Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କୈଳାସ ପର୍ବତର ଏମିତି କି ଦୃଶ୍ୟ ଯାହା ନାସା ବୈଜ୍ଞାନିକଙ୍କ ହୋସ୍ ଉଡାଇଦେଇଛି

Smruti Parija
Browse all articles by Smruti Parija
·1 year ago·6 min read
କୈଳାସ ପର୍ବତର ଏମିତି କି ଦୃଶ୍ୟ ଯାହା ନାସା ବୈଜ୍ଞାନିକଙ୍କ ହୋସ୍ ଉଡାଇଦେଇଛି

ଅର୍ଗସ ବ୍ୟୁରୋ: କୈଳାସ ପର୍ବତ । ଧର୍ମ, ଭାବନ ସହ ଯୋଡ଼ି ହୋଇ ରହିଛି । କାରଣ ପୁରାଣରେ ବର୍ଣ୍ଣିତ ଅଛି ଏହି ପର୍ବତରେ ଦେବଦେବ ମହାଦେବ ରୁହନ୍ତି । କେବଳ ରୁହନ୍ତି ତାହା ନୁହେଁ ବରଂ ସେଠାରେ ତପସ୍ୟା ବି କରନ୍ତି । କିନ୍ତୁ କୈଳାସ ପର୍ବତକୁ ଆଜିଯାଏଁ କାହିଁକି କେବଳ ଜଣେ ଯାଇଛନ୍ତି ? ତାହାକୁ ନେଇ ଏବେ ଭାରି ଚର୍ଚ୍ଚା ଚାଲିଛି । ଚର୍ଚ୍ଚା କେବଳ ଏତିକିରେ ସରିନି ବରଂ ଏହି ପର୍ବତରେ ବୟସ ଦୁଇ ଗୁଣ ଅଧିକ ବେଗରେ ବଢୁଥିବା କୁହାଯାଉଛି ।

କ'ଣ ସତରେ କୈଳାସ ପର୍ବତ ଭିତରେ ସମ୍ଭାଲା ନାମକ ପ୍ରାଚୀନ ସହର ରହିଛି ? କୈଳାସ ପର୍ବତର ଏମିତି କି ଦୃଶ୍ୟ ଯାହା ନାସା ବୈଜ୍ଞାନିକଙ୍କ ହୋସ୍ ଉଡାଇଦେଇଛି ? ଯେବେ ଚୀନ କୈଳାସ ପର୍ବତକୁ ହେଲିକପ୍ଟର ପଠାଇଥିଲା ସେଦିନ କ'ଣ ହୋଇଥିଲା ? 

 


କୈଳାସ ପର୍ବତ....ହିନ୍ଦୁ, ବୌଦ୍ଧ ଓ ଜୈନ ଧର୍ମର ସବୁଠୁ ପବିତ୍ର ସ୍ଥାନ । ଯାହାର ଶୀର୍ଷକୁ ଆଜି ପର୍ଯ୍ୟନ୍ତ କୌଣସି ଜୀବନ୍ତ ବ୍ୟକ୍ତି ପହଞ୍ଚିପାରିନାହାନ୍ତି । ରହସ୍ୟରେ ଭର୍ତ୍ତି କୈଳାସ ପର୍ବତ । ଦୁନିଆର ସର୍ବୋଚ୍ଚ ଶିଖର ହେଉଛି ମାଉଣ୍ଟ ଏଭରେଷ୍ଟ୍ । ଯାହାର ଉଚ୍ଚତା 88848 ମିଟର । ଏ ପର୍ଯ୍ୟନ୍ତ 7 ହଜାରରୁ ଉର୍ଦ୍ଧ୍ୱ ଲୋକ ମାଉଣ୍ଟ ଏଭରେଷ୍ଟ ଚଢିଛନ୍ତି । କିନ୍ତୁ ମାଉଣ୍ଟ ଏଭରେଷ୍ଟରରୁ 2000 ମିଟର କମ୍ ଉଚ୍ଚ ଅର୍ଥାତ୍ ୬୬୩୮ ମିଟର ବିଶିଷ୍ଟ କୈଳାସ ପର୍ବତକୁ ଚଢିବାକୁ କେହି ବି ସକ୍ଷମ ହୋଇନାହାନ୍ତି । ଏହା ପଛରେ ଥିବା କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଆଉ ଅଲୌକିକ ଘଟଣା କହିବାକୁ ବାଧ୍ୟ ହେବେ । 

