Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କୋଲକତା ଦୁଷ୍କର୍ମ : ସିବିଆଇ ହାତରେ ଲାଗିଲା ୫୩ ପ୍ରମାଣ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
କୋଲକତା ଦୁଷ୍କର୍ମ : ସିବିଆଇ ହାତରେ ଲାଗିଲା ୫୩ ପ୍ରମାଣ

Key Points

  • କୋଲକତା ଦୁଷ୍କର୍ମ : ସିବିଆଇ ହାତରେ ୫୩ ପ୍ରମାଣ
  • ରାତି ୮ଟାରୁ ୧୦.୪୫ ଭିତରେ ମିଳିଛି ଅନେକ ପ୍ରମାଣ
  • ୮ ଓ ୧୬ ନଂ ସିସିଟିଭିରେ କଏଦ ହୋଇଛି ଭିଡିଓ

ଅର୍ଗସ ବ୍ୟୁରୋ: ପୁରା ଦେଶରେ ଏବେ ଗୋଟିଏ ଚର୍ଚ୍ଚା କୋଲକତା ଦୁଷ୍କର୍ମ । କେମିତି ଦୋଷୀ କଡ଼ା ସଜ୍ଜା ପାଇବ ତାହାକୁ ନେଇ ପ୍ରବଳ ଦାବି ହେଉଥିବା ବେଳେ ସିବିଆଇ ହାତରେ ଯେଉଁ ପ୍ରମାଣ ଲାଗିଛି ତାହା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । କୁହାଯାଉଛି କି ସିବିଆଇ ହାତରେ ୫୩ଟି ବଡ଼ ପ୍ରମାଣ ଲାଗିଛି ଯାହା ତଦନ୍ତରେ ବଡ଼ ସାହାଯ୍ୟ କରିବ ।

ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ହୋଇଥିବା ଦୁଷ୍କର୍ମକୁ ନେଇ ଏବେ ସବୁଠି ଅସନ୍ତୋଷ । କେମିତି ଅଭିଯୁକ୍ତ ଦଣ୍ଡ ପାଇବ ସେନେଇ ସବୁଠି ଦାବି । ଏହାରି ଭିତରେ ସିବିଆଇ ହାତରେ ପର୍ଯ୍ୟାପ୍ତ ପ୍ରମାଣ ରହିଥିବା ଜଣାପଡ଼ିଛି ।  ଏବେ ମୋଟ୍‌ ୫୩ଟି ପ୍ରମାଣ ରହିଥିବା ବେଳେ ଅପରାଧ ସାବ୍ୟସ୍ତ କରିବା ପାଇଁ ୯ଟି ବଳିଷ୍ଠ ପ୍ରମାଣ ମଧ୍ୟ ରହିଛି । ତେବେ ସିବିଆଇ ହାତରେ ଲାଗିଥିବା ପ୍ରମାଣ ଭିତରେ, ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ଘଟଣା ଦିନ ପିନ୍ଧିଥିବା ପୋଷାକ, ଅନ୍ତଃବସ୍ତ୍ର ଏବଂ ଜୋତା ଆଦି  ସାମଗ୍ରୀ ରହିଛି । ଏହା ବ୍ୟତୀତ ଫୋନ୍ ଟାୱାରର ଲୋକେସନ୍ ବି ରହିଛି । କଥା ହେଲା,  ଅଗଷ୍ଟ ୯ ତାରିଖରେ ଘଟଣା ସମୟରେ ସଞ୍ଜୟ ରାୟ ଆର୍‌ଜି କର ହସ୍ପିଟାଲର ସେମିନାର ହଲରେ ଉପସ୍ଥିତ ଥିବା ନେଇ ଅନେକ ପ୍ରମାଣ ମିଳିଛି । ସଞ୍ଜୟ ରାୟର ବାଇକ୍ ଓ ହେଲମେଟ୍‌କୁ  ମଧ୍ୟ ପ୍ରମାଣ ଭାବେ ରଖାଯାଇଛି । ସିବିଆଇ ସୂତ୍ରରୁ ରବିବାର କୁହାଯାଇଛି ଯେ ଏକ ସପ୍ତାହ ମଧ୍ୟରେ ଫରେନସିକ୍ ରିପୋର୍ଟ ଆସିବ । ଅଗଷ୍ଟ ୯ ତାରିଖରେ ରାଜ୍ୟ ଫରେନ୍‌ସିକ୍ ସାଇନ୍ସ ଲାବୋରେଟୋରି ରାତି ସାଢ଼େ ୮ଟାରୁ ରାତି ୧୦ଟା ୪୫ ମଧ୍ୟରେ ଘଟଣାସ୍ଥଳରୁ ମୋଟ ୪୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସଂଗ୍ରହ କରିଥିଲା । ସ୍ଥାନୀୟ ସାକ୍ଷୀଙ୍କ ଉପସ୍ଥିତିରେ ସମଗ୍ର ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଥିଲା।

