Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଇଏ ଖାନ ସାରଙ୍କ ସ୍ତ୍ରୀଙ୍କ ଫଟୋ ନାଁ AI ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଇଏ ଖାନ ସାରଙ୍କ ସ୍ତ୍ରୀଙ୍କ ଫଟୋ ନାଁ AI ?

Key Points

ପ୍ରଥମ ଥର ମୁହଁ ଦେଖାଇଲେ ଖାନ ସାରଙ୍କ ସ୍ତ୍ରୀ
ଓଢଣୀ ଖୋଲିଲେ ଖାନ ସାର୍‌ଙ୍କ ସ୍ତ୍ରୀ!
ଦେଖିବାକୁ ‘କୋହିନୁର’ ପରି
ଭାଇରାଲ ହେଉଛି ଭିଡିଓ

ଭାଇରାଲ ହେଉଛି ଖାନ ସାରଙ୍କ ସ୍ତ୍ରୀଙ୍କ ଭିଡିଓ। ପ୍ରଥମ ଥର ନିଜ ମୁହଁ ଦେଖାଇଲେ ଖାନ ସାରଙ୍କ ପତ୍ନୀ। ଦେଶର ସବୁଠାରୁ ଲୋକପ୍ରିୟ ଶିକ୍ଷକ ଖାନ ସାର୍‌ । ଆଜିକାଲି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ଗୁପ୍ତ ଭାବରେ ବିବାହ କରିଛନ୍ତି ବୋଲି କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଏହା ପରେ ଜୁନ ୨ରେ ଖାନ ସାର୍‌ ପାଟନାରେ ଏକ ଭବ୍ୟ ରିସେପ୍ସନ ପାର୍ଟି ଦେଇଥିଲେ। ଏଠାରେ ସେ ତାଙ୍କର ବେଗମ ଏ.ଏସ. ଖାନଙ୍କୁ ଉପସ୍ଥିତ ଲୋକଙ୍କ ସହ ପରିଚିତ କରାଇଥିଲେ। କିନ୍ତୁ ତାଙ୍କ ବେଗମ ଓଢଣୀ ଘୋଡ଼ାଇ ରହିଥିଲେ। ଲୋକମାନେ ଖାନ ସାର୍‌ଙ୍କ ସ୍ତ୍ରୀ କିପରି ଦେଖାଯାଉଛନ୍ତି ତାହା ଜାଣିବାକୁ ଆଗ୍ରହୀ ଥିଲେ ।


ସୋସିଆଲ ମିଡିଆରେ ଏକ ଭିଡିଓରେ ସେ ଓଢଣୀ ଖୋଲୁଥିବାର ଦେଖାଯାଇଛି। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାସହ ପ୍ରଥମ ଥର ଖାନ ସାରଙ୍କ ପତ୍ନୀଙ୍କ ମୁହଁ ଦେଖିବାକୁ ମିଳିଛି। ଅଧିକାଂଶ ଫଟୋ ଏବଂ ଭିଡିଓରେ ପତ୍ନୀଙ୍କ ମୁହଁ ସ୍ପଷ୍ଟ ଦେଖାଯାଉନାହିଁ। ଏହି ସମୟ ଏକ ଭିଡିଓ ଭାଇରାଲ ହୋଇଛି,ଯେଉଁଥିରେ ଖାନ ସାର୍‌ଙ୍କ ପତ୍ନୀଙ୍କୁ ଗୋଟିଏ ସ୍ଥାନରେ ନିଜେ ଓଢଣୀ ଉଠାଉଥିବା ଦେଖାଯାଇଛି। କିନ୍ତୁ ଏହି ଭିଡିଓ AI କରିଛି କି ପ୍ରକୃତ ଘଟଣା ତାହା ଜଣାପଡିନାହିଁ। ଖାନ ସାର୍‌ ତାଙ୍କ ରିସେପ୍ସନ ପାର୍ଟିରେ ବେଗମଙ୍କ ମୁହଁ ଲୁଚାଇ ରଖି ନିଜର ଗୋପନୀୟତା ବଜାୟ ରଖିଛନ୍ତି, କିନ୍ତୁ କିଛି କ୍ୟାମେରା ତାଙ୍କର ଝଲକ କଏଦ କରିଛି। ହେଲେ ଏହା ସତ କି ଏଆଇ ତାହା ଜଣାପଡିନାହିଁ ସତ, କିନ୍ତୁ ଖାନ ସାରଙ୍କ ପତ୍ନୀ ଖୁବ ସୁନ୍ଦର ଦେଖାଯାଉଛନ୍ତି। ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
khan-sirs-reception-photos-go-viral-wife-looks-stunning-in-traditional-ghungat | Argus News