କୁହାଯାଏ ମହାଦେବ ଓ ମାତା ପାର୍ବତୀଙ୍କର ସମସ୍ତ ଗଣଙ୍କ ସହ କୈଳାସ ପର୍ବତରେ ବସବାସ କରନ୍ତି । ଅନେକ ଥର ରାକ୍ଷସ ଏବଂ ଅଶୁରମାନେ କୈଳାସ ପର୍ବତରେ ଚଢି ଏହାକୁ କାବୁ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ କେବେ ବି ସଫଳ ହୋଇନାହାନ୍ତି । ଯେହେତୁ ସ୍ୱୟଂ ମହାଦେବ କୈଳାସରେ ରୁହନ୍ତି, ପର୍ବତ ଉପରେ କିଛି ଅଲୌକିକ ଶକ୍ତି ରହିଥିବା ବିଶ୍ଵାସ ରହିଛି ।
କୈଳାସ ପର୍ବତ ଦୁନିଆର 4ଟି ମୁଖ୍ୟ ଧର୍ମ ହିନ୍ଦୁ, ଜୈନ, ବୈଦ୍ଧ ଏବଂ ଶିଖ୍ ଧର୍ମର କେନ୍ଦ୍ର ବୋଲି ପୁରାଣରେ ବର୍ଣ୍ଣିତ । ଏଭରେଷ୍ଟ ଅପେକ୍ଷା ଏଠାରେ ପରିବେଶ ସଂପୂର୍ଣ୍ଣ ଅଲଗା । କିଛି ପର୍ବତାରୋହୀଙ୍କ କହିବା କଥା କୈଳାସ ପର୍ବତ ନିକଟକୁ ଯିବାବେଳେ ହୃଦସ୍ପନ୍ଦନ ଅଚାନକ ବଢିଯାଏ । ଆଉ ଧିରେ ଧିରେ ଦୁର୍ବଳ ଲାଗେ । ଯଦି ଜଣେ ପର୍ବତାରୋହୀ କୈଳାସରେ ଚଢିବାକୁ ଉଦ୍ୟମ କରିଛନ୍ତି ତେବେ ଏଥିରେ ବିଫଳ ହୋଇଛନ୍ତି ...ଆଉ ଫେରି ଆସିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହା ମଧ୍ୟ ସହଜ ନୁହେଁ । କାରଣ କୈଳାସରୁ ଓହ୍ଲାଇବାବେଳେ ମନ ଖୁବ ହାଲୁକା ଲାଗେ ଆଉ ନିଜକୁ ନିର୍ଜୀବ ଲାଗେ । 

ଅଲୌକିକ ଶକ୍ତିର କେନ୍ଦ୍ର...

ଏହି ପର୍ବତ ଉପରେ ଏମିତି ଏକ କେନ୍ଦ୍ର ରହିଛି ଯାହାକୁ ଆକ୍ସିସ ମୁଣ୍ଡି କୁହାଯାଏ । ଆକ୍ସିସ ମୁଣ୍ଡି ଅର୍ଥାତ୍ ଦୁନିଆର ଭୌଗୋଳିକ ଧ୍ରୁବର କେନ୍ଦ୍ର । ଋଷ ବୈଜ୍ଞାନିକଙ୍କ କହିବା କଥା ଆକ୍ସିସ୍ ମୁଣ୍ଡି ଏମିତି ଏକ ସ୍ଥାନ , ଯେଉଁଠି ଅଲୌକିକ ଶକ୍ତିର ପ୍ରବାହ ହୋଇଥାଏ । ଯେଉଁଠି ସିଧାସଳଖ ସେହି ଶକ୍ତି ସହ ସମ୍ପର୍କ କରିହେବ । ପୌରାଣିକ କଥା ଅନୁସାରେ କୈଳାସ ପର୍ବତ ନିକଟରେ କୁବେରଙ୍କ ନଗରୀ ରହିଛି । କୁହାଯାଏ ଯେଉଁ ବ୍ୟକ୍ତି ନିଜ ଜୀବନକାଳରେ କିଛି ଭଲ ଓ ପୂଣ୍ୟ କାମ କରିଥାଏ, ତାହାର ଆତ୍ମାକୁ ମୃତ୍ୟୁ ପରେ କୈଳାସ ପର୍ବତରେ ସ୍ଥାନ ମିଳିଥାଏ । ଏହି କାରଣରୁ ପୁରା ଦୁନିଆରେ କୈଳାସ ପର୍ବତକୁ ସବୁଠୁ ପବିତ୍ର ଓ ଅଦ୍ଭୂତ ପର୍ବତ ବୋଲି କୁହାଯାଏ । 

ଶ୍ରଦ୍ଧା ଓ ଆସ୍ଥାର ପ୍ରତୀକ କୈଳାସ ପର୍ବତ...

