ବଡଦିନରେ ଖସିଲା ସୁନାଦର, ଆଜି ହିଁ କିଣନ୍ତୁ ସୁନା...

ଅର୍ଗସ ବ୍ୟୁରୋ : ବଡଦିନ ପାଇଁ ସାମାନ୍ୟ ହ୍ରାସ ପାଇଛି ସୁନାଦର । ଭୁବନେଶ୍ବରରେ ୨୨ କ୍ୟାରେଟ ସୁନା ଦର ସାମାନ୍ୟ ହ୍ରାସ ପାଇଛି । ତେବେ ଆଜି ୨୨ କ୍ୟାରେଟ ସୁନାର ଦର ରହିଛି ୭୦,୮୯୦ । ସେହିପରି ୨୪ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୭୭, ୩୪୦ ଟଙ୍କା ରହିଛି । ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର କମିଥିବା ଦେଖିବାକୁ ମିଳିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ୭୦,୮୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୭୭,୩୪୦ ଟଙ୍କା ରହିଛି ।
ଗତକାଲି ଅପେକ୍ଷା ଆଜି ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଭାରତୀୟ ବଜାରରେ ସୁନା ମୂଲ୍ୟ ସହ ରୂପା ଦର ବି ଆଜି କମିଛି । ରୂପା ମୂଲ୍ୟ କିଲୋ ପ୍ରତି ୯୧ ହଜାର ୩୦୦ ଟଙ୍କା ରହିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ରୂପା ମୂଲ୍ୟ କେଜି ପ୍ରତି ୯୮ ହଜାର ୮୦୦ ଟଙ୍କା ରହିଛି । ତେବେ ଓଡିଶା ସମେତ ଚେନ୍ନାଇ, ବାଙ୍ଗାଲୁର, କୋଲକାତା ଭଳି ସହରରେ ମଧ୍ୟ ଚଳିତ ସପ୍ତାହରେ ସାମାନ୍ୟ ହ୍ରାସ ପାଇଛି ସୁନାଦର ।
