ଜାଣିଛନ୍ତି କି କେମିତି ହୁଏ ପଲିଗ୍ରାଫି ଟେଷ୍ଟ ?

Key Points
- କୋଲକତା ଦୁଷ୍କର୍ମ : ସଂଜୟର ହେବ ପଲିଗ୍ରାଫ୍ ଟେଷ୍ଟ
- ଏହି ଟେଷ୍ଟରେ ଜଣାପଡ଼ିବ ସବୁ ସତ
- କେମିତି ଓ କାହିଁକି ହୁଏ ଏହି ଟେଷ୍ଟ ?
ଅର୍ଗସ ବ୍ୟୁରୋ : କୋଲକତା ଦୁଷ୍କର୍ମକୁ ନେଇ ପୁରା ଦେଶରେ ନିଆଁ । ଅପରାଧୀକୁ ତୁରନ୍ତ କଠୋରରୁ କଠୋର ଦଣ୍ଡ ଦେବାକୁ ଜୋରଦାର ଦାବି ହେଉଛି । ହେଲେ ଏହାରି ଭିତରେ ଫଲିଗ୍ରାଫ୍ ଟେଷ୍ଟର କଥା ବି ଉଠିଛି । ସୂଚନା ଅନୁସାରେ, ସିବିଆଇକୁ ଏଥିପାଇଁ କୋଲକତା ହାଇକୋର୍ଟ ଅନୁମତି ଦେଇଛନ୍ତି । ତେଣୁ କୋର୍ଟର ଅନୁମତି ପରେ କୋଲକାତାରେ ଡେରା ପକାଇଛି ସେଣ୍ଟ୍ରାଲ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରି-CFSLର ୫ ଜଣିଆ ଟିମ୍ । ସେପଟେ ମୃତ ଡାକ୍ତରୀ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମିଳିଛି ଛାତିଥରା ତଥ୍ୟ । ତାଙ୍କ ଶରୀର ସାରା ୧୪ ନୁହେଁ ବରଂ ୧୬ଟି କ୍ଷତ ଥିବା ଜଣାପଡିଛି । ତେବେ ଆସନ୍ତୁ ଜାଣିବା....
କେମିତି ହୁଏ ପଲିଗ୍ରାଫି ଟେଷ୍ଟ ?
ପଲିଗ୍ରାଫି ଟେଷ୍ଟ । ସାଧାରଣତଃ କୌଣସି ସଙ୍ଗୀନ ମାମଲାରେ ଏହି ଟେଷ୍ଟ କରାଯାଏ । ତାହା ପୁଣି କୋର୍ଟଙ୍କ ପୁରା ଅନୁମତି କ୍ରମେ । ଅପରାଧୀର ମାନସିକ ପ୍ରତିକ୍ରିୟା ଜାଣିବା ଲାଗି ଟେଷ୍ଟ ହୁଏ, ଏମିତିକି ସେ ଘଟଣାରେ ସେ କେତେ ସତ କହୁଛି ବା କେତେ ମିଛ କହୁଛି ତାହା ବି ଜଣାଯାଏ ।
ନିମୋଗ୍ରାଫ୍: ଏହାଦ୍ଵାରା ଅପରାଧୀର ନିଶ୍ୱାସ ପ୍ରଶ୍ୱାସକୁ ରେକର୍ଡ କରାଯାଏ ଏବଂ ଶ୍ୱାସକ୍ରିୟାରେ ପରିବର୍ତ୍ତନଗୁଡ଼ିକୁ ଚିହ୍ନଟ କରାଯାଏ ।
📱 Get Argus News App
✨କାଡିୟୋୱାସକୁଲର ରେକର୍ଡ : ଏହି ଉପାଦାନଟି ଜଣେ ବ୍ୟକ୍ତିର ହୃଦସ୍ପନ୍ଦନ ଏବଂ ରକ୍ତଚାପକୁ ରେକର୍ଡ କରିଥାଏ ।
ଗାଲଭାନୋମିଟର: ଏହି ଉପାଦାନ ଚର୍ମର ବୈଦୁତିକ କଣ୍ଡକ୍ଟିଭିଟି ମାପ କରିଥାଏ, ଯାହା ଝାଳ ଗ୍ରନ୍ଥିରେ ପରିବର୍ତ୍ତନକୁ ଲକ୍ଷ୍ୟ କରିଥାଏ ।
କଥା ହେଲା, ଯେଉଁ ସମୟରେ ଜଣେ ବ୍ୟକ୍ତିର ପଲିଗ୍ରାଫ୍ ଟେଷ୍ଟ ହୁଏ ସେହି ସମୟରେ ପରୀକ୍ଷକ ଅନେକ ପ୍ରଶ୍ନ ପଚାରିଥାଆନ୍ତି । ମେସିନ୍ ବ୍ୟକ୍ତିର ଶାରୀରିକ ପ୍ରତିକ୍ରିୟାକୁ ରେକର୍ଡ କରେ । ସାଧାରଣତଃ କେବଳ “ହଁ” କିମ୍ବା “ନା” ରେ ପ୍ରଶ୍ନ ପଚରାଯାଏ । ଏବଂ ଏ ସବୁର ଭିଡିଓ ଗ୍ରାଫି ହେଉଥିବା କୁହାଯାଏ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ବ୍ୟକ୍ତି ଜଣକ ଯଦି ନର୍ଭସ କିମ୍ବା ଟେନସନ୍ ହୋଇଯାଆନ୍ତି ତାହାଲେ ମେସିନ ଠିକ୍ରେ କାମ ଦିଏନାହିଁ ।
ତେବେ ଅଭିଯୁକ୍ତ ସଞ୍ଜୟ ରାୟ ଏଭଳି ଜଘନ୍ୟ କାଣ୍ଡ ଭିଆଇବା ପୂର୍ବରୁ ପ୍ରଚୁର ନିଶାସେବନ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅପରାଧ ଘଟାଇବା ଦିନ ରାତି ୧୧ଟାରେ ସେ ହସ୍ପିଟାଲ ପଛପଟକୁ ଯାଇ ମଦ୍ୟପାନ କରିଥିଲା । ପୁଲିସର ସୂଚନା ଅନୁଯାୟୀ, ସେଦିନ ସଞ୍ଜୟ ବିନା କାରଣରେ ବିଭାଗକୁ ଆସିବା ସହ ଏଭଳି କାଣ୍ଡ ଘଟାଇଥିଲା । ଅପରାଧ ଘଟାଇବା ପରେ ଅଭିଯୁକ୍ତ ଜଣକ ପ୍ରମାଣ ନଷ୍ଟ କରିବାକୁ ମଧ୍ୟ ଚେଷ୍ଟା କରିଥିଲା । ଘଟଣା ସ୍ଥଳରୁ ରକ୍ତଦାଗ ଧୋଇବାକୁ ଚେଷ୍ଟା କରି ଭୋର ୪ଟା ୫୫ରେ ସେ ସେମିନାର ରୁମ ଛାଡୁଥିବାର ଦୃଶ୍ୟ ମଧ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି । ତେବେ ଆଜି ସୁପ୍ରିମକୋର୍ଟ ମଧ୍ୟ ନିଜ ଆଡୁ ମାମଲାରେ ହସ୍ତକ୍ଷେପ କରିଛନ୍ତି ।
