Videos
|
National

ବ୍ରାଣ୍ଡ ମୂଲ୍ୟରେ ଶାହରୁଖ, ରଣବୀରଙ୍କୁ ପଛରେ ପକାଇଲେ କୋହଲି

Sangram Tripathy
Browse all articles by Sangram Tripathy
·2 years ago
ବ୍ରାଣ୍ଡ ମୂଲ୍ୟରେ ଶାହରୁଖ, ରଣବୀରଙ୍କୁ ପଛରେ ପକାଇଲେ କୋହଲି

 

ଅଗର୍ସ ବ୍ୟୁରୋ: ପଡିଆ ଭିତରେ ହେଉ ଅବା ବାହାରେ ସବୁବେଳେ ଚର୍ଚ୍ଚାରେଥାନ୍ତି ଟିମ୍ ଇଣ୍ଡିଆର ରନ୍ ମେସିନ ବିରାଟ କୋହଲି । ସୋସିଆଲ ମିଡିଆରେ ମଧ୍ୟ କୋଟି କୋଟି ଫ୍ୟାନ୍ ତାଙ୍କୁ ଫଲୋ କରନ୍ତି।  ଭାରତର ସର୍ବାଧକ ମୂଲ୍ୟବାନ ସେଲିବ୍ରେଟିଙ୍କ ମଧ୍ୟରେ ସବୁଠୁ ଆଗରେ ରହିଛନ୍ତି ଭାରତୀୟ କ୍ରିକେଟ୍‌ ତାରକା ବିରାଟ।

 

ବ୍ରାଣ୍ଡ ମୂଲ୍ୟରେ ପଛରେ ପଡିଛନ୍ତି ବଲିଉଡ୍‌ ବାଦ୍‌ଶାହ ଶାହରୁଖ ଖାନ୍‌ ଓ ରଣବୀର ସିଂହ। କ୍ରୋଲ୍‌ର ସେଲିବ୍ରିଟି ବ୍ରାଣ୍ଡ ଭାଲ୍ୟୁଏସନ୍‌ ରିପୋର୍ଟ ୨୦୨୩ ଅନୁଯାୟୀ, ‌କୋହଲିଙ୍କ ବ୍ରାଣ୍ଡରେ ୨୯ ପ୍ରତିଶତ ବୃଦ୍ଧି ହୋଇଛି। ଫଳରେ ତାଙ୍କ ବ୍ରାଣ୍ଡ ମୂଲ୍ୟ ୨୨୭.୯ ମିଲିଅନ୍‌ ଡଲାର ରେ ପହଞ୍ଚିଯାଇଛି। ଦେଖିବାକୁ ଗଲେ ସେହି ତୁଳନାରେ ରଣବୀର ସିଂହଙ୍କ ବ୍ରାଣ୍ଡ ମୂଲ୍ୟ ୨୦୩.୧ ମିଲିଅନ୍‌ ଡଲାର ରହିଥିବାବେଳେ  ସେ ଦ୍ବିତୀୟ ସ୍ଥାନରେ ରହିଛନ୍ତି  ଏବଂ ଶାହରୁଖ ଖାନ୍‌ ୧୨୦.୭ ମିଲିଅନ୍‌ ଡଲାର ସହ ରହିଛନ୍ତି ତୃତୀୟ ସ୍ଥାନରେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: