ସଂକ୍ଷେପରେ ଜାଣନ୍ତୁ ଦିନର ବଡ ଖବର...
·1 year ago·2 min read

- ଦେଶ ଛାଡ଼ିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା...ସାମରିକ ହେଲିକପ୍ଟରରେ ଦେଶ ଛାଡ଼ି ପଳାଇଥିବା ସୂଚନା... ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଛାଡିଲେ ଦେଶ
- ଢାକାରେ ଅସୁରକ୍ଷିତ ମନେ କରି ଦେଶ ଛାଡ଼ିଥିବା ଶେଖ୍ ହସିନା ଏବେ ଭାରତର ଅଗରତାଲାରେ ପହଞ୍ଚିଥିବା ଆସୁଛି ଖବର
- ସେପଟେ ସିନାଙ୍କ ଇସ୍ତଫା ପରେ ଶାସନ ଭାର ହାତକୁ ନେଲା ସେନା...ଶାସନ ଭାର ଗ୍ରହଣ ସହ ସବୁ ଦଳର ପ୍ରତିନିଧିଙ୍କୁ ଡାକି ଆଲୋଚନା...ହିଂସା ବନ୍ଦ କରିବାକୁ ଯୁବବର୍ଗଙ୍କୁ ଅପିଲ କଲେ ବାଂଲା ସେନା ମୁଖ୍ୟ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଓଡ଼ିଶା ବିଜେପି ସାଂସଦ...ସଂସଦ ଭବନ ସମ୍ମିଳନୀ କକ୍ଷରେ ଓଡ଼ିଶା ସାଂସଦଙ୍କ ସହ ଆଲୋଚନା...ଓଡ଼ିଶାର ସମସ୍ତ ୨୦ ଲୋକସଭା ଓ ଜଣେ ରାଜ୍ୟସଭା ସାଂସଦ ଉପସ୍ଥିତ
- ଶ୍ରାବଣ ମାସ ତୃତୀୟ ସୋମବାର...ଉଜ୍ଜୈନ ମହାକାଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବାଜିଲା ଡମ୍ବରୁ ...ଏକାଥରେ ବାଜିଲା ୧୫୦୦ ଡମ୍ବରୁ... ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ପାଇଲା ସ୍ଥାନ
- ରତ୍ନଭଣ୍ଡାର ମରାମତି ପାଇଁ ଦୁଇଟି ଏସଓପି ସହ ଟେକ୍ନୋଲୋଜି ଉପରେ ଗୁରୁତ୍ବ...ମରାମତି ପୂର୍ବରୁ ସିନ୍ଧୁକ ଓ ଆଲମିରା ଖାଲି କରାଯିବ...ସେହିପରି ମହାପ୍ରଭୁଙ୍କ ଭୂ-ସମ୍ପତ୍ତି ଉପରେ ବି ଆଲୋଚନା
- ଆଉ ଜଣେ କୁବେର ବାବୁ...ଭିଜିଲାନ୍ସ ଜାଲରେ OBCC ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ...ବାବୁଙ୍କର ରହିଛି 42ଟି ପ୍ଲଟ୍, 2ଟି ଫ୍ଲାଟ୍, 88 ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍..କାର୍, ଜେସିବି, କ୍ରସର ୟୁନିଟ୍ ଏମିତି କେତେ କଣ ସମ୍ପତ୍ତି
- ଚଳିତ ଥର 1750 ଅଭିଯୋଗ ପଞ୍ଜିକରଣ ହୋଇଛି...ପାଖାପାଖି 1000 ଲୋକଙ୍କ ଅଭିଯୋଗ ଶୁଣାଣି ସରିଲାଣି...ଆହୁରି 700-800 ଲୋକ ରହିଛନ୍ତି...ବ୍ଲକ ସ୍ତରରେ ଯେଉଁ ସମସ୍ୟା ରହିଛି 7 ଦିନ ମଧ୍ୟରେ ସମାଧାନ ପାଇଁ ନିର୍ଦେଶ...ମନ୍ତ୍ରୀମାନେ ମଧ୍ୟ ବ୍ଲକ ଓ ଜିଲ୍ଲା ସ୍ତରରେ ଯାଇ ଶୁଣିବେ ଅଭିଯୋଗ
- ଅରବିନ୍ଦ କେଜ୍ରିଓ୍ବାଲଙ୍କ ଜାମିନ ଖାରଜ। ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଜାମିନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ
- ଷ୍ଟକ ମାର୍କେଟକୁ ବଡ ଝଟକା...ସେନସେକ୍ସରେ ବଡ ଧରଣର ହ୍ରାସ...ବମ୍ବେ ଷ୍ଟକ ଏକ୍ସେଂଚେଜରେ ସୂଚକାଙ୍କ ୨୬ଶହ ପଏଣ୍ଟ ଖସି ୭୮ ହଜାର ୩୮୫ ପଏଣ୍ଟରେ ପହଞ୍ଚିଛି...ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସର୍ବକାଳୀନ ହ୍ରାସ ହୋଇ ୮୩ .୮୦ରେ ପହଞ୍ଚିଛି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: