ଇଣ୍ଡୋନେସିଆ, ଇରାକ, ଓ ସିରିଆ ଭଳି ଇସଲାମିକ ଦେଶରେ ୱକଫ୍ ଭଳି ବ୍ୟବସ୍ଥା ନାହିଁ, ହେଲେ ଭାରତରେ କାହିଁକି ?

ୱକଫ୍ ଏହାର ଅର୍ଥ କ'ଣ ? କାହିଁକି ଏହି ବିଲ୍ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହେବା ପରେ ସଂଖ୍ୟାଲଘୁଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଶାସକ...ବିରୋଧୀଙ୍କ ମଧ୍ୟରେ ୱକଫ୍ କୁ ନେଇ କାହିଁକି ତୁ ତୁ ମେ ମେ ଲାଗିଛି...୨୦୦୬ରେ ୱାକଫ ବୋର୍ଡ ହାତରେ ଥିଲା ମୋଟ ୪.୯ ଲକ୍ଷ ସମ୍ପତ୍ତି ରହଥିଲା । ଯାହାର ମୂଲ୍ୟ ପ୍ରାୟ ୧୨ ହଜାର କୋଟି ରହିଥିଲା । କିନ୍ତୁ ୨୦୨୪ ସୁଦ୍ଧା ୱାକଫ ବୋର୍ଡର ସମ୍ପତ୍ତି ସଂଖ୍ୟା କେମିତି ୮.୭୨ ଲକ୍ଷ ଅତିକ୍ରମ କଲା ?
ଇଣ୍ଡୋନେସିଆ, ତୁର୍କୀ, ଇରାକ, ଓ ସିରିଆ ଭଳି ଅନେକ ଇସଲାମିକ ଦେଶରେ ୱକଫ୍ ଭଳି ବ୍ୟବସ୍ଥା ନାହିଁ । ହେଲେ ଭାରତରେ ଏହାକୁ କାହିଁକି ବଜାୟ ରଖାଯାଇଛି ? ଭାରତରେ ଶିଖ୍, ପାର୍ସୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଏଭଳି କୌଣସି ବୋର୍ଡର ସ୍ୱତନ୍ତ୍ର କ୍ଷମତା ନାଥିବାବେଳେ ୱକଫ୍ ବୋର୍ଡର ଏତେ କ୍ଷମତା କାହିଁକି ରହିଛି ?
ଏସବୁ ଜାଣିବା ପୂର୍ବରୁ ଆସନ୍ତୁ ପ୍ରଥମେ ବୁଝିବା ୱକଫ୍ ମାନେ କ'ଣ ? କାହିଁକି ୱକଫ୍ ସଂଶୋଧନ ବିଲ୍ ଆଣିବାକୁ ଜରୁରୀ ବୋଲି ଭାବିଲେ ସରକାର ।
ୱକଫ୍ ହେଉଛି ଏକ ଆରବୀୟ ଶବ୍ଦ । ଏହାର ଅର୍ଥ ଅଲ୍ଲାଙ୍କ ନାମରେ ସମ୍ପତ୍ତି ଦାନ କରିବା । ଇସଲାମରେ ପବିତ୍ର, ଧାର୍ମିକ କିମ୍ବା ଦାନକାରୀ ଉଦ୍ଦେଶ୍ୟରେ ସ୍ଥାବର କିମ୍ବା ଅସ୍ଥାବର ସମ୍ପତ୍ତିର ସ୍ଥାୟୀ ସମର୍ପଣକୁ ୱକଫ୍ କୁହାଯାଏ । ଭାରତରେ ମସଜିଦ, ଇଦ୍ ଗାହ, ଦରଘା, ଇମାମବାଡା ଓ କବରସ୍ତାନ ଆଦି ସମ୍ପତ୍ତି ୱକଫ୍ ଅଧୀନରେ ରହିଛି । 1954 ମସିହାରେ ୱକଫ୍ ଆଇନ ଅନୁଯାୟୀ ୱକଫ୍ ସମ୍ପତ୍ତି ହେଉଛି ମୁସଲମାନ ଆଇନ ଦ୍ୱାରା ଦାତବ୍ୟ ଭାବରେ ସ୍ୱୀକୃତିପ୍ରାପ୍ତ କୌଣସି ଉଦ୍ଦେଶ୍ୟରେ ଯେକୌଣସି ସ୍ଥାବର କିମ୍ବା ଅସ୍ଥାବର ସମ୍ପତ୍ତିର ସ୍ଥାୟୀ ଦାନ । 1995 ମସିହାରେ ୱକଫ ଭାବରେ ଦାନ ଏବଂ ବିତ୍ରପ୍ତ ପ୍ରାପ୍ତ ସମ୍ପତ୍ତିକୁ ନିୟନ୍ତ୍ରଣ କରିବା ପାଇଁ ୱକଫ୍ ଆଇନ ପ୍ରଣୟନ କରାଯାଇଥିଲା । ପରବର୍ତ୍ତୀ ସମୟରେ 2013ରେ ୟୁପିଏ ସରକାର ଉକ୍ତ ଆଇନର ସଂଶୋଧନ କରିଥିଲେ ।
