Videos
|
National

New Railway Line / 2027ରେ ଉଦଘାଟନ ହେବ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ,ଓଡିଶା ଦେଇ 500 ନୂଆ ଟ୍ରେନ ଚଳାଇବାକୁ ଲକ୍ଷ୍ୟ

Bikash Mohanty
Browse all articles by Bikash Mohanty
·4 months ago·2 min read
2027ରେ ଉଦଘାଟନ ହେବ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ,ଓଡିଶା ଦେଇ 500 ନୂଆ ଟ୍ରେନ ଚଳାଇବାକୁ ଲକ୍ଷ୍ୟ
Trains

Key Points

2027 ରେ ଉଦଘାଟନ ହେବ ଖୋର୍ଦ୍ଧା -ବଲାଙ୍ଗୀର ରେଳପଥ
ଓଡିଶା ଦେଇ 500 ନୂଆ ଟ୍ରେନ ଚଳାଇବାକୁ ଲକ୍ଷ୍ୟ
4 ଲେନ ହେବ ଖଡ଼କପୁର ରୁ ବ୍ରହ୍ମପୁର ରେଳ ଲାଇନ

ଭୁବନେଶ୍ବର,୧୫.୦୫: 2027ରେ ଉଦଘାଟନ ହେବ ବହୁ ପ୍ରତିକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ। ବଲାଙ୍ଗୀରରୁ ପୁରୁଣା କଟକ ଓ ଖୋର୍ଦ୍ଧ ରୁ ଦଶପଲ୍ଲା ରେଳ ଲାଇନ ସମାପ୍ତ ହୋଇ ସାରିଛି। ଶୀଘ୍ରବାକି କାମ ସମାପ୍ତ ହେବ ବୋଲି କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଓଡ଼ିଶାରେ ଚାଲିଥିବା ପ୍ରମୁଖ ରେଳ ଭିତ୍ତିଭୂମି ଏବଂ ସଂଯୋଗୀକରଣ ଯୋଜନା ବିଷୟରେ ଆଜି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଲୋକପାତ କରିଛନ୍ତି। ନୂତନ ୧୮୪୦୭/୧୮୪୦୮ ପୁରୀ-କୋରାପୁଟ-ପୁରୀ ତ୍ରି-ସାପ୍ତାହିକ ଏକ୍ସପ୍ରେସର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରି ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ଏହି ଟ୍ରେନ ସେବା ପ୍ରଥମ ଥର ପାଇଁ ପୁରୀ ଏବଂ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ସିଧାସଳଖ ରେଳ ସଂଯୋଗ ପ୍ରଦାନ କରିବ।

ଏହି ଟ୍ରେନ ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, ଅନୁଗୁଳ, ସମ୍ବଲପୁର, ବରଗଡ଼ ରୋଡ୍, ବଲାଙ୍ଗୀର, ଟିଟଲାଗଡ଼, କେସିଙ୍ଗା, ମୁନିଗୁଡ଼ା, ରାୟଗଡ଼ା, ଟିକିରି, ଲକ୍ଷ୍ମୀପୁର ରୋଡ୍, କାକିରିଗୁମା ଏବଂ ଦାମନଯୋଡ଼ି ଦେଇ ଚାଲିବ, ଯାହା ଉପକୂଳ, ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ଯାତ୍ରୀମାନଙ୍କୁ ଯଥେଷ୍ଟ ଉପକୃତ କରିବ। ଏହି ସେବା ତୀର୍ଥଯାତ୍ରା, ପର୍ଯ୍ୟଟନ, ଶିକ୍ଷା, ସ୍ୱାସ୍ଥ୍ୟସେବା, ନିଯୁକ୍ତି ଏବଂ ବ୍ୟବସାୟିକ ଯାତ୍ରା ପାଇଁ ସଂଯୋଗୀକରଣରେ ସୁଧାର ଆଣିବ, ବିଶେଷ କରି କେବିକେ (KBK) ଅଞ୍ଚଳ ଏବଂ ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ହେବ।

ଓଡ଼ିଶାର ରେଳ ବିକାଶ ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ପ୍ରାୟ ୯୦,୦୦0 କୋଟି ଟଙ୍କାର ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ପ୍ରମୁଖ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଜୁନାଗଡ଼-ନବରଙ୍ଗପୁର, ନବରଙ୍ଗପୁର-ଜୟପୁର, ଜୟପୁର-ମାଲକାନଗିରି, ବରଗଡ଼-ନୂଆପଡ଼ା, ଗୁଣୁପୁର-ଥେରୁବାଲି, ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ଏବଂ ବିମଳାଗଡ଼-ତାଳଚେର ରେଳ ଲାଇନ ପ୍ରକଳ୍ପ ଅନ୍ତର୍ଭୁକ୍ତ।

ପଢନ୍ତୁ ଏହି ଖବର: ରେଳ ମାନଚିତ୍ରରେ ବଡ଼ ପରିବର୍ତ୍ତନ, ‘ଦକ୍ଷିଣ ତଟ ରେଳବାଇ’ ଗଠନ, ରାୟଗଡାକୁ ମିଳିଲା ନୂଆ ମଣ୍ଡଳ

ଓଡ଼ିଶା ଦେଇ ଯାଇଥିବା ହାଓଡ଼ା-ଚେନ୍ନାଇ ମୁଖ୍ୟ କରିଡରର ଚାଲିଥିବା ଚାରି-ଲେନ୍ କାର୍ଯ୍ୟ ଉପରେ ମଧ୍ୟ ଆଲୋକପାତ କରିଛନ୍ତି। ସେ ପ୍ରକାଶ କରିଛନ୍ତି ଯେ ନୂତନ ଲାଇନ ଏବଂ ପ୍ରମୁଖ କ୍ଷମତା ବୃଦ୍ଧି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ, ଓଡ଼ିଶା ଭବିଷ୍ୟତରେ ପ୍ରାୟ ୫00ଟି ଅତିରିକ୍ତ ଟ୍ରେନ ଚଲାଇବାର କ୍ଷମତା ହାସଲ କରିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶ୍ରୀ ବୈଷ୍ଣବ ଆହୁରି ସୂଚନା ଦେଇଛନ୍ତି ଯେ, ଅମୃତ ଷ୍ଟେସନ ଯୋଜନା ଅଧୀନରେ ଓଡ଼ିଶାର ୫୯ଟି ରେଳ ଷ୍ଟେସନର ପୁନଃବିକାଶ କରାଯାଉଛି, ଯେଉଁଥିରେ ଭୁବନେଶ୍ୱର, ପୁରୀ, ସମ୍ବଲପୁର, ବ୍ରହ୍ମପୁର, ତାଳଚେର ଏବଂ ବାରିପଦା ଷ୍ଟେସନ ସାମିଲ ରହିଛି। ପ୍ରସ୍ତାବିତ ପୁରୀ-କୋଣାର୍କ ରେଳ ସଂଯୋଗୀକରଣ ପ୍ରକଳ୍ପ ପାଇଁ ଏକ ନୂତନ ଡିପିଆର (DPR) ମଧ୍ୟ ପ୍ରସ୍ତୁତ କରାଯାଉଛି। ଓଡ଼ିଶାରେ ରେଳ ଭିତ୍ତିଭୂମି ସୁଦୃଢ଼ କରିବା ଏବଂ ଆଞ୍ଚଳିକ ବିକାଶ ସୁନିଶ୍ଚିତ କରିବା ପାଇଁ ଭାରତ ସରକାର ପ୍ରତିବଦ୍ଧ ବୋଲି ସେ ପୁନର୍ବାର ଦୋହରାଇଛନ୍ତି।