Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମଣିଷ ନୁହେଁ ପଶୁ ଥିଲା ସଂଜୟ !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·3 min read
ମଣିଷ ନୁହେଁ ପଶୁ ଥିଲା ସଂଜୟ !

Key Points

  • ମଣିଷ ନୁହେଁ ପଶୁ ଥିଲା ସଂଜୟ
  • ପର୍ଣ୍ଣ ଭିଡିଓ ଦେଖିବା ତା'ର ପେଶା
  • ଅପରାଧ ପରେ ବି ସେ ଅନୁତପ୍ତ ନୁହେଁ

ଅର୍ଗସ ବ୍ୟୁରୋ : କୋଲକତା ଦୁଷ୍କର୍ମ ଓ ହତ୍ୟାକୁ ନେଇ ଏବେ ବି ଥମୁନି ଚର୍ଚ୍ଚା । ନିଇତି ନୂଆ ନୂଆ ଅପଡେଟ୍‌ ବି ସାମ୍ନାକୁ ଆସୁଛି । ହେଲେ ଏହାରି ଭିତରେ ମୁଖ୍ୟ ଅପରାଧୀ ସଂଜୟକୁ ନେଇ ଯେଉଁ ଚାଚଂଲ୍ୟକର ତଥ୍ୟ ମିଳିଛି, ତାହା ଏବେ ରୋଚକ ପରସ୍ଥିତି ସୃଷ୍ଟି କରିଛି । କାରଣ ସିବିଆଇର ଜଣେ ଅଧିକାରୀ କହିଛନ୍ତି, ସଂଜୟ ଅଶ୍ଳୀଳତା ସହ ପୂର୍ବରୁ ଜଡ଼ିତ ଥିଲା । ଏତେ ମାତ୍ରାରେ ସେ ଜଡିତ ଥିଲା ପ୍ରତ୍ୟେକ ଦିନ ଅଶାଳୀନ କାମ କରିବାକୁ ସେ କାଳେ ପଛାଉନଥିଲା । ବାରମ୍ବାର ଏପରି କାମ କରିବା ଦ୍ଵାରା ପଶୁ ପରି ଆଚରଣ କରୁଥିଲା ସଂଜୟ ବୋଲି ଅଧିକାରୀ ଜଣକ କହିବା ପରେ ଗଣମାଧ୍ୟମରେ ତାହାକୁ ନେଇ ଚର୍ଚ୍ଚା ଜୋର ।

ସୂଚନା ଅନୁସାରେ, ଅଗଷ୍ଟ ୧୮ ତାରିଖରେ ସିବିଆଇ ସିଏଫ୍‌ଏସ୍‌ଏଲର ବିଶେଷଜ୍ଞଙ୍କୁ ସଂଜୟର ସାଇକୋଆନାଲିଟିକ୍ ପ୍ରୋଫାଇଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କୋଲକାତା ପୋଲିସର ଜଣେ ସିଭିକି ଭଲ୍ୟୁଣ୍ଟର୍‌ଙ୍କୁ ଅଗଷ୍ଟ ୯ ତାରିଖରେ ଆରଜି କର ମେଡିକାଲ କଲେଜ ଏବଂ ହସ୍‌ପିଟାଲ୍‌ ପରିସରରେ ୩୧ ବର୍ଷୀୟା ତାଲିମପ୍ରାପ୍ତ ଡାକ୍ତରଙ୍କ ମୃତଦେହ ମିଳିବା ପରେ ଗିରଫ କରାଯାଇଥିଲା। କଥା ହେଲା ଦୁଷ୍କର୍ମ ହେବା ପରେ ମେଡ଼ିକାଲ ଭିତରେ ହିଁ ପୀଡ଼ିତାଙ୍କୁ ହତ୍ୟା କରାଯାଇଥିଲା । ହେଲେ ପ୍ରଥମେ ଏହାକୁ ଆତ୍ମହତ୍ୟାର ରୂପ ଦେଇଥିଲା ପୋଲିସ, କିନ୍ତୁ ପରିବାର ଲୋକ ଏହାକୁ ଗ୍ରହଣ ନକରିବାରୁ ଦୁଷ୍କର୍ମ ହୋଇଥିବା ନେଇ ପର୍ଦ୍ଦାଫାଶ ହୋଇଥିଲା । ପୋଲିସର ତଦନ୍ତରେ ଶୀଥିଳତା ଦେଖିବା ପରେ ମାମଲାକୁ ସିବିଆଇକୁ ହସ୍ତାନ୍ତର ପାଇଁ କୋଲକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେପଟେ ମାମଲାର ତଦନ୍ତ କରାଯିବା ପରେ ସିବିଆଇ ଅଧିକାରୀ ଗୁରୁବାର ଦିନ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି , " ସଂଜୟ କୌଣସି ଅନୁତାପ ପ୍ରଦର୍ଶନ କରୁନି । ବିନା ସଙ୍କୋଚରେ ପୂରା ଘଟଣାକୁ ବର୍ଣ୍ଣନା କରିଛି ।’’

