Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କ'ଣ ସତରେ ଜେନ୍ Z ବହୁତ ପାୱାର୍ ଫୁଲ୍ ?

Smruti Parija
Browse all articles by Smruti Parija
·10 months ago·2 min read
କ'ଣ ସତରେ ଜେନ୍ Z ବହୁତ ପାୱାର୍ ଫୁଲ୍ ?

Key Points

ଜେନେରେସନ୍ Z ପ୍ରକୃତରେ କାହାକୁ କୁହାଯାଉଛି ?
ଜେନେରେସନ୍ Z ପରେ ଓ ପୂର୍ବରୁ କେଉଁ ପିଢି ଅଛନ୍ତି ?
Y, X, Alpha, Beta ଏବଂ Boomers
ଏହା ମଧ୍ୟରୁ ଆପଣ କେଉଁ ପିଢିର ?

Gen Z ଙ୍କୁ ଆପଣ ହାଲୁକାରେ ନେଉଛନ୍ତି କି ? କଣ ଆପଣ ଏବେ ବି ଭାବୁଛନ୍ତି କି Gen Z ମାନେ କେବଳ ମୋବାଇଲ ଓ ରିଲ୍ସ୍ ରେ ବୁଡି ରୁହନ୍ତି । ହେଲେ ଭାରତର ପଡୋଶୀ ଦେଶ ନେପାଳରେ Gen Z ମାନେ ଯାହା କରିଛନ୍ତି ତାହା ପୁରା ବିଶ୍ୱକୁ ଦୋହଲାଇ ଦେଇଛି । ଏବେ Gen Z ଙ୍କୁ ହାଲୁକାରେ ନେବା ହୁଏ ତ ଆପଣଙ୍କୁ ମହଙ୍ଗା ପଡିପାରେ ।
କିନ୍ତୁ ଏବେ ନେପାଳର ଭବିଷ୍ୟତ କ'ଣ ହେବ, ତାହା ଏପର୍ଯ୍ୟନ୍ତ ଅନିଶ୍ଚିତତା ଘେରରେ । କିନ୍ତୁ ଏହା ପୂର୍ବରୁ, ଆସନ୍ତୁ ବୁଝିବା ଯେ ଜେନେରେସନ୍ Z, Y, X, Alpha, Beta ଏବଂ Boomers କ'ଣ ।



ଜେନେରେସନ୍ Z କାହାକୁ କୁହାଯାଏ ?


ଏକ ରିସର୍ଚ୍ଚ ଅନୁସାରେ, ୧୯୯୭ ରୁ ୨୦୧୨ ମଧ୍ୟରେ ଜନ୍ମ ହୋଇଥିବା ଲୋକମାନଙ୍କୁ ଜେନେରେସନ୍ Z କୁହାଯାଉଛି । ଯେଉଁମାନଙ୍କ ବୟସ ୧୩ ରୁ ୨୮ ବର୍ଷ ମଧ୍ୟରେ । ଏହି ପିଢିକୁ ପ୍ରାୟତଃ ଡିଜିଟାଲ୍ ନେଟିଭ୍ କୁହାଯାଉଛି, ଯେଉଁମାନେ ଇଣ୍ଟରନେଟ୍ ଏବଂ ସୋସିଆଲ ମିଡିଆ ସହ ଜଡିତ ।


ଜେନ୍ ଜି କାହିଁକି ଏତେ ଖାସ୍ ?


ଜେନ୍ ଜି ହେଉଛନ୍ତି ସେହିମାନେ । ଯେଉଁମାନେ ଟେକନୋଲୋଜି ସହ ବଡ ହୋଇଛନ୍ତି । ସୋସିଆଲ ମିଡିଆ ଯୁଗରେ ବଞ୍ଚିଥିବା ହେତୁ କେମିତି କମ୍ ପରିଶ୍ରମରେ ଟେକନୋଲୋଜିକୁ ବ୍ୟବହାର କରି ଟଙ୍କା ରୋଜଗାର କରିହେବ ତାହା ଏମାନଙ୍କୁ ବେଶ ଭଲଭାବରେ ଜଣା । ଏହି ପିଢି ଭିନ୍ନ ଚିନ୍ତାଧାର ଓ କାର୍ଯ୍ୟ କରିବାର ଶୈଳୀକୁ ନେଇ ସମାଜ ଓ ଅର୍ଥନୀତି ଉପରେ ବିଶେଷ ପ୍ରଭାବ ପକାଉଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବେବି ବୁମର୍ସ କେଉଁମାନେ ?


