Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

US Army In Bangladesh / ଆମେରିକା ଖେଳିଲା କି ନୂଆ ଚାଲ, ବାଂଲାଦେଶରେ ଆମେରିକା ସେନା କରୁଛି କ’ଣ ?

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
ଆମେରିକା ଖେଳିଲା କି ନୂଆ ଚାଲ, ବାଂଲାଦେଶରେ ଆମେରିକା ସେନା କରୁଛି କ’ଣ ?

Key Points

ଭାରତୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ସନ୍ଦେହ ପ୍ରକାଶ ପାଇଛି । ବାଂଲାଦେଶରେ ଆମେରିକା ସେନାର ଗତିବିଧି ଉପରେ ସେମାନେ ନଜର ରଖିଥିବା ଜଣାପଡ଼ିଛି ।

ବାଂଲାଦେଶରେ କାହିଁକି ଆମେରିକା ମୁତୟନ କଲାଣି ନିଜର ସାମରିକ ବାହିନୀ ? କ’ଣ ରହିଛି ଉଦ୍ଦେଶ୍ୟ ? ବାଂଲାଦେଶକୁ ବେସ୍ କରି ଭାରତକୁ ଡରାଇବାକୁ ଚାହୁଁଛି କି ଆମେରିକା ? ଭାରତକୁ ଚାରିପଟୁ ଚାପ ସୃଷ୍ଟି କରିବାକୁ ଚାହୁଁଛି କି ଆମେରିକା ?

ପୂର୍ବରୁ ପାକିସ୍ତାନ ସହ ଭଲ ବନ୍ଧୁତ୍ୱ ରଖି, ତା’ର ବିଭିନ୍ନ ଏୟାର ବେସ୍‌କୁ ନିଜ କବ୍‌ଜାରେ ରଖିଛି ଆମେରିକା । ଆଉ ଏବେ ବାଂଲାଦେଶରେ ମଧ୍ୟ ନିଜ ସାମରିକ ବାହିନୀଙ୍କୁ କରାଇଲାଣି ପ୍ରବେଶ । ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ରହିଛି ସୂଚନା । ବେନାମୀ ଭାବେ ହୋଟେଲ ବୁକ୍‌ କରି ନିଜ ସେନା ବାହିନୀକୁ ରଖିଛି ଆମେରିକା ।

ଆମେରିକା ସେନା ଏବଂ ବାୟୁସେନାର ପ୍ରାୟ ୧୨୦ ଜଣ ଅଧିକାରୀ ସେପ୍ଟେମ୍ବର ୧୦ ତାରିଖରେ ଚିତ୍ତଗଙ୍ଗର ରାଡିସନ ବ୍ଲୁ ହୋଟେଲରେ ପ୍ରବେଶ କରିଥିଲେ । ବାଂଲାଦେଶୀ ପ୍ରତିପକ୍ଷଙ୍କ ସହ ମିଳିତ ଅଭ୍ୟାସ କରିବା ପାଇଁ ଆମେରିକୀୟ ସେନା ବାଂଲାଦେଶ ଆସିଥିବା ସେମାନେ କହିଥିଲେ । ତେବେ ଏହାକୁ ନେଇ ଭାରତୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ସନ୍ଦେହ ପ୍ରକାଶ ପାଇଛି । ବାଂଲାଦେଶରେ ଆମେରିକା ସେନାର ଗତିବିଧି ଉପରେ ସେମାନେ ନଜର ରଖିଥିବା ଜଣାପଡ଼ିଛି ।


କୁହାଯାଉଛି ଶେଖ୍‌ ହସିନା ଶାସନର ପତନ ପରେ ବାଂଲାଦେଶରେ ଆମେରିକୀୟ ସାମରିକ କାର୍ଯ୍ୟକଳାପରେ ଅଖିଦୃଶିଆ ବୃଦ୍ଧି ପାଇଛି । ଆମେରିକୀୟ ସୈନ୍ୟଙ୍କ ଆଗମନ ଭାରତୀୟ ଗୁଇନ୍ଦା କ୍ଷେତ୍ରରେ କଳ୍ପନାଜଳ୍ପନାକୁ ଅଧିକ ତ୍ୱରାନ୍ୱିତ କରିଛି। ଢାକାରୁ ୟୁଏସ୍-ବାଂଲା ଏୟାରଲାଇନ୍ସର ଏକ ବିମାନ ଯୋଗେ ଆସିଥିବା ଏହି ଦଳ ପଞ୍ଚତାରକା ହୋଟେଲରେ ପୂର୍ବରୁ ବୁକ୍‌ ହୋଇଥିବା ୮୫ଟି କୋଠରୀରେ ରହିଥିଲେ।

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ହୋଟେଲ ରେଜିଷ୍ଟରରେ କୌଣସି ଅଧିକାରୀଙ୍କ ନାମ ଲେଖାଯାଇ ନଥିଲା। ଅନ୍ୟପକ୍ଷେ ସେପ୍ଟେମ୍ବର ୧୪ ତାରିଖରେ, ଏକ ଇଜିପ୍ଟ ବାୟୁସେନା ପରିବହନ ବିମାନ ମଧ୍ୟ ଶାହ ଅମାନତ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା । ଯାହା ଭାରତୀୟ ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକର ଚିନ୍ତାକୁ ଆହୁରି ବଢ଼ାଇ ଦେଇଥିଲା।

ପରିଦର୍ଶନରେ ଥିବା ଆମେରିକୀୟ କର୍ମଚାରୀମାନଙ୍କୁ ପରେ ବିମାନବନ୍ଦର ସଂଲଗ୍ନ ବାଂଲାଦେଶ ବାୟୁସେନାର ପାଟେଙ୍ଗା ଏୟାରବେସ୍‌ରେ ଦେଖାଯାଇଥିଲା। ସୂତ୍ର ଅନୁସାରେ, ସେମାନେ ସେପ୍ଟେମ୍ବର ୨୦ ତାରିଖରେ ଚିତ୍ତଗଙ୍ଗ ଛାଡିବେ ବୋଲି ଆଶା କରାଯାଉଛି। କିନ୍ତୁ ଏହା କେତେ ସତ କେତେ ମିଛ ? କ'ଣ ରହିଛି ଆମେରିକାର ମୁଖ୍ୟ ଉଦେଶ୍ୟ ? ତାହା ସମୟ କହିବ । ହେଲେ ଭାରତ ଏବେ ଯକୌଣସି ଡିପ୍ଲୋମାଟ୍‌ ପରିସ୍ଥିତିକୁ ମୁକାବିଲା କରିବାକୁ ପ୍ରସ୍ତୁତ ରହିଥିବା କୁହାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
US Army In Bangladesh | Know Why US Military Making Moves In Bangladesh's Chittagong, India On Alert | Argus Digital | Argus News