ଖୁବଶ୍ରୀଘ୍ର ପ୍ରସ୍ତୁତ ହେବ ଆତଙ୍କବାଦୀ ନିରୋଧୀ ପଲିସି:ଅମିତ ଶାହ
·1 year ago

ଅର୍ଗସ ବ୍ୟୁରୋ:ଆତଙ୍କବାଦୀଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ କଡା ଆଭିମୁଖ୍ୟ। ଖୁବଶ୍ରୀଘ୍ର ପ୍ରସ୍ତୁତ ହେବ ଆତଙ୍କବାଦୀ ନିରୋଧୀ ପଲିସି। ନକ୍ସଲ ମୁକାବିଲା ପାଇଁ ଉଚ୍ଚତମ ଟେକନୋଲୋଜି ମାଧ୍ୟମରେ ସୁରକ୍ଷାକର୍ମୀଙ୍କୁ ଦିଆଯିବ ଟ୍ରେନିଂ। ସବୁ ରାଜ୍ୟର ପୋଲିସଙ୍କୁ ଆତଙ୍କବାଦ ବିରୋଧରେ ଲଢିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆହ୍ବାନ ଦେଇଛନ୍ତି। ଆତଙ୍କବାଦ ମୁକାବିଲା ଦିଗରେ ଟେକନୋଲୋଜିର ବ୍ୟବହାରକୁ ନେଇ Anti-Terror Conference-୨୦୨୪ଶାହ କହିଛନ୍ତି ଆତଙ୍କବାଦୀ ଙ୍କ ମୁକାବିଲା କରିବା ପାଇଁ ସୁରକ୍ଷାବଳକୁ ଟେକନୋଲୋଜି ବଳ ଦେବ। ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଏହି ଟେକନୋଜି ଦ୍ବାରା ସେମାନଙ୍କ ପ୍ଳାନକୁ ଜାଣିହେବ । ଯଦି ଆମକୁ ଆତଙ୍କକବାଦର ସଠିକ୍ ମୁକାବିଲା କରିବାର ଅଛି ତେବେ ଆମର ଯୁବ ଅଧିକାରୀମାନଙ୍କୁ ସର୍ବୋଚ୍ଚ ପ୍ରଯୁକ୍ତିବିଦ୍ୟା ସହିତ ସଜାଇବାକୁ ପଡିବ ଏବଂ ତାଲିମ ଦିଆଯିବା ଦରକାର ବୋଲି କହିଛନ୍ତି ଅମିତ ଶାହ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: