାୟଣ ସିଂର ପାକିସ୍ତାନ ଲିଙ୍କ ମଧ୍ୟ ସାମ୍ନାକୁ ଆସିଛି। 1984ରେ ପାକିସ୍ତାନ ଯାଇ ଫେରିବା ପରଠୁ ଆତଙ୍କୀ କାର୍ଯ୍ୟକଳାରେ ଲିପ୍ତ ରହୁଥିଲା ନାରାୟଣ ସିଂ। 

2007ରୁ 17 ଭିତରେ ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ସରକାରରେ କରିଥିବା କିଛି ଭୁଲକୁ ନେଇ ସୁଖବିନ୍ଦରଙ୍କୁ ସଜା ଶୁଣାଇଥିଲେ ଧାର୍ମିକ ଶିଖ ସଂଗଠନ। ଏହି ସଜ୍ଜାର ପ୍ରାବଧାନ ଅନୁଯାଇ ଚପଲ ଓ ବାସନ ସଫା କରି ପ୍ରାୟଶ୍ଚିତ କରିବାକୁ ଆଜି ଗୋଲଡେନ ଟେମ୍ପୁଲରେ ପହଞ୍ଚିଥିଲେ ସୁଖବିନ୍ଦର। ଯେଉଁଠି ତାଙ୍କୁ ଟାର୍ଗେଟ କରିଥିଲେ ଖଲିସ୍ତାନୀ ଆତଙ୍କୀ। ତେବେ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି ପଞ୍ଜାବ ପୋଲିସ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Khalistani's shooting | Argus News