 1999 ମସିହାରେ ଋଷର ଜଣେ ବିଶେଷଜ୍ଞ ଏର୍ନସ୍ଟ ମୁଲ୍ଦାସିଫ୍ ଓ ତାଙ୍କ ଟିମ୍ କୈଳାସ ପର୍ବତର ରହସ୍ୟକୁ ଜାଣିବା ପାଇଁ ଏକ ପଦକ୍ଷେପ ନେଇଥିଲେ । କୈଳାସ ପର୍ବତରେ ଚଢିବାକୁ ଉଦ୍ୟମ କରିବା ସହ ତାହାର ଆଖ ପାଖ ଅଞ୍ଚଳରେ ଦୁଇ ମାସରୁ ଉର୍ଦ୍ଧ୍ୱ ସମୟ ବିତାଇଥିଲେ । ଆଉ ସେଠାରେ ବହୁତ କିଛି ତଥ୍ୟ ଜାଣିବାକୁ ପାଇଥିଲେ । ସେଠାରୁ ଫେରିବା ପରେ ସେ ଏକ ପୁସ୍ତକ ଲେଖିଥିଲେ । ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି କୈଳାସ ପର୍ବତ ହେଉଛି ମାନବ ମାନଙ୍କ ଦ୍ୱାରା ତିଆରି ଏକ ପିରାମିଡ୍ । ଯାହା ପ୍ରାଚୀନ କାଳରେ ନିର୍ମାଣ ହୋଇଥିଲା । ରାତିରେ କୈଳାସ ପର୍ବରୁ ଭିତରୁ କିଛି ଶବ୍ଦ ଆସେ । ଯେମିତି ଲାଗେ ସେହି ପିରାମିଡ୍ ଭିତରେ କିଛି ଲୋକ ରହୁଛନ୍ତି । ପଥରକୁ ବାଡେଇବା ଭଳି ଠକ୍ ଠକ୍ ଶବ୍ଦ ହେଉଛି ।  

ପୌରାଣିକ କଥା ଅନୁସାରେ କୈଳାସ ପର୍ବତ ନିକଟରେ ରହିଛି କୁବେର ନଗରୀ । ଯେଉଁଠି ନିଜ ଜୀବକାଳରେ ପୂଣ୍ୟ କରିଥିବା ଲୋକର ଆତ୍ମା ହିଁ ବସବାସ କରନ୍ତି । ଯେଉଁମାନେ ଭବିଷ୍ୟତ ଦେଖିପାରନ୍ତି । ସମୟ ଚକ୍ରକୁ ନିୟନ୍ତ୍ରଣ କରିପାରନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ପ୍ରମାଣ ମିଳିନାହିଁ । 

କୈଳାସ ପର୍ବତରେ ସମୟ ଦ୍ରୁତ ଗତିରେ ବଢେ...

ଏହି ସ୍ଥାନ ଅଲୌକିକ ଗତିବିଧିର କେନ୍ଦ୍ର । କୈଳାସ ପର୍ବତରେ ସମୟ ଦ୍ରୁତ ଗତିରେ ବଢିଥାଏ । ନଖ ଏବଂ କେଶ ଦୁଇ ମାସରେ ଯେମିତି ବଢିବା କଥା ସେମିତି ଦୁଇ ଦିନରେ ବଢୁଥିବା କୁହାଯାଏ ।  ଖାଲି ଏତିକି ନୁହେଁ ପର୍ବତାରୋହୀଙ୍କ ଶରୀରର ବୟସ ମଧ୍ୟ ଦ୍ରୁତ ଗତିରେ ବଢିବାରେ ଲାଗେ । ଆଉ ଚର୍ମ ମଧ୍ୟ ସାମାନ୍ୟ ଠାରୁ ଟିକେ ଅଧିକ ବୟସ୍କ ହେଲା ଭଳି ଲାଗେ । ସେତିପାଇଁ ଲୋକଙ୍କ ଏହା ଭାବିବାକୁ ବାଧ୍ୟ କରେ ଯେ ଏଠାରେ ଏମିତି ଅଦୃଶ୍ୟ ଶକ୍ତି ଅଛି ଯାହା ମଣିଷର ଶରୀର ଓ ମନକୁ ଗଭୀର ପ୍ରଭାବ ପକାଇଥାଏ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମାନସରୋବର ଓ ରାକ୍ଷସତାଲ

