Videos
|
National

ମହାକାଶ ଯାତ୍ରା ଆରମ୍ଭ ପରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ଶୁଭାଂଶୁ, ଜାଣନ୍ତୁ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ମହାକାଶ ଯାତ୍ରା ଆରମ୍ଭ ପରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ଶୁଭାଂଶୁ, ଜାଣନ୍ତୁ...

Key Points

୧୨ଟା ୧ରେ ନାସାର କେନେଡ଼ି ସ୍ପେସ୍ ସେଣ୍ଟରରୁ ଲଞ୍ଚ୍‌ ହେଲା ଆକ୍ସିଅମ୍-୪ ମିଶନ୍ ।
ପୃଥିବୀ ଚାରିପଟେ ସେକେଣ୍ଡ ପ୍ରତି ୭.୫ କିମି ବେଗରେ ଗତି କରୁଛୁ ।
ଫାଲକନ୍ ୯ ରକେଟ୍ ଦ୍ବାରା ମହାକାଶ କେନ୍ଦ୍ରକୁ ଯାତ୍ରା କରିଛନ୍ତି ୪ ମହାକାଶଚାରୀ ।

ବହୁ ପ୍ରତୀକ୍ଷାର ଅନ୍ତ ହେଲା । ଆରମ୍ଭ ହେଲା ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁଙ୍କ ଶୁଭଯାତ୍ରା । ଏହି ଯାତ୍ରା ବେଳେ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ଦେଶବାସୀଙ୍କୁ ନମସ୍କାର ଜଣାଇବା ସହ ୪୧ ବର୍ଷ ପରେ ଆମେ ପୁଣି ଥରେ ମହାକାଶ ମିଶନରେ ସାମିଲ ହୋଇଛୁ ବୋଲି ସେ କହିଛନ୍ତି । ଏହା ଏକ ସୁନ୍ଦର ଯାତ୍ରା ।

ପୃଥିବୀ ଚାରିପଟେ ସେକେଣ୍ଡ ପ୍ରତି ୭.୫ କିମି ବେଗରେ ଗତି କରୁଛୁ । ମୋ କାନ୍ଧରେ ଥିବା ତ୍ରିରଙ୍ଗା ମୋତେ ଆପଣମାନଙ୍କ ସହ ଥିବା ମନେ ପକାଇ ଦେଉଛି । ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଭାରତର ମାନବ ମିଶନ ପାଇଁ ଏହା ଏକ ନୂଆ ଆରମ୍ଭ । ଆପଣମାନେ ସମସ୍ତେ ଏହି ଯାତ୍ରାରେ ସାମିଲ ହୁଅନ୍ତୁ । ଆପଣମାନଙ୍କର ଛାତି ଗର୍ବରେ ଫୁଲି ଉଠୁଥିବ । ଆମେ ସମସ୍ତେ ମିଶି ମହକାଶକୁ ଭାରତର ମାନବ ମିଶନ ଆରମ୍ଭ କରିବା... ଜୟ ହିନ୍ଦ, ଜୟ ଭାରତ ।

ତେବେ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଫାଲକନ୍ ୯ ରକେଟ୍ ଦ୍ବାରା ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ୪ ମହାକାଶଚାରୀ । ନିର୍ଦ୍ଧାରିତ ସମୟ ୧୨ଟା ୧ରେ ନାସାର କେନେଡ଼ି ସ୍ପେସ୍ ସେଣ୍ଟରରୁ ଲଞ୍ଚ୍‌ ହେଲା ଆକ୍ସିଅମ୍-୪ ମିଶନ୍ । ମହାକାଶକୁ ଉଡ଼ାଣ ଭରି ଇତିହାସ ରଚିଲେ ଶୁଭାଂଶୁ ଶୁକ୍ଳା ।

୧୪ ଦିନିଆ Axiom-4 ମିଶନ ଦ୍ବାରା ହେବ ୬୦ଟି ପରୀକ୍ଷା । ଏହି ମିଶନରେ ଶୁଭାଂଶୁଙ୍କ ସମେତ ଅଛନ୍ତି ୪ ମହାକାଶଚାରୀ । ଆସନ୍ତାକାଲି ଭାରତୀୟ ସମୟ ଅପରାହ୍ନ ୪ଟା ୩୦ରେ ହେବ ଡକିଂ । ୩ ମହାକାଶଚାରୀଙ୍କ ସହ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯାଇଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । ଭାରତୀୟ ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଏହି ଐତିହାସିକ ଯାତ୍ରାରେ ସାମିଲ ହୋଇ ପ୍ରଥମ ଥର ପାଇଁ ମହାକାଶକୁ ଯାଇଛନ୍ତି । ଏହାସହ ଦ୍ବିତୀୟ ଭାରତୀୟ ଭାବେ ରେକର୍ଡ ସୃଷ୍ଟି କରିଛନ୍ତି ଶୁଭାଂଶୁ । ପୂର୍ବରୁ ପ୍ରଥମ ଭାରତୀୟ ଭାବେ ୧୯୮୪ରେ ମହାକାଶ ଯାଇଥିଲେ ରାକେଶ ଶର୍ମା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
know the first reaction after the start of space travel Of Subhansu Sukla... | Argus News