ୱକଫ୍ ସଂଶୋଧନ ବିଲ୍ 2025ରେ ୱକଫ୍ ଆଇନର ଧାରା 40କୁ ଉଚ୍ଛେଦ କରିବାକୁ ପ୍ରସ୍ତାବ ରହିଛି । ଏହି ଧାରା ୱକଫ୍ ବୋର୍ଡ ଓ ଟ୍ରିବୁନାଲକୁ କୌଣସି ଜମିକୁ ୱକଫ୍ ସମ୍ପତ୍ତି ଭାବରେ ଘୋଷଣା କରିବାକୁ ଅନୁମତି ଦେଇଥାଏ । ସଂଘ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜୁ ଏହାକୁ ସବୁଠାରୁ କଠୋର ବ୍ୟବସ୍ଥା ବୋଲି କହିବା ସହ ବ୍ୟାପକ ଜମି ହଡପ ପାଇଁ ଏହାର ଅପବ୍ୟବହାର କରାଯାଉଥିବା ସେ ଅଭିଯୋଗ କରିଛନ୍ତି ।
ଏବେ ଏନଡିଏ ସରକାରଙ୍କ ୱକଫ୍ ବିଲ୍ ଅଧୀନରେ ପ୍ରସ୍ତାବିତ ସଂଶୋଧନର ଉଦ୍ଦେଶ୍ୟ ହେଉଛି ୱକଫ୍ ର ଉନ୍ନତ ପରିଚାଳନା, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ।
ୱକଫ୍ ଆଇନ ଆସିବା ପରେ କଣ ପରିବର୍ତ୍ତନ ହେବ...
1- ଇସଲାମ ଧର୍ମ ଗ୍ରହଣର ୫ ବର୍ଷ ହୋଇନଥିଲେ ୱାକଫ୍ ବୋର୍ଡକୁ ଆପଣ ସମ୍ପତ୍ତି ଦାନ କରିପାରିବେ ନାହିଁ ।
📱 Get Argus News App
✨2- କେବଳ ନିଜ ନାମରେ ପଞ୍ଜୀକରଣ ହୋଇଥିବା ଜମିକୁ ଦାନ କରିପାରିବେ ।
3- ୱାକଫ୍ ବୋର୍ଡ ଦ୍ବାରା ଅଧିକୃତ ଜମିରେ ମହିଳା ଉତ୍ତରାଧିକାରୀ ରହିପାରିବେ ।
4- ୱକଫ୍ ପରିଚାଳନାର ଅଟୋମେସନ୍ ପାଇଁ ଟେକନୋଲୋଜିର ବ୍ୟବହାର ହେବ । ୱାକଫ୍ ବୋର୍ଡକୁ ଦିଆଯାଇଥିବା ସଂପତ୍ତିର ସମସ୍ତ ତଥ୍ୟ ୬ ମାସ ମଧ୍ୟରେ ଅନ୍ଲାଇନ୍ରେ ଉପଲବ୍ଧ ହେବ । 5- ସରକାରୀ ସଂପତ୍ତି ଉପରେ ୱାକଫ୍ ବୋର୍ଡର ଅଧିକାର ରହିବ ନାହିଁ ।
6- କେନ୍ଦ୍ରୀୟ ୱାକଫ୍ ବୋର୍ଡରେ ୨ ଜଣ ଅଣ ମୁସଲିମ, ୨ ମୁସଲମାନ ମହିଳା ରହିବେ । ଏହାସହ ୱକଫ୍ ବୋର୍ଡରେ ୱକଫ୍ ଅନୁଷ୍ଠାନର ବାଧ୍ୟତାମୂଳକ ଅବଦାନକୁ 7% ରୁ 5% ହ୍ରାସ କରାଯାଇଛି । ଯାହା ଦ୍ୱାରା ପରୋପକାରୀ କାର୍ଯ୍ୟ ପାଇଁ ଅଧିକ ପାଣ୍ଠି ଉପଲବ୍ଧ ହେବ ।
7- ସାଂସଦ ଓ ପୂର୍ବତନ ବିଚାରପତିମାନଙ୍କ ପ୍ରତିନିଧି ମୁସଲମାନ ହେବା ଜରୁରୀ ନୁହେଁ ।
8- ମୁସଲମାନଙ୍କ ୨ଟି ସଂପ୍ରଦାୟ ପାଇଁ ୨ଟି ବୋର୍ଡ ଗଠନ ହେବ ।
9- ୱାକଫ୍ ବୋର୍ଡର ନିଷ୍ପତ୍ତିକୁ ୯୦ ଦିନ ଭିତରେ ଚ୍ୟାଲେଞ୍ଚ କରିହେବ ।
10- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ବୋର୍ଡ ଖାତା ଅଡିଟ୍ର ଅଧିକାର ରହିବ ।
11- ୱାକଫ୍ ବୋର୍ଡ ସରକାରଙ୍କୁ ସମସ୍ତ ସୂଚନା ଦେବାକୁ ବାଧ୍ୟ ହେବେ ।
12- ୱକଫ୍ ଠାରୁ ଟ୍ରଷ୍ଟକୁ ଅଲଗା କରାଯିବ ..ଅର୍ଥାତ୍ କୌଣସି ଆଇନ ଅନୁଯାୟୀ ମୁସଲମାନମାନଙ୍କ ଦ୍ୱାରା ଗଠିତ ଟ୍ରଷ୍ଟ ଗୁଡିକୁ ଆଉ ୱାକଫ୍ ଭାବରେ ବିବେଚନା କରାଯିବ ନାହିଁ । ଟ୍ରଷ୍ଟ ଅଲଗା ରହିବ ଏବଂ ଭିନ୍ନ ଆଇନ ଦ୍ୱାରା ପରିଚାଳିତ ହେବ ।
13- ଜିଲ୍ଲାପାଳ ପାହ୍ୟାର ଜଣେ ଅଧିକାରୀ ୱକଫ୍ ଭାବେ ଦାବି କରାଯାଉଥିବା ସରକାରୀ ସମ୍ପତ୍ତିର ଯାଞ୍ଚ କରିବେ । ଯାହା ଦ୍ୱାରା ଅଯଥା ଦାବିକୁ ରୋକାଯାଇପାରିବ ।
14 - ମନଇଚ୍ଛା ସମ୍ପତ୍ତି ଦାବି ଉଚ୍ଛେଦ..ଏହି ବିଲ୍ ଧାରା 40 କୁ ହଟାଇ ଦେଇଛି । ଯାହା ୱକଫ୍ ବୋର୍ଡକୁ ମନଇଚ୍ଛା ବିଭିନ୍ନ ସମ୍ପତ୍ତିକୁ ୱକଫ୍ ଘୋଷଣା କରିବାରୁ ରୋକିବ । ସମଗ୍ର ଗ୍ରାମକୁ ୱକଫ୍ ଘୋଷଣା କରିବା ଭଳି ଅବବ୍ୟବହାରକୁ ଏଡାଇ ଦିଆଯିବ ।
ବିଜେପିର ସ୍ପଷ୍ଟ ସିନ୍ଧାନ୍ତ ହେଉଛି, ଭୋଟ ବ୍ୟାଙ୍କ ପାଇଁ ଏହି ଆଇନ ଅଣାଯାଇ ନାହିଁ । ନ୍ୟାୟ ଦେବା ପାଇଁ ଆଇନ ଅଣାଯାଇଛି । ଏହି ବିଲ୍ ସଂଖ୍ୟାଲଘୁଙ୍କ ଧାର୍ମିକ ମାମଲାରେ ହସ୍ତକ୍ଷେପ କରିବ ନାହିଁ । ୱାକଫ୍ ବିଲ୍ ସମ୍ପତ୍ତିକୁ ସୁରକ୍ଷା ଯୋଗାଇବ । ଯେମିତି କି ଏଏସଆଇ ସମ୍ପତ୍ତି, ଆଦିବାସୀ ଜମି, ଘରୋଇ ଜମି, ଏବଂ ୱାକଫ୍ ର ଜମିକୁ ମଧ୍ୟ । ଏଥିରେ ଘରୋଇ , ବ୍ୟକ୍ତିଗତ ସମ୍ପତ୍ତି ଦାନ କରାଯାଇପାରିବ ।
ହେଲେ ୱାକଫ୍ ବୋର୍ଡ ଓ ୱାକଫ୍ କାଉନସିଲ୍ କରିବେ କ'ଣ ? ୱାକଫ୍ ସମ୍ପତ୍ତି ବିକୁଥିବା ଲୋକଙ୍କୁ ଧରିବେ । ୱାକଫ୍ ନାଁରେ ସମ୍ପତ୍ତିକୁ 100 ବର୍ଷ ଲିଜ୍ ରେ ଦେଉଥିବା ଲୋକଙ୍କୁ ଧରିବେ । ୱାକଫ୍ ଆୟ କମିବାରେ ଲାଗିଛି । ଯେଉଁ ଆୟ ଜରିଆରେ ସଂଖ୍ୟାଲଘୁଙ୍କର ବିକାଶ ହୋଇଥାଏ ତାହା ଚୋରି ହେଉଛି । ୱାକଫ୍ ବୋର୍ଡ ଓ କାଉନସିଲ୍ ତାହାକୁ ଧରିବା ଦ୍ୱାରା ଏଥିରେ ରୋକ୍ ଲାଗିପାରିବ । ଏବେ ୱକଫ୍ ବିଲ୍ ର ନୂଆ ନାଁ ହେଉଛି ଉମ୍ମିଦ । ଅର୍ଥାତ୍ ଆଶା ବା ଏକ ନୂତନ ଆଶା ସଂଚାର କରିବା । ଏହି ବିଲ୍ ର ଗୁରୁତ୍ତ୍ୱପୂର୍ଣ୍ଣ ଦିଗ ହେଉଛି ନବଗଠିତ ବ୍ୟବସ୍ଥା ଓ ଏକୀକୃତ ୱକଫ୍ ପରିଚାଳନା ।