Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କେମିତି ଅଛନ୍ତି କେବିସି ସୋ'ର ପ୍ରଥମ କୋଟିପତି ?ଜାଣନ୍ତୁ ତାଙ୍କର ସମ୍ପତ୍ତି....

National

କେମିତି ଅଛନ୍ତି କେବିସି ସୋ'ର ପ୍ରଥମ କୋଟିପତି ?ଜାଣନ୍ତୁ ତାଙ୍କର ସମ୍ପତ୍ତି....

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
କେମିତି ଅଛନ୍ତି କେବିସି ସୋ'ର ପ୍ରଥମ କୋଟିପତି ?ଜାଣନ୍ତୁ ତାଙ୍କର ସମ୍ପତ୍ତି....

କେମିତି ଅଛନ୍ତି କେବିସି ସୋ'ର ପ୍ରଥମ କରୋଡପତି ? କଣ କରୁଛନ୍ତି, କେତେ ଟଙ୍କା ଇନକମ କରୁଛନ୍ତି ? ଏମିତି ପ୍ରଶ୍ନ ଆପଣ ସମସ୍ତଙ୍କ ମନରେ କେବେ ନା କେବେ ଆସୁଥିବ । ତେବେ ଆସନ୍ତୁ ଆଜି ଜାଣିବା "କୌନ ବନେଗା କରୋଡପତି" ର ପ୍ରଥମ କରୋଡପତି ବିଜେତା ହର୍ଷବର୍ଦ୍ଧନ ନୱାତେଙ୍କ ସମ୍ପର୍କରେ ।

କେବେସିର ପ୍ରଥମ ସୋ' ଆରମ୍ଭ ହୋଇଥିଲା ୨୦୦୦ ମସିହାରେ । ଯାହା ବର୍ତ୍ତମାନ ୨୫ ବର୍ଷରେ ପହଞ୍ଚିଛି । ବଲିଉଡ ବିଗ୍ ବି ହୋଷ୍ଟ କରୁଥିବା ଏହି ସୋ' ର ଲୋକପ୍ରିୟତା ବେଶ ଅଧିକ । ପ୍ରତ୍ୟେକ ଘରେ କେବିସି ସୋ' କୁ ଦର୍ଶକମାନେ ପସନ୍ଦ କରିଥାନ୍ତି । ସେଥିପାଇଁ ଏହି ସୋ' ଏବେ ଯାଏଁ ଦର୍ଶକଙ୍କ ପସନ୍ଦ ହୋଇ ରହିପାରିଛି । ତେବେ ଏହାର ୨୫ ତମ ସୋ'ରେ ଆସିଥିଲେ ପ୍ରଥମ କରୋଡପତି ହର୍ଷବର୍ଦ୍ଧନ ନୱାତେ ।

ହର୍ଷବର୍ଦ୍ଧନ ନୱାତେ ବର୍ତ୍ତମାନ ହଟ୍‌ସଟ୍‌ର ସିଇଓ ଅଛନ୍ତି । ତାଙ୍କର ବୟସ ୨୭ ହୋଇଥିବା ବେଳେ ସେ କରୋଡ଼ପତି ସୋ' କୁ ଆସିଥିଲେ, ଏବଂ ବିଜେତା ହୋଇଥିଲେ । ବର୍ତ୍ତମାନ ସେ ୫୨ ବର୍ଷରେ ପହଞ୍ଚିଛନ୍ତି । ପୂର୍ବବର୍ଷ ହର୍ଷବର୍ଦ୍ଧନ ନୱାତେ ଜେଏସଡବ୍ଲ୍ୟୁ ଗ୍ରୁପର ସିଇଓ ହୋଇଥିଲେ । ଏହାପୂର୍ବରୁ ମଧ୍ୟ ସେ ଅନେକ ବଡ ବଡ କମ୍ପାନୀ ନେଟୱେଷ୍ଟ ଗ୍ରୁପ , ୱେଲସ୍ପୁନ ଗ୍ରୁପ , ମହିନ୍ଦ୍ରା ଗ୍ରୁପରେ ନିଜର ଦକ୍ଷତା ଦେଖାଇଥିଲେ ।

ବର୍ତ୍ତମାନ ସେ କେବିସି ସୋ' କୁ ଆସିବା ପରେ ନିଜର ଜୀବନ କାହାଣୀ ସମସ୍ତଙ୍କ ସାମ୍ନାରେ ବର୍ଣ୍ଣନା କରିଥିଲେ । ସେ କହିଥିଲେ , "ପୁଣି ଥରେ ଏହି ସୋ'କୁ ଏତେ ବର୍ଷ ପରେ ଆସି ଖୁବ ଖୁସି ଲାଗୁଛି । ଏହି ସୋ' ମତେ ବେଶ ସଫଳତା ଦେଇଛି । ସୋ' ରେ ଜିତିବା ପରେ ମତେ ଟଙ୍କା ତ ମିଳିଛି, ତା ସହ ଖୁବ ପ୍ରଶଂସା ମଧ୍ୟ ମିଳିଛି । ବହୁତ ଲୋକଙ୍କ ଭଲପାଇବା ମଧ୍ୟ ମିଳିଛି ।
ମୁଁ କେବେ ବି ଭାବିନଥିଲି, ଗୋଟେ ସୋ' ଜିତିବା ପରେ ମତେ ଏତେ ବର୍ଷ ଯାଏଁ ଭଲ ପାଇବା ମିଳିବ । ଆଜି ବି ଲୋକମାନେ ମତେ ମନେ ରଖିଛନ୍ତି, ତାହା ମୋ ପାଇଁ ଖୁବ ବଡ କଥା । କେବେସି ରୁ ଆସିବା ପରେ ମତେ ସିକ୍ୟୁରିଟି ମଧ୍ୟ ମିଳିଥିଲା। ଅନେକ ଲୋକ ମୋର ଅଟୋଗ୍ରାଫ ପାଇଁ ମୋ ଘର ପାଖରେ ଅପେକ୍ଷା କରୁଥିଲେ । ପ୍ରଥମ କିଛି ମାସ ମୁଁ ଏକପ୍ରକାର ରକ୍‌ଷ୍ଟାର ଲାଇଫ ଭଳି ବଞ୍ଚୁଥିଲି ।"

କେବିସି ତାଙ୍କ ଜୀବନ ବଦଳେଇ ଦେଇଥିବା କହିଛନ୍ତି ହର୍ଷବର୍ଦ୍ଧନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Know KBC's first-ever crorepati's total net worth | Argus News