ଏବେ କଥା ହେବା କୈଳାସ ପର୍ବତ ନିକଟରେ ଥିବା ଦୁଇଟି ହ୍ରଦ ବିଷୟରେ । ଗୋଟେ ହେଉଛି ମାନସରୋବର ଓ ଅନ୍ୟଟି ହେଉଛି ରାକ୍ଷସତାଲ । ଏହି ଦୁଇଟି ହ୍ରଦ ପୁରା ପାଖାପାଖି ରହିଛନ୍ତି । କିନ୍ତୁ ସ୍ୱଭାବରେ ପୁରା ପୁରି ଭିନ୍ନ । ମାନସରୋବର ଯାହା ଦୁନିଆର ସବୁଠୁ ଉଚ୍ଚା ଓ ମିଠା ହ୍ରଦ । ଯେଉଁଠି ଜୀବନର ସମ୍ଭାବନା ଅଛି । ଏହା ସବୁବେଳେ ଶାନ୍ତ ଓ ସ୍ଥିର ପାଇଁ ପ୍ରସିଦ୍ଧ । ଏହାର ଆକାର ଗୋଲ୍ । ଯେମିତି ସୂର୍ଯ୍ୟର ଆକୃତି । ଏତେ ଉଚ୍ଚା ଓ ଥଣ୍ଡା ସତ୍ତ୍ୱେ ଏଠାରେ କେବେ ବି ବରଫ ଜମେ ନାହିଁ । ଅନ୍ୟ ହ୍ରଦଟି ହେଉଛି ରାକ୍ଷସତାଲ୍ । ଏହାର ପାଣି ଖାର । ଆଉ ଏହା ସବୁବେଳେ ଅଶାନ୍ତ । ଯେଉଁଠି ଜୀବନର କିଛି ବି ସମ୍ଭାବନା ନାହିଁ । କୁହାଯାଏ ରାବଣ ଏହି ହ୍ରଦରେ ଥରେ ବୁଡ ପକାଇଥିଲେ । ସେବେଠୁ ଏହାର ପାଣି ଖାର ହୋଇଯାଇଛି । 

ଓମ୍ ଓ ଡମ୍ବୁରୁ...

ମାନସରୋବର ଓ ରାକ୍ଷସତାଲ ନିକଟରେ ଡମ୍ବରୁ ଧ୍ୱନି ଓ ଓଁକାର ଶୁଣିବାକୁ ମିଳେ । ସେଠାରେ ପହଞ୍ଚିଲେ ଯେମିତି ଲାଗିବ ଆକାଶରେ ହେଲିକପ୍ଟର ଉଡୁଛି । ହେଲେ ଧ୍ୟାନର ସହ ଶୁଣିଲେ ଲାଗିବ ଯେ କେହି ଜଣେ ଡମ୍ବରୁ ବଜାଉଛି ।  ଆଉ ଓମ୍ ଶବ୍ଦ ମଧ୍ୟ ଶୁଣିବାକୁ ମିଳେ । କୈଳାସ ପର୍ବତର ଶକ୍ତିଶାଳ ଉର୍ଜା ଓ ଏହାର ଆଧ୍ୟାତ୍ମିକତା ଏହି ଧ୍ୱନିକୁ ଜନ୍ମ ଦେଇଥାଏ ବୋଲି ମଧ୍ୟ କୁହାଯାଏ । କୈଳାସ ପର୍ବତର ଆଉ ଏକ ରହସ୍ୟ ହେଉଛି ଏହାର ଛାଇରୁ ନିର୍ମିତ ଓମ୍ ଏବଂ ସ୍ୱସ୍ତିକ ଚିହ୍ନ । ସୂର୍ଯ୍ୟ ଅସ୍ତ ହେବା ସମୟରେ ପର୍ବତର ଛାଇରେ ସ୍ୱସ୍ତିକ ଚିହ୍ନ ଦେଖାଦିଏ । ସେହିପରି ଯେତେବେଳେ କୈଳାସ ପର୍ବତରେ ବରଫ ପଡେ ସେବେ ଦକ୍ଷିଣ ଦିଗରୁ ଏହା ଉପରେ ଓମ୍ ଚିହ୍ନ ସଫା ସଫା ଦୃଶ୍ୟ ମାନ ହୁଏ । 

ରାତିରେ ଆଲୋକମାଳା...