TRINET ଅନୁଯାୟୀ, ବେବି ବୁମର୍ସ ସବୁଠାରୁ ବୟସ୍କ । 1946 ରୁ 1964 ମଧ୍ୟରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କୁ କୁହାଯାଉଛି ବେବି ବୁମର୍ସ । ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଚାକିରିଟିଏ ଅଛି । ଏବଂ ଏମାନଙ୍କ ଗୋଟେ ଲାଇଫ୍ ଷ୍ଟାଇଲ୍ ରେ ବଞ୍ଚୁଛନ୍ତି । ଏହି ପିଢ଼ିର କିଛି ଲୋକ ଅବସର ନେଇଗଲେଣି କ ଆଉ କିଛି ଏହି ଦୁନିଆରେ ଆଉ ନାହାନ୍ତି ।
ବେବି ବୁମର୍ସ ପରେ ଜେନେରେସନ୍ X ଅଛନ୍ତି । ସେମାନେ 1965 ରୁ 1980 ମଧ୍ୟରେ ଜନ୍ମ ହୋଇଥିଲେ । ଏହା ପରେ ଜେନେରେସନ୍ Y । ଯାହାଙ୍କୁ କୁହାଯାଉଛି ମିଲେନିୟଲ୍ସ । 1981 ରୁ 1994 ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ କୁହାଯାଉଛି ମିଲେନିୟଲ୍ସ ।


ଜେନେରେସନ୍ Z ପରେ କେଉଁ ପିଢ଼ି ଆସିବ ?


ଆପଣ ହୁଏତ ଭାବୁଥିବେ ଯେ ଭବିଷ୍ୟତରେ କର୍ମକ୍ଷେତ୍ରରେ ଜେନେରେସନ୍ Z ପରେ କିଏ ଆସିବ। ପରବର୍ତ୍ତୀ ପିଢ଼ି ହେଉଛି ଆଲଫା, ଯାହାକୁ ବର୍ତ୍ତମାନ 2010 ଏବଂ ତା'ପର ଜନ୍ମ ହୋଇଥିବା ବ୍ୟକ୍ତି ଭାବରେ ବିବେଚନା କରାଯାଉଛି । ଏହି ପିଢ଼ି ସମ୍ପୂର୍ଣ୍ଣ ଭାବରେ ଏକବିଂଶ ଶତାବ୍ଦୀର ପିଢ଼ି । 1960 ଦଶକରେ ଜନ୍ମ ହୋଇଥିବା ଏବଂ 2000 ଦଶକରେ ଜନ୍ମ ହୋଇଥିବା ଲୋକଙ୍କ ମଧ୍ୟରେ କର୍ମକ୍ଷେତ୍ରର ପସନ୍ଦ ଏବଂ ଯୋଗାଯୋଗ ଶୈଳୀରେ ଏକ ବିରାଟ ପାର୍ଥକ୍ୟ ରହିଛି ।


ଜେନେରେସନ୍ ବିଟା କିଏ ?


ଜେନେରେସନ୍ ବିଟା ହେଉଛନ୍ତି 2025 ରୁ 2039 ମଧ୍ୟରେ ଜନ୍ମ ହେବାକୁ ଥିବା ବ୍ୟକ୍ତି । ଯେଉଁମାନେ ଜନ୍ମରୁ AI , ମେସିନ ଲର୍ଣ୍ଣିଂ ଦୁନିଆରେ ବଡ ହେବେ ବଢିବେ ।

Sponsored
know-details-about-generation-z | Argus News