କୋଲକତା ଦୁଷ୍କର୍ମ ମାମଲାରେ ଦିନ ଯେତିକି ଗଡୁଛି, ତଥ୍ୟ ବି ସେତିକି ବଢୁଛି । କାରଣ RG କର୍ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଘର ସମେତ ୧୫ଟି ସ୍ଥାନରେ ସିବିଆଇ ରେଡ୍ ହୋଇଥିଲା । ରେଡ୍‌ରୁ ବହୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ ହୋଇଥିବା ସୂଚନା ମିଳିଛି । ରେଡ୍ ବେଳେ କିଛି ଠୋସ ପ୍ରମାଣ ମିଳିଛି କି ବୋଲି ଗଣମାଧ୍ୟମର ପ୍ରଶ୍ନରେ ସିବିଆଇ ଅଧିକାରୀ କହିଛନ୍ତି- ବହୁତ କିଛି ମିଳିଛି । ମେଡିକାଲ କଲେଜରେ ଅର୍ଥନୈତିକ ହେରଫେର ଅଭିଯୋଗରେ ସନ୍ଦୀପ ଘୋଷଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇର ଆଣ୍ଟି କରପ୍ସନ ୱିଙ୍ଗ । ଏହାପରେ ୧୨ ଘଣ୍ଟା ଧରି କୋଲକାତା ବେଲଘାଟରେ ଥିବା ସନ୍ଦୀପ ଘୋଷଙ୍କ ଘର, ସମ୍ପର୍କୀୟଙ୍କ ଘର ସମେତ ୧୫ଟି ସ୍ଥାନରେ ଚଢାଉ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ, କୋଲକତା ଦୁଷ୍କର୍ମକୁ ନେଇ ପୁରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମୁହଁ ଖୋଲିଛନ୍ତି । ସିଧାସିଧା କହିଛନ୍ତି, ଦୋଷୀଙ୍କ ବିରୋଧରେ ହେବ କଡ଼ା ଆକ୍ସନ । ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ଅକ୍ଷମଣୀୟ । ଦୋଷୀ ଯିଏ ଥାଉ ନା କାହିଁକି କୌଣସି ପରିସ୍ଥିତିରେ ତାଙ୍କୁ ଛଡ଼ାଯିବନି ବୋଲି କହିଛନ୍ତି ମୋଦି । ଆଉ ମୋଦିଙ୍କ ଏମିତି ଟିପ୍ପଣୀ ପରେ ଥରହର ମମତା ସରକାର । କାରଣ ଦୋଷୀଙ୍କୁ ଘଂଟ ଘଉଡାଇବାକୁ ଦିଦି ଯେଉଁପରି ଭାବରେ ଉପାୟ ଆପଣାଇଥିଲେ ତାହା ପୁରା ଦେଶ ଦେଖିଲା । ତେଣୁ ଦୁଷ୍କର୍ମ ମାମଲାରେ ଦିଦିଙ୍କ ସରକାର ଯାଇପାରେ ବୋଲି ଚର୍ଚ୍ଚା ଜୋର । 

 

Sponsored
Kolkata Rape And Murder Case | Argus News