ଖାଲି ଧ୍ୱନି ନହେଁ ଅନେକ ଯାତ୍ରୀ ଏହା ମଧ୍ୟ କହିଛନ୍ତି ଯେ କୈଳାସ ପର୍ବତରେ ରାତିରେ 7ଟି ଅଲଗା ଅଲଗା ରଙ୍ଗର ଆଲୋକମାଳା ଦେଖିବାକୁ ମିଳେ । ଆଉ ଏହି ଆଲୋକ ଏତେ ମାତ୍ରାରେ ଦେଖାଯାଏ ଯେ ରାତିରେ ବି ସମସ୍ତ ଜିନିଷ ସଫା ସଫା ଦିଶେ । ଯେମିତି ଲାଗେ ଅଦୃଶ୍ୟ ଶକ୍ତିର ପ୍ରଦର୍ଶନ ଚାଲିଛି । ବୈଜ୍ଞାନିକମାନେ ଏବେ ବି ଏହାର ରହସ୍ୟ ବୁଝି ପାରୁନାହାନ୍ତି । 

ହିମ ମାନବ...

କୈଳାସ ପର୍ବତ ଓ ହିମାଳୟ ଭଳି ସ୍ଥାନରେ ଏହି ବିଶାଳକାୟ ହିମ ମାନବ ଦେଖାଯାଏ । ହିମାଳୟ ଓ କୈଳାସ ପର୍ବତର ଆଖପାଖରେ ବସବାସ କରୁଥିବା ଲୋକେ କୁହନ୍ତି ଯେ ସେମାନେ ଏହି ବିଶାଳକାୟ ହିମ ମାନବ ଦେଖିଛନ୍ତି । କେହି କେହି ଏହାକୁ ବୁଢା ଭାଲୁ କୁହନ୍ତି...ତ କେହି କେହି ପ୍ରାଚୀନ ପ୍ରାଣୀ ମଧ୍ୟ କୁହନ୍ତି । 

କୈଳାସ ପର୍ବତ ସ୍ୱର୍ଗର ସିଢି

ପୌରାଣିକ ଗ୍ରନ୍ଥ ଅନୁଯାୟୀ କୈଳାସ ପର୍ବତକୁ ସ୍ୱର୍ଗର ସିଢି ମଧ୍ୟ କୁହାଯାଏ । କୁହାଯାଏ ରାବଣ ସ୍ୱର୍ଗକୁ ଯିବା ପାଇଁ ଏହି ସିଢି ତିଆରି କରିଥିଲେ । ମହାଭାରତରେ ମଧ୍ୟ ଏହାର ଉଲ୍ଲେଖ ରହିଛି । ଯେତେବେଳେ ପାଣ୍ଡବ ନିଜ ପତ୍ନୀ ଦୈପଦୀଙ୍କ ସହ ମୌକ୍ଷ ପ୍ରାପ୍ତି ପାଇଁ କୈଳାସ ପର୍ବତରେ ଚଢିଥିଲେ । ଯାତ୍ରା ସମୟରେ ଗୋଟିଏ ଗୋଟିଏ କରି ସମସ୍ତେ ରହିଗଲେ । ହେଲେ ଯୁଧିଷ୍ଟର ନିଜର ସତ କର୍ମ ଓ ନିଷ୍ଠା ପାଇଁ ସ୍ୱର୍ଗରେ ପ୍ରବେଶ କରିବା ପାଇଁ ସକ୍ଷମ ହୋଇଥିଲେ । ଯୁଧିଷ୍ଠିରଙ୍କୁ ଛାଡିଦେଲେ ଆଜି ପର୍ଯ୍ୟନ୍ତ କୈଳାସ ପର୍ବତର ଶୀର୍ଘକୁ ଯିବାକୁ କେହି ବି ସକ୍ଷମ ହୋଇନାହାନ୍ତି। 

ଚୀନ ପଠାଇଲା ହେଲିକପ୍ଟର...

ଯେବେ ଚୀନ ଦେଖିଲା ଯେ କୈଳାସ ପର୍ବତରେ ଚଢିବା ପାଇଁ କେହି ମଧ୍ୟ ସଫଳ ହୋଇପାରୁନାହାନ୍ତି । ସେଥିପାଇଁ ସେ ହେଲିକପ୍ଟର ପଠାଇବାକୁ ସ୍ଥିର କଲା । କିନ୍ତୁ କୈଳାସ ପର୍ବତ ଅଞ୍ଚଳରେ ହେଲିକପ୍ଟର ଉଡାଇବା ଶକ୍ତ ମନା । କାରଣ ଏହାର ପାଣିପାଗ ଅଚାନକ ବିଗିଡିଯାଏ । ବହୁତ ଗବେଷଣା ପରେ ଚୀନ ଗୋଟିଏ ଦିନ ସ୍ଥିର କଲା । ଯେଉଁଦିନ ହେଲିକ୍ପଟର ପଠାଇଲା । ପରିବେଶ ଖୁବ ସଫା ଥିଲା । ହେଲେ କୈଳାସର ନିକଟତର ହେବା କ୍ଷଣି ଅଚାନକ ପାଣିପାଗ ବିଗିଡିଗଲା । ଏତେ ମାତ୍ରାରେ ପବନ ବୋହିଲା ଯେ ହେଲିକପ୍ଟରର କମ୍ପାସ ମଧ୍ୟ କାମ କଲା ନାହିଁ । ଶେଷରେ ବଡ ବଡ ବାଦଲ ଖଣ୍ଡ ଯେମିତି ହେଲିକପ୍ଟରର ନିକଟର ହେବାକୁ ଲାଗିଲା ।  ଶେଷରେ ହେଲିକପ୍ଟରଟି ଫେରି ଆସିବାକୁ ବାଧ୍ୟ ହେଲା । ସେବେଠାରୁ ସେଠାକୁ ଯିବାକୁ ଚୀନ ପ୍ରତିବନ୍ଧକ ଲଗାଇଛି । 

ନାସା ବୈଜ୍ଞାନିକଙ୍କ ହୋସ୍ ଉଡାଇଦେଇଛି

ଯେବେ କୈଳାସ ପର୍ବତକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ସେତେବେଳେ ନାସା କୈଳାସ ପର୍ବତ ବିଷୟରେ ଆଉ କିଛି ତଥ୍ୟ ସଂଗ୍ରହ ପାଇଁ ସାଟେଲାଇଟ ପଠାଇଥିଲା । ଆଉ ସାଟେଲାଇଟ୍ ରୁ କିଛି ଏମିତି ଚିତ୍ର ସାମନାକୁ ଆସିଲା ଯାହା ନାସା ବୈଜ୍ଞାନିକଙ୍କ ହୋସ୍ ଉଡାଇଦେଇଛି । ଯେମିତିକି ଯେତେବେଳେ କୈଳାସ ପର୍ବତରେ ବରଫ ପଡେ ସେତେବେଳେ ସେହି ଦୃଶ୍ୟ ଓମ୍ ର ଆକାର ନିଏ । ଆଉ ସୂର୍ଯ୍ୟ ଅସ୍ତ ହେବା ସମୟରେ ପର୍ବତରେ ଯେମିତି ଲାଗେ ସ୍ୱସ୍ତିକ ଚିହ୍ନ ଆପେ ଆପେ ସୃଷ୍ଟି ହେଉଛି । ଏହି ସବୁ ଘଟଣା କୈଳାସ ପର୍ବତର ରହସ୍ୟକୁ ଆହୁରି ରହସ୍ୟମୟ କରିଦେଇଛି । 

ପୌରାଣିକ କଥା ଅନୁସାରେ କୈଳାସ ପର୍ବତ ଏମିତି ଏକ ସ୍ଥାନ ଯେଉଁଟି ସ୍ୱର୍ଗ ଓ ପୃଥିବୀର ମିଳନ ହୁଏ । ଆଜି ବି ରହସ୍ୟମୟ ଓ ଅଭୁତ ଦୁନିଆ କୈଳାସ ପର୍ବତ....

Sponsored
know-mysterious-fact-about-kailash-mountain | Argus News