ମାଧୁରୀକୁ ଫେରାଇ ଆଣିବାକୁ ଗାଁଲୋକଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ

Key Points
ମହାରାଷ୍ଟ୍ର କୋହ୍ଲାପୁରର ନନ୍ଦିନୀ ଗାଁର ସମସ୍ତଙ୍କ ପ୍ରିୟ ହାତୀ ମାଧୁରୀ । ଯାହାକୁ ସେଠାରେ ସମସ୍ତେ ଶ୍ରଦ୍ଧାରେ ମହାଦେବୀ ବୋଲି ଡାକିଥାନ୍ତି । ୧୯୯୨ରୁ ନନ୍ଦିନୀ ଗାଁର ଜୈନ ମଠରେ ରହି ଆସୁଛି ମାଧୁରୀ । ସେହି ଗାଁରେ ସେ ସଦସ୍ୟ ଭାବେ ତାକୁ ଛୋଟରୁ ବଡ ଯାଏଁ ସମସ୍ତେ ଖୁବ ଭଲପାଆନ୍ତି ।
ଗାଁରେ ସମସ୍ତଙ୍କର ପ୍ରିୟ ମାଧୁରୀ । ଛୁଆଠୁ ବୁଢା ଯାଏଁ ସମସ୍ତେ ତାକୁ ବେଶ ଭଲପାଆନ୍ତି । ସମସ୍ତଙ୍କ ଅଜାଣତରେ ଏକ ନିବିଡ ସମ୍ପର୍କ ଗଢି ଉଠିଥିଲା ସେମାନଙ୍କ ମଧ୍ୟରେ । ସେଥିପାଇଁ ତାର ଗାଁ ଛାଡି ଚାଲିଯିବାରେ ଆଖି ଛଳଛଳ ହୋଇଯାଇଛି ଗାଁର ପ୍ରତ୍ୟେକଟି ସଦସ୍ୟଙ୍କର । ମାଧୁରୀ ଚାଲିଯିବା ପରଠୁ ନା ସେମାନେ ଖାଉଛନ୍ତି, ନା ସେମାନେ ଶୋଉଛନ୍ତି । ମାଧୁରୀକୁ ଫେରାଇ ଆଣିବା ପାଇଁ ପୁରା ଗାଁ ଲୋକେ ୪୫ କିଲୋମିଟର ମୌନ ପଦଯାତ୍ରା ଆରମ୍ଭ କରିଛନ୍ତି ।
ମହାରାଷ୍ଟ୍ର କୋହ୍ଲାପୁରର ନନ୍ଦିନୀ ଗାଁର ସମସ୍ତଙ୍କ ପ୍ରିୟ ହାତୀ ମାଧୁରୀ । ଯାହାକୁ ସେଠାରେ ସମସ୍ତେ ଶ୍ରଦ୍ଧାରେ ମହାଦେବୀ ବୋଲି ଡାକିଥାନ୍ତି । ୧୯୯୨ରୁ ନନ୍ଦିନୀ ଗାଁର ଜୈନ ମଠରେ ରହି ଆସୁଛି ମାଧୁରୀ । ସେହି ଗାଁରେ ସେ ସଦସ୍ୟ ଭାବେ ତାକୁ ଛୋଟରୁ ବଡ ଯାଏଁ ସମସ୍ତେ ଖୁବ ଭଲପାଆନ୍ତି । ଯେକୌଣସି ପର୍ବ ପର୍ବାଣୀରେ ହେଉ କି ଗାଁର କୌଣସି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମାଧୁରୀ ଗାଁର ଲୋକଙ୍କ ସହ ସାମିଲ ହୁଏ । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ମାଧୁରୀ ମଠର ସବୁ ନିୟମ ପାଳନ କଲେ । ହାତୀ ମାଧୁରୀର ଦିନ ଆରମ୍ଭ ହୁଏ ଭଗବାନଙ୍କୁ ପ୍ରଣାମ ଜଣାଇ । ସେ ରାତିରେ ଖାଉନଥିଲେ । ସେଥିପାଇଁ ତାକୁ ସମସ୍ତେ ମଠର ମହାଦେବୀ ବୋଲି କୁହନ୍ତି ।
ତେବେ ପଶୁ ସଂରକ୍ଷଣ ପାଇଁ କାମ କରୁଥିବା ସଂସ୍ଥା PETA ପ୍ରଥମେ ମାଧୁରୀର ସ୍ଵାସ୍ଥ୍ୟବସ୍ଥା ଖରାପ ଥିବା ନେଇ ମୁମ୍ବାଇ ହାଇକୋର୍ଟରେ ଆବେଦନ ଦାଖଲ କରିଥିଲେ । ୧୬ ଜୁଲାଇରେ ହାଇକୋର୍ଟ ମାଧୁରୀକୁ ବନ୍ତାରା ପଠାଇବାର ନିଷ୍ପତ୍ତି ଶୁଣାଇଥିଲେ । ହେଲେ ଜୈନ ମଠ ଏହି ନିଷ୍ପତ୍ତି ବିରୋଦ୍ଧରେ ସୁପ୍ରିମକୋର୍ଟରେ ଏକ ମାମଲା ଦାଖଲ କରିଥିଲେ । ସେ କହିଥିଲେ, ଧାରା ୨୫ ଅନୁଯାୟୀ, ମାଧୁରୀକୁ ଧାର୍ମିକ ସ୍ଥାନରେ ହିଁ ଉପଯୋଗ କରାଯିବ । ତେଣୁ ମାଧୁରୀ ସେହି ଗାଁରେ ହିଁ ରହିବ । କିନ୍ତୁ ସୁପ୍ରିମକୋର୍ଟ କହିଥିଲେ, ଧାର୍ମିକ ପରମ୍ପରରା ଗୁଣବତ୍ତା ହାତୀର ସ୍ଵାସ୍ଥ୍ୟଠାରୁ ଗୁରୁତ୍ଵପୂର୍ଣ୍ଣ ନୁହେଁ । ସେଥିପାଇଁ ୩୦ ଜୁଲାଇ ୨୦୨୫ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମାଧୁରୀ ବନ୍ତାରା ନିଆଯିବା ପାଇଁ ଅଣାଯାଇଥିଲେ। ଆଉ ସେ ବିଦାୟ ସମୟରେ ପାଖାପାଖି ୭୦୦୦ ଲୋକ ସାମିଲ ଥିଲେ ଏବଂ ସମସ୍ତଙ୍କ ଆଖିରୁ ଲୁହ ଝରିଥିଲା । ସେମାନେ ସମସ୍ତେ ପ୍ଲେ କାର୍ଡ ଦେଖାଇବା ସହ ମାଧୁରୀକୁ ଫେରାଇ ଆଣିବା ପାଇଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆରମ୍ଭ କରିଛନ୍ତି । ମାଧୁରୀ କୋହ୍ଲାପୁର ଫେରି ନଆସିବା ଯାଏଁ ଏହି ଆନ୍ଦୋଳନ ଜାରୀ ରହିବ ବୋଲି ସେମାନେ କହିଛନ୍ତି ।