ସେପଟେ, ପ୍ରବଳ ବିରୋଧ, ଡାକ୍ତରଙ୍କ ଆନ୍ଦୋଳନ...ହଲ୍ଲାବୋଲ, ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ । ଏ ସବୁ ସ୍ଥିତି ଦେଖିବା ପରେ ଡରି ଛାନିଆ ହେଲେଣି ଦିଦି ।  କେମିତି ଏହି ମାମଲାରେ ନିଜକୁ ଘଂଟ ଘଉଡାଇବେ ସେନେଇ ନୂଆ ରାସ୍ତା ଆପଣାଇଛନ୍ତି ମମତା । ଦୁଷ୍କର୍ମ ମାମଲାରେ ମୋଦିଙ୍କୁ ଚିଠି ଲେଖିବା ସହିତ ଦେଶର ଦୁଷ୍କର୍ମ ମାମଲାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ସେପଟେ ଦିଦି ଚିଠି ଲେଖିବା ପରେ ସୋସିଆଲ ମିଡିଆରେ ୟୁଜର୍ସ କିନ୍ତୁ ପ୍ରବଳ ଟ୍ରୋଲ କରିଛନ୍ତି । ସିଧାସିଧା କହିଛନ୍ତି, ଦାଗ ଲିଭାଇବାକୁ ଚିଠି ଲେଖିଛନ୍ତି ଚିଠି । ମୋଟ୍‌ ଉପରେ ମାମଲାକୁ କେମିକି ଚପାଇବାକୁ ହୁଏ ସେକଥା ଦିଦିଙ୍କଠୁ କିଏ ଶିଖିବ । ଆଉ ନୁହେଁ ତ କଣ ? ଡାକ୍ତର ଦୁଷ୍କର୍ମ ମାମଲା ସାମ୍ନାକୁ ଆସିବାର ୧୦ ଦିନ ହେଲାଣି ଏଯାଏଁ କିଛି କହୁନଥିଲେ । ହେଲେ ମାମଲାକୁ ନେଇ ସୁପ୍ରିମକୋର୍ଟ ସୁପ୍ରିମ ଶୁଣାଣି କରି ସରକାର ଓ ପୋଲିସକୁ ଭତ୍ସନା କରିବା ପରେ ଦିଦି ଏବେ ମୋଦିଙ୍କୁ ଲେଖିଛନ୍ତି ଚିଠି । ହେଲେ ଚିଠି ଲେଖିବା ପରେ ଦିଦି ସମାଲୋଚନାକୁ ବର୍ତ୍ତିପାରିନାହାନ୍ତି ବରଂ ଅଧିକ ସମାଲୋଚନାର ଶିକାର ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚିଠି ଲେଖିଛନ୍ତି କହିଛନ୍ତି, ସାରା ଦେଶରେ ଦୈନିକ ହାରାହାରି ୯୦ଟି ଦୁଷ୍କର୍ମ ମାମଲା ଘଟୁଛି । ଏମିତି ଘୃଣ୍ୟ କାର୍ଯ୍ୟ ସାରା ଦେଶପ୍ରତି ଲଜ୍ଜାଜନକ ସ୍ଥିତି ସୃଷ୍ଟି କରୁଛି । ଏଭଳି କାର୍ଯ୍ୟକୁ ସଂପୂର୍ଣ୍ଣ ବନ୍ଦ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ଏଭଳି ଘୃଣ୍ୟ କାର୍ଯ୍ୟକୁ ଦୃଢ଼ ଦମନ ପାଇଁ କଡ଼ା ଆଇନ ଜରୁରୀ । ଖାଲି ଏତିକି ନୁହେଁ ବରଂ ତ୍ୱରିତ ନ୍ୟାୟ ପାଇଁ ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା ପାଇଁ କେନ୍ଦ୍ର ଆଇନ ଆଣୁ ବୋଲି ମମତା ଦାବି କରିଛନ୍ତି । ସେହିଭଳି ବିଚାର ପ୍ରକ୍ରିୟା ୧୫ ଦିନରେ ସାରିବାକୁ ଆଇନରେ ବ୍ୟବସ୍ଥା କରାଯାଉ ବୋଲି ଦାବି କରିଛନ୍ତି ଦିଦି । ହେଲେ ଏତେ ଦିନ କାହିଁକି ଚୁପ୍‌ ରହିଥିଲେ ତାହା ଏବେ ପ୍ରଶ୍ନ ଘେରରେ ।

 

Sponsored
Kolkata doctor rape case | Argus News