Twin News / ଏହି ଗାଁ ରେ ଖାଲି ଜାଆଁଳା ପିଲା ..

Key Points
ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଭାରତର ଏକ ଅଭୂତ ଗାଁ ବିଷୟରେ କହିବୁ , ଯାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ଓ ଚକିତ ହେବେ । କାରଣ ଇଏ ଏମିତି ଏକ ଗାଁ, ଯେଉଁଠି ପିଲା ଜନ୍ମ ହେବା ମାତ୍ରେ ଜାଆଁଳା ହୋଇଯାଆନ୍ତି ।
ଗୋଟିଏ କି ଦୁଇଜଣଙ୍କର ନୁହେଁ ଗାଁରେ ପ୍ରାୟ ୪୦୦ରୁ ଅଧିକ ପିଲା ଜାଆଁଳା ହୋଇ ଜନ୍ମ ହୋଇଛନ୍ତି । ଏହି କଥା ସାମ୍ନାକୁ ଆସିବା ପରେ ରିସର୍ଚ୍ଚ ହେଉଛି କିନ୍ତୁ ସତ କଣ ତାହା ଏଯାଏଁ ଜଣାପଡିନି । ଇଏ ହେଉଛି କେରଳର ମଲ୍ଲପୁରମ୍ ଜିଲ୍ଲାର କୋଡିହ୍ନି ଗାଁ । ଯେଉଁଠି ଅଛନ୍ତି ୪୦୦ରୁ ଅଧିକ ଜାଆଁଳା ପିଲା । ଜାଆଁଳା ପିଲାଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।
୨୦୦୮ ରେ ଏହି ଗାଁରୁ ୨୮୦ ଜାଆଁଳା ପିଲା ଥିଲେ । କିନ୍ତୁ ଏବେ ୪୦୦ ପାର କଲାଣି । ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା ଚାଲିଛି । ସୂଚନା ଅନୁସାରେ, ଗାଁରେ ପାଖାପାଖି ୨୦୦୦ ଲୋକ ବସବାସ କରନ୍ତି। ସାରା ବିଶ୍ୱର ଲୋକ ଏଠାକୁ ବୁଲିବାକୁ ଆସିଥାନ୍ତି ।
ଯେତେବେଳେ ଆପଣ ଏହି ଗାଁକୁ ବୁଲିବାକୁ ଯିବେ ପ୍ରଥମେ ଗାଁର ଆରମ୍ଭରେ ଏକ ବୋର୍ଡ ଦେଖିବାକୁ ପାଇବେ ଯେଉଁଥିରେ ଲେଖା ଥିବ ଭଗବାନଙ୍କ ଜାଆଁଳା ଗାଁକୁ ଆପଣଙ୍କୁ ସ୍ୱାଗତ.. ରିପୋର୍ଟ ଅନୁସାରେ ୨୦୦୮ରେ ପାଖାପାଖି ୩୦୦ ମହିଳା ଏଠାରେ ସୁସ୍ଥ ଶିଶୁଙ୍କୁ ଜନ୍ମ ଦେଇଥିଲେ।
ଏଥିରୁ ୧୫ ଯୋଡା ଜାଆଁଳା ପିଲା ଜନ୍ମ ହୋଇଥିଲେ। ଏହାପରେ ପ୍ରତିବର୍ଷ ଜାଆଁଳାଙ୍କ ସଂଖ୍ୟା ବଢିବାରେ ଲାଗିଲା। ଗାଁ ଲୋକଙ୍କ କହିବାନୁଯାଇ ଜାଆଁଳା ପିଲାଙ୍କା ଜନ୍ମ ହେବାର ସିଲସିଲା ପାଖାପାଖି ତିନି ପିଢି ପୂର୍ବରୁ ଆରମ୍ଭ ହୋଇଥିଲା। କେରଳର ନାମିଦାମି ଡାକ୍ତରମାନେ ମଧ୍ୟ ବହୁ ବର୍ଷ ହେବ ଏହି ଗାଁର ରହସ୍ୟ ଜାଣିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନାହାଁନ୍ତି।
ତେବେ ଡାକ୍ତରଙ୍କ କହିବାନୁଯାୟୀ, ଗ୍ରାମବାସୀଙ୍କ ଖାଇବା ପିଇବାରେ ଏହି ଘଟଣାର କିଛି ସମ୍ବନ୍ଧ ନାହିଁ। ତେବେ କୋଡିହ୍ନି ଗାଁରେ ଏମିତି କାହିଁକି ହେଉଛି ? ଆସନ୍ତୁ ଜାଣିବା ଘଟଣା ଉପରୁ ପର୍ଦ୍ଦାଫାଶ କରିବା ପାଇଁ ୨୦୧୬ରେ ଭାରତ, ଲଣ୍ଡନ ଏବଂ ଜର୍ମାନୀର ବିଶେଷଜ୍ଞମାନଙ୍କର ଏକ ଟିମ୍ ରିସର୍ଚ୍ଚ କରିଥିଲା। ବୈଜ୍ଞାନିକମାନେ ଗାଁ ଲୋକଙ୍କର ଡିଏନଏ ସାମ୍ପୁଲ ମଧ୍ୟ ନେଇଥିଲେ ।
ଏଥିସହିତ ଗ୍ରାମବାସୀଙ୍କ କେଶ ଏବଂ ସ୍ଲାଇବାର ସାମ୍ପୂଲ ଏକାଠି କରାଗଲା । କିନ୍ତୁ ବୈଜ୍ଞାନିକଙ୍କ ଅକ୍ଲାନ୍ତ ପରିଶ୍ରମ ଆଉ ଚେଷ୍ଟା ସଫଳ ହୋଇପାରିନଥିଲା। କୋଡିହ୍ନି ଗାଁ ଏବେ ଟ୍ୱିନ ଟାଉନ୍ର ନାଁରେ ପରିଚିତ ।
ଏହି ସ୍ଥାନର ଜାଆଁଳା ପିଲା ଏବଂ ତାଙ୍କ ପରିବାର ପାଇଁ ରେଜିଷ୍ଟ୍ରେସନ ଏବଂ ସହାୟତା ପ୍ରଦାନ କରିବା ପାଇଁ ଟୁଇନ୍ସ ଆଣ୍ଡ କିନ୍ ଆଶୋସିଏଶନର ସ୍ଥାପନା ମଧ୍ୟ କରାଯାଇଛି। କାରଣ ଜାଆଁଳା ପିଲାଙ୍କ ଲାଲନପାଳନରେ ଅଧିକ ଅର୍ଥ ଖର୍ଚ୍ଚ ହୋଇଥାଏ । ଏଥସହିତ ଗୋଟିଏ ଜାଆଁଳା ପିଲାଙ୍କୁ ପାଳିବା ବହୁତ କଷ୍ଟକର ଗୋଟିଏ ମା ପାଇଁ ହୋଇଥାଏ।
ଗାଁରେ କଣ ପାଇଁ ଜାଆଁଳାଙ୍କ ସଂଖ୍ୟା ବଢୁଛି ଏହି ତଥ୍ୟ ଖୋଜିଆବାରେ ଡାକ୍ତର ଏବଂ ବୈଜ୍ଞାନିକ ମଧ୍ୟ ଫେଲ୍.. ଗାଁର ଏ ରହସ୍ୟ ଆଜି ବି ରହସ୍ୟ ହୋଇ ରହିଛି..
📱 Get Argus News App
✨ଅଧିକ ଦେଖନ୍ତୁ : ଗାଁ ରେ ଖାଲି ଜାଆଁଳା !!! | EP - 9 | Adbhuta Dunia
Related Topics
Explore more stories
