Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Breaking News / କିର୍ତ୍ତି ଚକ୍ର ନେଇ ବୋହୂ ଫେରାର୍‌, ଶ୍ୱଶୁର ଆଣିଲେ ସାଙ୍ଘାତିକ ଅଭିଯୋଗ 

Manini Pattanayak
Browse all articles by Manini Pattanayak
·2 years ago·2 min read
କିର୍ତ୍ତି ଚକ୍ର ନେଇ ବୋହୂ ଫେରାର୍‌, ଶ୍ୱଶୁର ଆଣିଲେ ସାଙ୍ଘାତିକ ଅଭିଯୋଗ 
kirti chakra

Key Points

ବାପା ମାଙ୍କ ଆଗରେ ଯଦି ବଢିଲା ପୁଅ ଚାଲିଯାଏ .. ଥରେ ଭାବନ୍ତୁ ସେ  ବାପାମାଆର  ମନର ଅବସ୍ଥା  କଣ ଥିବ..  ବଞ୍ଚିଥାଉ ଥାଉ  ମରିବା ସହ ସମାନ

ନୂଆଦିଲ୍ଲୀ:  ବାପା ମାଙ୍କ ଆଗରେ ଯଦି ବଢିଲା ପୁଅ ଚାଲିଯାଏ .. ଥରେ ଭାବନ୍ତୁ ସେ  ବାପାମାଆର  ମନର ଅବସ୍ଥା  କଣ ଥିବ..  ବଞ୍ଚିଥାଉ ଥାଉ  ମରିବା ସହ ସମାନ  ପ୍ରାୟ..  ଛାତିର କୋହ ଅସମ୍ଭାଳ ହୋଇପଡୁଥିବ..  ବାପା ଭାବିଥିଲା ପୁଅ ମୋର  କାନ୍ଧରେ କାନ୍ଧ ମିସେଇ ବାଟ ଚାଲିବ .. କିନ୍ତୁ କିଏ ଜାଣିଥିଲା  ଅଧା ବାଟରେ ବେସାହାରା କରି ସରହଦରେ ସହିଦ ହୋଇଯିବ..  ପୁଅ ଯିବାର ବର୍ଷେ ହୋଇଗଲାଣି.. ବାପା ମାଙ୍କର ଆଖିରୁ ଆଜି ବି ଲୁହ ଗଡିଚାଲିଛି.. ପୁଅ ସ୍ଥାନ କିଏ ନେଇପାରିଲା ନା କିଏ ନେଇପାରିବ..  ଆମେ କହୁଛୁ  କ୍ୟାପ୍ଟେନ  ଅଂଶୁମାନ ସିଂହ ଯିଏ କି ଗତବର୍ଷ ୧୯ ଜୁଲାଇ ସିଆଚିନ୍‌ ରେ ସହିଦ ହୋଇଯାଇଥିଲେ। କିଛି ଦିନ ପୂର୍ବରୁ ରାଷ୍ଟ୍ରପତି ଭବନର  ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହିଦ ଅଂଶୁମାନ ସିଂହଙ୍କୁ  କିର୍ତ୍ତି ଚକ୍ରରେ ସମ୍ମାନିତ  ଅଂଶୁମାନ ସିଂହ କରାଯାଇଥିଲା..।  

ଏହି ସମ୍ମାନ ତାଙ୍କ  ସ୍ତ୍ରୀ ସ୍ମୃତି ଏବଂ ମା ମଞ୍ଜୁ ସିଂହ ଗ୍ରହଣ କରିଥିଲେ।  ସମ୍ମାନ ପାଇବାର କିଛି ଦିନ  ଅଂଶୁମାନ ସିଂହ ଙ୍କ ବାପା ମାଙ୍କ ଯନ୍ତ୍ରଣା ସମାନାକୁ ଆସିଛି।  ସେମାନେ କହିଛନ୍ତି ଯେ ସ୍ମୃତି  ଆମ ପୁଅର  ଫଟୋ ଆଲବମ, କପଡା ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା କିର୍ତ୍ତି  ଚକ୍ରକୁ ନେଇ ବାପ ଘର  ଗୁରୁଦାସପୁର କୁ ଚାଲିଯାଇଛି। ଅଭିଯୋଗ ଅନୁସାରେ  ସ୍ମୃତି ନା କେବଳ  ସହିଦ ପୁଅର  ମେଡାଲ ନେଇ ପଳାଇଛି ତାନୁହେଁ ବରଂ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ  ଗୁରୁଦାସ ପୁର ଚାଲିଯାଇଛି।  ଅଂଶୁମାନଙ୍କ  ବାପା ରବି ପ୍ରତାପ ସିଂହଙ୍କ କହିବାନୁଯାୟୀ,  ପୁଅକୁ ମିଳିଥିବା କିର୍ତ୍ତିଚକ୍ରକୁ ଥରେ ଛୁଇଁ ବି ପାରିନି। ସେ ଆହୁରି ମଧ୍ୟ କହିଛନ୍ତି  NOK କୁ ପରିବର୍ତ୍ତନ କରାଯାଉ।  କାରଣ ତାଙ୍କ ବୋହୂ ସ୍ମୃତି  ସିଂହ ଏବେ ତାଙ୍କ ସହ ରହୁନାହାନ୍ତି। NOKର ଯେଉଁ ମାପଦଣ୍ଡ ରହିଛି ତାହା ଠିକ୍‌ ନାହିଁ।   ରବି ପ୍ରତାପ ସିଂହ NOKର ପରିବର୍ତ୍ତନକୁ ନେଇ  ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସହ କଥା ହୋଇଛନ୍ତି..  ରବି ପ୍ରତାପ ସିଂହ ଙ୍କ ପୂର୍ବରୁ  ଅନେକ ସହିଦ ପରିବାର ଏହି NOK ପରିବର୍ତ୍ତନକୁ ନେଇ ଆପତି ପ୍ରକାଶ କରିସାରିଛନ୍ତି। 

NOK  ନିୟମ କ'ଣ
NOK ର ଅର୍ଥ  ବ୍ୟକ୍ତିଙ୍କ  ଜୀବନସାଥୀ, ନିକଟତମ  ସମ୍ପର୍କୀୟ, ପରିବାର ର ସଦସ୍ୟ .. ଯେତେବେଳେ  କୌଣସି ବ୍ୟକ୍ତି  ସେନାରେ ଭର୍ତି ହୁଅନ୍ତି  ତାଙ୍କ ମାତା ପିତା ଏବଂ ଅଭିଭାବକ ଙ୍କୁ  NOK ରୂପରେ ମନୋନିତ କରାଯାଇଥାଏ।  ତେବେ ସେନା ନିୟମ  ଅନୁସାରେ  ଯଦି ସେନାର ଜଣେ ଅଧିକାରୀ ବିବାହ କରୁଛି   ତେବେ ତାଙ୍କ  ବାପା ମା ଙ୍କ ପରିବର୍ତ୍ତେ ତାଙ୍କ ଜୀବନ ସାଥୀଙ୍କ ନାମ ନିକଟତମ ସମ୍ପର୍କୀୟ ଅର୍ଥାତ NOK ରୂପରେ  ମନୋନିତ କରାଯାଇଥାଏ। ଏହାଦ୍ୱାରା  ଯଦି ସୈନକ ସ୍ୱାମୀ ସହିଦ ହୋଇଯାଏ ତେବେ ସବୁ ଧନରାଶୀ  ସ୍ତ୍ରୀକିୁ ପ୍ରାପ୍ତ ହୋଇଥାଏ।  ଏଥିପାଇଁ ରବି ପ୍ରତାପ ସିଂହ ଏହି ନିୟମର ପରିବର୍ତ୍ତନ କରିବାକୁ ସୁପାରିସ କରିଛନ୍ତି,  ଯେଉଥିରେ  ସହିଦର ବିଧବା ବ୍ୟତିତ  ଏହି ଧନରାଶୀ ବାପା ମାଆଙ୍କୁ ମଧ୍ୟ ମିଳୁ।   କାରଣ  ପ୍ରାୟତଃ କ୍ଷେତ୍ରରେ ଏପରି ଦେଖାଯାଇଛି  ଟଙ୍କା ପଇସା ପାଇବା ପରେ ବୋହୂ ସହିଦ ସୈନିକଙ୍କକର ବାପା ମାଙ୍କୁ ଛାଡି ଅଲଗା ରହିବାକୁ ଚାଲିଯାଇଥାଏ। .. ଯେଉଁଥିପା ଅନେକ ସମସ୍ୟାର ସମୁଖୀନ ହୋଇଥାନ୍ତି ସହିଦଙ୍କ ବାପା ମା..  ଯାହା ପ୍ରତିଫଳିତ ହୋଇଛି ଅଂଶୁମାନଙ୍କ  ବାପା ରବି ପ୍ରତାପ ସିଂହଙ୍କ କ୍ଷେତ୍ରରେ..

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ଦେଖନ୍ତୁ: 
 

Related Topics

Explore more stories

Sponsored
Parents of late Capt Anshuman Singh make serious allegations against daughter-in-law 'Took Kirti Chakra with her' | Argus News